KIMS to host Bone and Joint Day celebration on 4th August : Ommtv
KIMS to host Bone and Joint Day celebration on 4th August
KIMS to host Bone and Joint Day celebration on 4th August
Kalinga Institute of Medical Sciences (KIMS) is set to host the annual celebration of Bone and Joint Day on August 4th, as part of their week-long observance of Bone and Joint Week from August 1st to 7th, 2023.
In response to the growing population and an increase in fractures and bone diseases, Orthopaedics doctors across India made the decision in 1974 to establish a separate Orthopedics Surgery department, separate from General Surgery. This change was implemented in medical colleges throughout India on August 4th.
In recognition of this significant milestone, the Indian Orthopaedics Association (IOA) convened a meeting in Delhi in 2008. During this meeting, it was decided to designate August 4th as Bone and Joint Day, marking a tradition that has been upheld since then. Furthermore, each year from August 1st to 7th is celebrated as Bone and Joint Week. Embracing their social responsibility towards society, the IOA has adopted the theme "EACH ONE, TRAIN ONE, SAVE ONE."
As part of the commemoration activities during this time, basic life support training will be provided to Ambulance drivers, drivers, traffic police officers, paramedical senior students, and also open for general public participation to equip them with the necessary skills in providing first aid at road traffic accident sites, reflecting KIMS commitment to saving lives within their community.
In addition, there will be a series of awareness programs on Osteoporosis, bone health, and road safety measures for the general public throughout the week. These informative sessions will be conducted by knowledgeable doctors from the Indian Orthopaedic Association across various cities and districts.
As part of the Bone and Joint Day celebration on August 4th, we have planned to provide Basic Life Support training to a maximum number of individuals in order to establish records in India. The esteemed doctors from the Odisha Orthopaedic Association will actively participate in these awareness programs held in Bhubaneswar, Berhampur, Cuttack, Rourkela, and other leading medical colleges. Dr. Basanta Kumar Behera, Honorary Secretary of the Odisha Orthopedic Association, has provided this valuable information.
୪ରେ କିମ୍ସରେ ବୋନ୍ ଆଣ୍ଡ ଜଏଣ୍ଟ ଦିବସ
ଭୁବନେଶ୍ୱର: ସମଗ୍ର ଦେଶରେ ଅଗଷ୍ଟ ୧ରୁ ୭ତାରିଖ ପର୍ଯ୍ୟନ୍ତ ବୋନ୍ ଆଣ୍ଡ ଜଏଣ୍ଟ ସପ୍ତାହ ପାଳନ ହେଉଥିବା ବେଳେ କିମ୍ସରେ ୪ତାରିଖରେ ପାଳିତ ହେବ ବୋନ୍ ଆଣ୍ଡ ଜଏଣ୍ଟ ଦିବସ । ପୂର୍ବରୁ ଅସ୍ଥିଶଲ୍ୟ ବିଭାଗ ସାଧାରଣ ଅସ୍ତ୍ରୋପଚାର ବିଭାଗ ଅଧୀନରେ ଆସୁଥିଲା । ମାତ୍ର ଜନସଂଖ୍ୟା ବୃଦ୍ଧି ସହ ଅସ୍ଥି ସହ ଆଣ୍ଠୁଗଣ୍ଠି ରୋଗୀଙ୍କ ସଂଖ୍ୟା ଓ ଭିତ୍ତିଭୂମି ବୃଦ୍ଧି ପାଇବା ଯୋଗୁଁ ୧୯୭୪ରେ ସାଧାରଣ ଅସ୍ତ୍ରୋପଚାରରୁ ଅସ୍ଥିଶଲ୍ୟ ବିଭାଗ ଅଲଗା ହୋଇଯାଇଥିଲା । ସେହିବର୍ଷ ଅଗଷ୍ଟ ୪ ତାରିଖରେ ସମଗ୍ର ଭାରତବର୍ଷରେ ଥିବା ମେଡିକାଲ୍ କଲେଜଗୁଡ଼ିକରେ ଅସ୍ଥିଶଲ୍ୟ ବିଭାଗ ସ୍ୱତନ୍ତ୍ର ଭାବେ ଆରମ୍ଭ କରାଗଲା । ପୁନର୍ବାର ୨୦୦୮ରେ ଭାରତୀୟ ଅର୍ଥୋପେଡିକ୍ ସଂଘ (ଆଇଓଏ) ପକ୍ଷରୁ ପ୍ରତିବର୍ଷ ଅଗଷ୍ଟ ୪ ତାରିଖରେ ବୋନ୍ ଆଣ୍ଡ ଜଏଣ୍ଟ ଦିବସ ପାଳନ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା । ସେହିବର୍ଷଠାରୁ ପ୍ରତିବର୍ଷ ଅଗଷ୍ଟ ୧ରୁ ୭ ତାରିଖ ପର୍ଯ୍ୟନ୍ତ ବୋନ୍ ଆଣ୍ଡ ଜଏଣ୍ଟ ସପ୍ତାହା ପାଳନ ହେଉଥିବା ସମୟରେ ଅଗଷ୍ଟ ୪ ତାରିଖରେ ବୋନ୍ ଆଣ୍ଡ ଜଏଣ୍ଟ ଦିବସ ପାଳନ ହୋଇଆସୁଛି । ଅର୍ଥୋପେଡିକ୍ ସଂଘର ସାମାଜିକ ଦାୟିତ୍ୱବୋଧର ଏକ ଅଂଶ ବିଶେଷ ଭାବେ ଏହି ସପ୍ତାହର ବିଷୟବସ୍ତୁ ରହିଛି ‘ଇଚ୍ ୱାନ୍, ଟ୍ରେନ୍ ୱାନ୍, ସେଭ୍ ୱାନ୍’ । ଏହି ସପ୍ତାହ ପାଳନ ଅବସରରେ ରାସ୍ତା ଓ ଅନ୍ୟ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଲୋକଙ୍କୁ ବଞ୍ଚାଇବା ଲାଗି ଆବଶ୍ୟକ ସର୍ବନିମ୍ନ ସହାୟତା ପାଇଁ ସଂଘ ପକ୍ଷରୁ ବିଭିନ୍ନ ଆମ୍ବୁଲାନ୍ସ ଡ୍ରାଇଭର, ସାଧାରଣ ଗାଡ଼ି ଚାଳକ, ଟ୍ରାଫିକ୍ ପୋଲିସ୍, ପାରାମେଡିକାଲ୍ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କୁ ଏହି ଜୀବନ ରକ୍ଷାକାରୀ ତାଲିମ୍ ପ୍ରଦାନ କରାଯାଇଥାଏ । ଏହା ସହିତ ସପ୍ତାହବ୍ୟାପୀ ଭାରତର ବିଭିନ୍ନ ସହର ଓ ଜିଲ୍ଲା ମୁଖ୍ୟାଳୟରେ ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କ ଦ୍ୱାରା ଅଷ୍ଟେଓପରୋସିସ୍, ଅସ୍ଥିଗତ ସ୍ୱାସ୍ଥ୍ୟ ଓ ସଡ଼କ ସୁରକ୍ଷା ସମ୍ପର୍କରେ ସାଧାରଣ ଜନତାଙ୍କୁ ସଚେତନତା କରାଯାଉଛି । ଅଗଷ୍ଟ ୪ ତାରିଖରେ ସମଗ୍ର ଭାରତବର୍ଷରେ ବ୍ୟାପକ ମାତ୍ରାରେ ସର୍ବାଧିକ ଲୋକଙ୍କୁ ଜୀବନ ରକ୍ଷାକାରୀ ପ୍ରଶିକ୍ଷଣ ଦିଆଯାଇ ଏକ ରେକର୍ଡ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶା ଅର୍ଥୋପେଡ଼ିକ ସଂଘର ଡାକ୍ତର ଓ ବିଶେଷଜ୍ଞମାନେ ଭୁବନେଶ୍ୱର ସମେତ କଟକ, ରାଉରକେଲା, ବ୍ରହ୍ମପୁର ଓ ରାଜ୍ୟର ଅନ୍ୟ ମେଡିକାଲ୍ କଲେଜଗୁଡ଼ିକରେ ସତେଚତନତା ସୃଷ୍ଟି କରିବେ ବୋଲି ଓଡ଼ିଶା ଅର୍ଥୋପେଡ଼ିକ ସଂଘର ସମ୍ପାଦକ ଡା. ବସନ୍ତ କୁମାର ବେହେରା ସୂଚନା ଦେଇଛନ୍ତି ।