ବିଶ୍ବକ୍ରମା ପୂଜା... ମଞ୍ଚେଶ୍ବର ରେଲୱେ ମୈତ୍ରୀମେଳା : ଓମଟିଭି

ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ବିଶ୍ବକ୍ରମା ପୂଜା ଆଜି ବଡ଼ ଧୂମଧାମରେ ଅନୁଷ୍ଠିତ ହୋଇଯାଇଛି। ଏନେଇ ବିରାଟକାୟ ତୋରଣ ଓ ଏଲଇଡ଼ି ଲାଇଟ୍ ଜେଟ୍ ସହିତ ଲିଚୁ ଲାଇଟ୍‌ରେ ରାସ୍ତାଘାଟ ସଜାହୋଇଛି। ରାତିରେ ଶିଳ୍ପାଞ୍ଚାଳ ଆଲୋକମାଳରେ ଝଲସି ଉଠିଛି। ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଥିବା ୫ରୁଅଧିକ ପ୍ରତିଷ୍ଠିତ କାରଖାନାରେ ଧୂମଧାମରେ ପୂଜା ହେବା ସହିତ ମଞ୍ଚେଶ୍ବର ରେଳଡ଼ବା ମରାମତି କାରଖାନା ଖେଳ ପଡ଼ିଆରେ ଆଜି ଠାରୁ ଆରମ୍ଭ ହୋଇଛି ‘ମୈତ୍ରୀ ମେଳା’।

ବିଶ୍ବକ୍ରମା ପୂଜା... ମଞ୍ଚେଶ୍ବର ରେଲୱେ ମୈତ୍ରୀମେଳା : ଓମଟିଭି

ବିଶ୍ବକ୍ରମା ପୂଜା... ମଞ୍ଚେଶ୍ବର ରେଲୱେ ମୈତ୍ରୀମେଳା : ଓମଟିଭି

(ରିପୋର୍ଟ : ପିନୁ ନାୟକ): ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ବିଶ୍ବକ୍ରମା ପୂଜା ଆଜି ବଡ଼ ଧୂମଧାମରେ ଅନୁଷ୍ଠିତ ହୋଇଯାଇଛି। ଏନେଇ ବିରାଟକାୟ ତୋରଣ ଓ ଏଲଇଡ଼ି ଲାଇଟ୍ ଜେଟ୍ ସହିତ ଲିଚୁ ଲାଇଟ୍‌ରେ ରାସ୍ତାଘାଟ ସଜାହୋଇଛି। ରାତିରେ ଶିଳ୍ପାଞ୍ଚାଳ ଆଲୋକମାଳରେ ଝଲସି ଉଠିଛି। ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଥିବା ୫ରୁଅଧିକ ପ୍ରତିଷ୍ଠିତ କାରଖାନାରେ ଧୂମଧାମରେ ପୂଜା ହେବା ସହିତ ମଞ୍ଚେଶ୍ବର ରେଳଡ଼ବା ମରାମତି କାରଖାନା ଖେଳ ପଡ଼ିଆରେ ଆଜି ଠାରୁ ଆରମ୍ଭ ହୋଇଛି ‘ମୈତ୍ରୀ ମେଳା’। ଏହି ମିନାବଜାର ୬ ଦିନ ବ୍ୟାପି ଚାଲିବ। ପ୍ରତେକ ଦିନ ସଂଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କରୋନା ପରେ ନୂଆକରି ଏହି ମିନାବଜାର ପଡ଼ୁଥିବାରୁ ହଜାର ହଜାର ଦର୍ଶକଙ୍କ ଭିଡ଼ ଜମିଛି। ଅପରାହଣ ସାଢ଼େ ତିନିଟାରୁ ରାତି ୧୦ ପର୍ଯ୍ୟନ୍ତ ମିନାବଜାର ଖୋଲି ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ମିନାବଜାରରେ ବଡ଼ ଦୋଳି, ଡ଼୍ୟାନସିଂ କାର୍, ବୋଡ଼ ଦୋଳି, ବସନ୍ତ ଦୋଳି, ଟଏ‌ ଟ୍ରେନ୍, ଯାଦୁକର କ୍ୟାମ୍ପ ସହିତ ଆହୁରି ଅନେକପ୍ରକାର ଆମୋଦ ପ୍ରମୋଦ ଉପକରଣ ପଡ଼ିଛି। ଏହା ସହିତ ୭୦ ଅଧିକ ଷ୍ଟଲ ହୋଇ ବିଭିନ୍ନ ପ୍ରକାର ମନୋହରି ଜିନିଷ ଏବଂ ଖାଦ୍ୟ ଷ୍ଟଲ ପଡ଼ିଛି। ଦର୍ଶକଙ୍କ ସୁବିଧା ଓ ସୁରକ୍ଷା ପାଇଁ ରେଳବାଇ ପୁଲିସ୍ ଓ ସ୍ଥାନୀୟ ମଞ୍ଚେଶ୍ବର ଥାନା ପୁଲିସ୍ ପକ୍ଷରୁ ସମସ୍ତପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବରିଷ୍ଠ ରେଳ ଅଧିକାରୀମାନେ ମତପ୍ରକାଶ କରିଛନ୍ତି।