ଗାନ୍ଧୀ ବିଚାରଧାରାର ପ୍ରସାର ପାଇଁ ସାରାଦେଶରେ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଏକ ବର୍ଷ ଧରି ଚାଲିବ "ହର ଦିଲ ମେ ଗାନ୍ଧୀ "  : ଓମଟିଭି

ଭୁବନେଶ୍ଵର ସ୍ଥିତ ବୁଦ୍ଧ ମନ୍ଦିର ସଭାଗୃହରେ ରାଜ୍ୟର ବିଭିନ୍ନ ଗାନ୍ଧୀପ୍ରେମୀ ଓ ସାମାଜିକ ସଂଗଠନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଥିଲା।ଆସନ୍ତା ଗାନ୍ଧୀ ଜୟନ୍ତୀ ଅକ୍ଟୋବର ଦୁଇ ତାରିଖରୁ ସର୍ବ ଭାରତୀୟ ସ୍ତରରେ ଏକ ବର୍ଷବ୍ୟାପୀ ଗାନ୍ଧୀଚେତନା ସମ୍ପର୍କିତ କାର୍ଯ୍ୟକ୍ରମ "ହର ଦିଲ୍ ମେ ଗାନ୍ଧୀ" ର ଶୁଭାରମ୍ଭ ହୋଇ  ୨୦୨୩ ଅକ୍ଟୋବର ଦୁଇ ତାରିଖ ଗାନ୍ଧୀ ଜୟନ୍ତୀରେ ଏହାର ଉଦଯାପନ କାର୍ଯ୍ୟକ୍ରମ କରାଯିବ ବୋଲି ଏହି କାର୍ଯ୍ୟକ୍ରମର ଆବାହକ ତଥା

ଗାନ୍ଧୀ ବିଚାରଧାରାର ପ୍ରସାର ପାଇଁ ସାରାଦେଶରେ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଏକ ବର୍ଷ ଧରି ଚାଲିବ "ହର ଦିଲ ମେ ଗାନ୍ଧୀ "  : ଓମଟିଭି

ଗାନ୍ଧୀ ବିଚାରଧାରାର ପ୍ରସାର ପାଇଁ ସାରାଦେଶରେ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଏକ ବର୍ଷ ଧରି ଚାଲିବ "ହର ଦିଲ ମେ ଗାନ୍ଧୀ "  : ଓମଟିଭି

ଭୁବନେଶ୍ଵର ସ୍ଥିତ ବୁଦ୍ଧ ମନ୍ଦିର ସଭାଗୃହରେ ରାଜ୍ୟର ବିଭିନ୍ନ ଗାନ୍ଧୀପ୍ରେମୀ ଓ ସାମାଜିକ ସଂଗଠନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଥିଲା।ଆସନ୍ତା ଗାନ୍ଧୀ ଜୟନ୍ତୀ ଅକ୍ଟୋବର ଦୁଇ ତାରିଖରୁ ସର୍ବ ଭାରତୀୟ ସ୍ତରରେ ଏକ ବର୍ଷବ୍ୟାପୀ ଗାନ୍ଧୀଚେତନା ସମ୍ପର୍କିତ କାର୍ଯ୍ୟକ୍ରମ "ହର ଦିଲ୍ ମେ ଗାନ୍ଧୀ" ର ଶୁଭାରମ୍ଭ ହୋଇ  ୨୦୨୩ ଅକ୍ଟୋବର ଦୁଇ ତାରିଖ ଗାନ୍ଧୀ ଜୟନ୍ତୀରେ ଏହାର ଉଦଯାପନ କାର୍ଯ୍ୟକ୍ରମ କରାଯିବ ବୋଲି ଏହି କାର୍ଯ୍ୟକ୍ରମର ଆବାହକ ତଥା ସର୍ବ ଭାରତୀୟ ସ୍ବାଧିନତା ସଂଗ୍ରାମୀ ଉତ୍ତରଦାୟାଦ ସଂଗଠନର  ସମ୍ପାଦକ ଶ୍ରୀ ଶିବ ନାରାୟଣ ମିଶ୍ର ସୂଚନା ଦେଇଛନ୍ତି। ଏକ ବର୍ଷ ବ୍ୟାପୀ  ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଓଡିଶା ସହିତ ଅନ୍ୟାନ୍ୟ ରାଜ୍ୟର ଗାନ୍ଧିପ୍ରେମୀ ଓ ବିଭିନ୍ନ ସଂଗଠନ ଗୁଡ଼ିକୁ ଏଥିରେ  ସାମିଲ କରାଯିବ। ବିଦ୍ୟାଳୟ,ମହାବିଦ୍ୟାଳୟ ଓ ବିଶ୍ବିଦ୍ୟାଳୟରେ ଗାନ୍ଧୀଙ୍କ ସମ୍ପର୍କିତ ବିଭିନ୍ନ ପ୍ରତିଯୋଗିତା ଓ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯିବା ସହିତ ପଦଯାତ୍ରା ଓ ରଚନାତ୍ମକ କାର୍ଯ୍ୟକ୍ରମ ଜରିଆରେ ଦେଶର ଯୁବପିଢୀଙ୍କୁ  ଗାନ୍ଧିଜୀଙ୍କ ସତ୍ୟ, ଅହିଂସା ଓ ଶାନ୍ତିର ମାର୍ଗରେ ଉଦବୁଦ୍ଧ କରିବା ପାଇଁ ବହୁ ସଂଖ୍ୟାରେ"ଗାନ୍ଧୀ ସେବକ"ଙ୍କୁ ପ୍ରସ୍ତୁତ କରାଯିବାର ଲକ୍ଷ୍ୟ ରହିଛି ବୋଲି ଶ୍ରୀ ମିଶ୍ର ସୂଚନା ଦେଇଥିଲେ।  ହିଂସା ମୁକ୍ତ, ନିଶା ମୁକ୍ତ, ଦଳ ମୁକ୍ତ, ମଳ ମୁକ୍ତ ଓ କ୍ଷୁଧା ମୁକ୍ତ ପରି ପାଞ୍ଚଟି ମନ୍ତ୍ରକୁ ଆଧାର କରି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନର ସଶକ୍ତ ଓ ବିକଶିତ ଭାରତ ଗଢିବାରେ ଯୁବବର୍ଗଙ୍କ ଭୂମିକା ଓ ଦାୟିତ୍ଵ ବୋଧକୁ ଉଦ୍ଜୀବିତ କରିବାର ଏହି ନିଆରା ପ୍ରୟାସରେ ଗାନ୍ଧୀ ଗ୍ଲୋବାଲ ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ମନୋଜ ଜେନା,  ଗାନ୍ଧୀ ଓଡିଶା ଫାଉଣ୍ଡେସନର ଅଧ୍ୟକ୍ଷା ଡ଼ଃ ରୀନା ରାଉତରାୟ, ଓଡିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ଶ୍ରୀ ବାସୁଦେବ ଭଟ୍ଟ ଓ ସହ ଅଧ୍ୟକ୍ଷ ଶ୍ରୀ ପ୍ରସନ୍ନ ବିଶୋଇ, ସ୍ୱାଧୀନତା ସଂଗ୍ରାମୀ ଉତ୍ତର ଦାୟାଦ ସଂଗଠନ ରାଜ୍ୟ ସମ୍ପାଦକ ବିଜୟ କୁମାର ତ୍ରିପାଠୀ, ନାରାୟଣୀ ସେବା ଫାଉଣ୍ଡେସନ ସମ୍ପାଦିକା ସମିତା ମହାରଣା ପ୍ରମୁଖ ଆଜିର ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ମତଵ୍ୟକ୍ତ ରଖିଥିଲେ ବୋଲି ଶିବ ନାରାୟଣ ମିଶ୍ର ଆବାହକ ପ୍ରସନ୍ନ ବିଷୋୟୀ ସଂଯୋଜକ ମତପ୍ରକାଶ କରିଛନ୍ତି।