କିଟ୍‍ ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ଆମେରିକାର ଆବେଟ୍‍ ସ୍ୱୀକୃତି : ଓମଟିଭି

କିଟ୍‍ ବିଶ୍ୱବିଦ୍ୟାଳୟର ଇଞ୍ଜିନିୟରିଂର ୬ଟି ପାଠ୍ୟକ୍ରମକୁ ଆମେରିକାର ପ୍ରତିଷ୍ଠିତ ଆକ୍ରିଡିଟେସନ୍‍ ବୋର୍ଡ ଫର ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଆବେଟ୍‍)ର ସ୍ୱୀକୃତି ମିଳିଛି । ଗୋଟିଏ ଅନୁଷ୍ଠାନର ୬ଟି ପାଠ୍ୟକ୍ରମକୁ ଆବେଟ ମାନ୍ୟତା ମିଳିବାରେ କିଟ୍‍ ବିଶ୍ୱବିଦ୍ୟାଳୟ ଦେଶର ପ୍ରଥମ ଅନୁଷ୍ଠାନ ହେବାର ଗୌରବ ଅର୍ଜନ କରିଛି । ସୂଚନାଯୋଗ୍ୟ, ଆବେଟ୍‍ ହେଉଛି ଇଞ୍ଜିନିୟରିଂ ଓ ଇଞ୍ଜିନିୟରିଂ ଟେକ୍ନୋଲୋଜି ଶିକ୍ଷାକୁ ମାନ୍ୟତା ପ୍ରଦାନ କରୁଥିବା ବିଶ୍ୱର ପ୍ରମୁଖ ସଂଗଠନ ।

କିଟ୍‍ ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ଆମେରିକାର ଆବେଟ୍‍ ସ୍ୱୀକୃତି : ଓମଟିଭି

କିଟ୍‍ ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ଆମେରିକାର ଆବେଟ୍‍ ସ୍ୱୀକୃତି : ଓମଟିଭି
୬ଟି ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ସ୍ୱୀକୃତି ମିଳିବାରେ ଦେଶର ପ୍ରଥମ ବିଶ୍ୱବିଦ୍ୟାଳୟ
ଭୁବନେଶ୍ୱର, ୧୮ ।୯: କିଟ୍‍ ବିଶ୍ୱବିଦ୍ୟାଳୟର ଇଞ୍ଜିନିୟରିଂର ୬ଟି ପାଠ୍ୟକ୍ରମକୁ ଆମେରିକାର ପ୍ରତିଷ୍ଠିତ ଆକ୍ରିଡିଟେସନ୍‍ ବୋର୍ଡ ଫର ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଆବେଟ୍‍)ର ସ୍ୱୀକୃତି ମିଳିଛି । ଗୋଟିଏ ଅନୁଷ୍ଠାନର ୬ଟି ପାଠ୍ୟକ୍ରମକୁ ଆବେଟ ମାନ୍ୟତା ମିଳିବାରେ କିଟ୍‍ ବିଶ୍ୱବିଦ୍ୟାଳୟ ଦେଶର ପ୍ରଥମ ଅନୁଷ୍ଠାନ ହେବାର ଗୌରବ ଅର୍ଜନ କରିଛି ।
ସୂଚନାଯୋଗ୍ୟ, ଆବେଟ୍‍ ହେଉଛି ଇଞ୍ଜିନିୟରିଂ ଓ ଇଞ୍ଜିନିୟରିଂ ଟେକ୍ନୋଲୋଜି ଶିକ୍ଷାକୁ ମାନ୍ୟତା ପ୍ରଦାନ କରୁଥିବା ବିଶ୍ୱର ପ୍ରମୁଖ ସଂଗଠନ । ଇଞ୍ଜିନିୟରିଂ ଶିକ୍ଷା ପାଇଁ ‘ଗୋଲ୍ଡ ଷ୍ଟାଣ୍ଡାର୍ଡ’ ଭାବେ ବିବେଚିତ ହେଉଥିବା ଆବେଟ୍‍ ଗୁଣାତ୍ମକ ମାନ ଥିବା ପାଠ୍ୟକ୍ରମ ସହ ଉତ୍ତୀର୍ଣ୍ଣ ହେଉଥିବା ସ୍ନାତକମାନଙ୍କୁ ଅନ୍ତର୍ଜାତୀୟସ୍ତରର କର୍ମକ୍ଷେତ୍ରରେ ପ୍ରବେଶ କରିବାର ସୁଯୋଗ ଦେଇଥାଏ । ଗୁଣାତ୍ମକ ଶିକ୍ଷା ସହ ଅନ୍ୟାନ୍ୟ ବିଷୟରେ ସମାନୁପାତିକ ଉନ୍ନତ ମାନ ପାଇଁ ଆମେରିକାର ଆବେଟ୍‍ କିଟ୍‍ର ୬ଟି ପାଠ୍ୟକ୍ରମକୁ ଏକାଥରକେ ସ୍ୱୀକୃତି ପ୍ରଦାନ କରିଛି । ବିଶ୍ୱସ୍ତରରେ ସମ୍ମାନୀତ ବେଞ୍ଚମାର୍କ ପ୍ରଦାନ କରୁଥିବା ବିଶ୍ୱର ଅନ୍ୟତମ ପ୍ରତିଷ୍ଠିତ ସଂଗଠନ ଆଇଇଟି (ଇଂଲଣ୍ଡ) ଦ୍ୱାରା ଏହି ଉଚ୍ଚ ଗୁଣବତ୍ତା-ଭିତ୍ତିକ ପାଠ୍ୟକ୍ରମ ମଧ୍ୟ ସ୍ୱୀକୃତିପ୍ରାପ୍ତ । ଏହା ପୂର୍ବରୁ କିଟ୍‍ ବିଶ୍ୱବିଦ୍ୟାଳୟ ଭାରତ ସରକାରଙ୍କ ବିଭିନ୍ନ ବୈଧାନିକମଣ୍ଡଳ ଦ୍ଵାରା ସର୍ବଭାରତୀୟସ୍ତରରେ ସର୍ବୋଚ୍ଚ ମାନ୍ୟତା ପାଇବାର ଗୌରବ ଅର୍ଜନ କରିଛି ।
କୌଣସି ବୈଷୟିକ ଅନୁଷ୍ଠାନକୁ ସ୍ୱୀକୃତି ପ୍ରଦାନ ପୂର୍ବରୁ ଆବେଟ୍‍ ଏଥିରେ କରୁଥିବା ପୁଙ୍ଖାନୁପୁଙ୍ଖ ସମୀକ୍ଷାକୁ ବିଶ୍ୱସ୍ତରରେ ସମ୍ମାନ ଦିଆଯାଇଥାଏ । ଏହା ସହିତ ଅନୁଷ୍ଠାନର ବୈଷୟିକ ଶାଖାଗୁଡ଼ିକର ଆକାଡେମିକ ପାଠ୍ୟକ୍ରମଗୁଡ଼ିକ ପାଇଁ ଗୁରୁତ୍ୱପୂର୍ଣ୍ଣ ମୂଲ୍ୟାୟନ କରିଥାଏ । ଆବେଟ୍‍ ଏହି ପ୍ରକ୍ରିୟାରେ ଅନୁଷ୍ଠାନର ଶିକ୍ଷାଦାନ ଗୁଣବତ୍ତା, ସଠିକତା ଓ ନିରାପତ୍ତା ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରିଥାଏ । ଏହି ମାନ୍ୟତା ପାଇବା ପରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମସ୍ତ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଏହି ମାନ୍ୟତା ପାଇବା ଦ୍ୱାରା କିଟ୍‍ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଅନ୍ତର୍ଜାତୀୟସ୍ତରରେ ନିଜ ଭବିଷ୍ୟତ ତିଆରି କରିବାରେ ଆଉ ଏକ ସୁଯୋଗ ସୃଷ୍ଟି ହୋଇଛି । ଆବେଟ୍‍ ମାନ୍ୟତା ପାଇଁ ଯେ କୌଣସି ବୈଷୟିକ ବିଶ୍ୱବିଦ୍ୟାଳୟ ପାଇଁ ଅତ୍ୟନ୍ତ ସମ୍ମାନର ବିଷୟ ବୋଲି ଶ୍ରୀ ସାମନ୍ତ କହିଛନ୍ତି ।