ପଣ୍ଡା ବାବୁଙ୍କ ପରେ ସାନଭାଇ ମଙ୍ଗ ଧରିବେ କି? ସାଧାରଣ ନିର୍ବାଚନରେ କେନ୍ଦ୍ରାପଡ଼ାରୁ ଲୋକସଭା ସାଂସଦ ପ୍ରାର୍ଥୀ ହେବେ ଜୁନିୟର ପଣ୍ଡା : ଓମଟିଭି

ଆଗାମୀ ସାଧାରଣ ନିର୍ବାଚନରେ କେନ୍ଦ୍ରାପଡ଼ାରୁ ଲୋକସଭା ସାଂସଦ ପ୍ରାର୍ଥୀ ହେବେ ଜୁନିୟର ପଣ୍ଡା । ଏହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଛି । କେନ୍ଦ୍ରାପଡ଼ାର ପୂର୍ବତନ ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହିତ ବିଜେଡ଼ିର ତିକ୍ତତା ପରେ ଅଭିନେତା ଅନୁଭବ ମହାନ୍ତିଙ୍କୁ ଗତ ନିର୍ବାଚନରେ ଲୋକସଭା ସାଂସଦ ପ୍ରାର୍ଥୀ ହେବାର ସୁଯୋଗ ମିଳିଥିଲା ।

ପଣ୍ଡା ବାବୁଙ୍କ ପରେ ସାନଭାଇ ମଙ୍ଗ ଧରିବେ କି?  ସାଧାରଣ ନିର୍ବାଚନରେ କେନ୍ଦ୍ରାପଡ଼ାରୁ ଲୋକସଭା ସାଂସଦ ପ୍ରାର୍ଥୀ ହେବେ ଜୁନିୟର ପଣ୍ଡା : ଓମଟିଭି

ଦୁବାଇ:(ଓମ): ଆଗାମୀ ସାଧାରଣ ନିର୍ବାଚନରେ କେନ୍ଦ୍ରାପଡ଼ାରୁ ଲୋକସଭା ସାଂସଦ ପ୍ରାର୍ଥୀ ହେବେ ଜୁନିୟର ପଣ୍ଡା । ଏହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଛି । କେନ୍ଦ୍ରାପଡ଼ାର ପୂର୍ବତନ ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହିତ ବିଜେଡ଼ିର ତିକ୍ତତା ପରେ ଅଭିନେତା ଅନୁଭବ ମହାନ୍ତିଙ୍କୁ ଗତ ନିର୍ବାଚନରେ ଲୋକସଭା ସାଂସଦ ପ୍ରାର୍ଥୀ ହେବାର ସୁଯୋଗ ମିଳିଥିଲା । ମାତ୍ର ଅନୁଭବ ନିଜର ପାରିବାରିକ କନ୍ଦଳ ଭିତରେ ଛନ୍ଦି ହୋଇରହିଥିଲେ । ସେ ନିଜ ଅଞ୍ଚଳ ପାଇଁ କୋୖଣସି ଆଖିଦୃଷ୍ଟିଆ କାର୍ଯ୍ୟ କରିବାରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିଲେ । ଏହି ସବୁ ମଧ୍ୟରେ ଇମ୍ଫାର ଏମଡ଼ି ତଥା ଫିକ୍କି ର ଭାଇସ ପ୍ରେସିଡେଣ୍ଟ ସୁଭକାନ୍ତ ପଣ୍ଡାଙ୍କ ପ୍ରଚେଷ୍ଟାରେ ଦୁବାଇରେ ମୁଖ୍ୟମନ୍ତ୍ରୀଙ୍କ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ’ କାର୍ଯ୍ୟକ୍ରମ ସଫଳ ହୋଇପାରିଥିଲା । ଆଗାମୀ ଦିନରେ ଦୁବାଇର ଶିଳ୍ପପତିମାନେ ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଯାହାକୁ ନେଇ ରାଜନୈତିକ ଅଙ୍କକଷା ଆରମ୍ଭ ହୋଇଗଲାଣି । ଆଗାମୀ ନିର୍ବାଚନରେ ବୈଜୟନ୍ତ ପଣ୍ଡାଙ୍କ ସାନଭାଇ ସୁଭକାନ୍ତ ପଣ୍ଡା କେନ୍ଦ୍ରାପଡ଼ାରୁ ଲୋକସଭା ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଜୋର ଧରିଲାଣି । ଯାହାକୁ ନେଇ କେନ୍ଦ୍ରାପଡ଼ା ରାଜନୀତି ସରଗରମ ହେଲାଣି । ଅପରପକ୍ଷରେ ସୁଭକାନ୍ତ ପଣ୍ଡା ଗତକାଲି ନିଜ ଟ୍ୱିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ । ଯାହାକି ରାଜନୈତିକ ମହଲରେ କୁହୁଳୁ ଥିବା ନିଆଁ ପାଇଁ ଘିଅର କାମ କରିଥିଲା । ସୂଚନା ଅନୁଯାୟୀ, ଦୁବାଇର ଓବରେଇ ହୋଟେଲରେ ଫିକ୍କି ସହଯୋଗରେ ଆୟୋଜିତ ହୋଇଥିବା ଏହି ଇନଭେଷ୍ଟର୍ସ ମିଟରେ ଅନେକ ପୁଞ୍ଜିିନିବେଶକାରୀ ଉପସ୍ଥିତ ଥିଲେ । ଦୁବାଇର ଶିଳ୍ପପତିମାନେ ଓଡ଼ିଶାରେ ୨୧୮୦୦କୋଟି ଟଙ୍କାର ପୁଞ୍ଜିନିବେଶ କରିବେ । ଗତକାଲି ଦୁବାଇରେ ଆୟୋଜିତ ହୋଇଥିବା ‘ଓଡ଼ିଶା ଇନଭେଷ୍ଟର୍ସ ମିଟ’ କାର୍ଯ୍ୟକ୍ରମରେ ବିଭିନ୍ନ ଶିଳ୍ପ ପାଇଁ ଶିଳ୍ପପତିମାନେ ଏହି ପୁଞ୍ଜିନିବେଶ ଓଡ଼ିଶାରେ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି ଶିଳ୍ପପତିମାନେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପୁଞ୍ଜି ନିବେଶ କରିବେ ବୋଲି ଘୋଷଣା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ରାଜ୍ୟ ମୁଖ୍ୟ ସଚିବ, ଶିଳ୍ପ ସଚିବ, ଫିକ୍କି ର ଭାଇସ ପ୍ରେସିଡେଣ୍ଟ ସୁଭକାନ୍ତ ପଣ୍ଡା ଓ ଓଡ଼ିଶାରେ ଶିଳ୍ପ ସ୍ଥାପନ କରିଥିବା ଅନେକ ଶିଳ୍ପପତି ମଧ୍ୟ ସାମିଲ ଥିଲେ ।