ମା ମଙ୍ଗଳା ବସ୍ତିରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ : ଓମଟିଭି

ଭୁବନେଶ୍ୱରରୁ ଡେଙ୍ଗୁ ନିପାତ କରିବା ପାଇଁ ବିଏମସି କମିଶନର ସପ୍ତାହକୁ ଦୁଇଦିନ ରବିବାର ଓ ଗୁରୁବାର ଡ୍ରାଇ ଡେ ଘୋଷଣା କରିଛନ୍ତି । ଏହିଦିନ ପ୍ରତେକ ଓାର୍ଡରେ କର୍ପୋରେଟର, ବିଏମସି ଅଧିକାରୀ, ସ୍ୱାସ୍ଥ୍ୟକର୍ମୀ, ସମାଜସେବୀ ଓ ଅନ୍ୟ ସମସ୍ତେ ମିଶି ଡେଙ୍ଗୁ ମଶା ସୃଷ୍ଟି ହେଉଥିବା ସ୍ଥାନ  ସଫା କରିବା ପାଇଁ ନିଷ୍ପତି ହୋଇଛି ।

ମା ମଙ୍ଗଳା ବସ୍ତିରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ : ଓମଟିଭି

ମା ମଙ୍ଗଳା ବସ୍ତିରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ
ଭୁବନେଶ୍ୱର,୩୦ା୬(ଓମ) ; ଭୁବନେଶ୍ୱରରୁ ଡେଙ୍ଗୁ ନିପାତ କରିବା ପାଇଁ ବିଏମସି କମିଶନର ସପ୍ତାହକୁ ଦୁଇଦିନ ରବିବାର ଓ ଗୁରୁବାର ଡ୍ରାଇ ଡେ ଘୋଷଣା କରିଛନ୍ତି । ଏହିଦିନ ପ୍ରତେକ ଓାର୍ଡରେ କର୍ପୋରେଟର, ବିଏମସି ଅଧିକାରୀ, ସ୍ୱାସ୍ଥ୍ୟକର୍ମୀ, ସମାଜସେବୀ ଓ ଅନ୍ୟ ସମସ୍ତେ ମିଶି ଡେଙ୍ଗୁ ମଶା ସୃଷ୍ଟି ହେଉଥିବା ସ୍ଥାନ  ସଫା କରିବା ପାଇଁ ନିଷ୍ପତି ହୋଇଛି । ଏହି କ୍ରମରେ ଆଜି ଡ୍ରାଇ ଡେର ତୃତୀୟ ଦିନରେ  ୧୪ ନମ୍ବର ଓାର୍ଡର କର୍ପୋରେଟର ମୋନାଲିସା ସାହୁଙ୍କ ନେତୃତ୍ୱରେ ମା ମଙ୍ଗଳା ବସ୍ତିରେ ଡେଙ୍ଗୁ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ଯୋଗଦେଇ କହିଥିଲେ ଡେଙ୍ଗୁ ମସା ସ୍ୱଚ୍ଛ ପାଣିରେ ଜନ୍ମ ନେଇଥାଏ ଏବଂ ଦିନରେ କାମୁଡେ ତେଣୁ ଘରର ଚାରିପାଖ ସଫାସୁତୁରା ରଖିବାକୁ ପଡିବ, ବିଭିନ୍ନ ଭଙ୍ଗା ପାତ୍ର, ଟାୟାର, ପଇଡ ଖୋଳ ଓ ଖାଲୁଆ ସ୍ଥାନରେ ପାଣି ଜମି ରହିଲେ ଡେଙ୍ଗୁ ମସା ସୃଷ୍ଟି ହୁଅନ୍ତି । ଏଥିପାଇଁ ଆମକୁ ସତର୍କ ଓ ସଚେତନ ରହିବାକୁ ପଡିବ । ସମସ୍ତେ ଯଦି ମିଳିମିଶି କାମ କରିବା ସହିତ ଲର୍ଭା ନଷ୍ଠ କରିବା ତାହେଲେ ଡେଙ୍ଗୁ ରହିବ ନାହିଁ । ଏହାପରେ ସାହିର ଗଳିକନ୍ଦି ବୁଲି ସଫେଇ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି କମିଶନର ଶୁଭେନ୍ଦୁ ସାହୁ, ଉର ଜୋନ ଡେପୁଟି କମିଶନର ପୁରନ୍ଦର ନନ୍ଦ, ସିଇଓ ଦେବସ୍ୱିନୀ ପଟ୍‌ଟନାୟକ, ଓାର୍ଡ ଅଧିକାରୀ ସୁଜିତ ସ୍ୱାଇଁ, ଏମ ଆଇ ଜଗମୋହନ ମହାପାତ୍ର, ଜିଲ୍ଲା ବିଜେଡି ସମ୍ପାଦକ ମନୋଜ କୁମାର ସାହୁ, ବସ୍ତିର ମୁଖ୍ୟ ପ୍ରଭାତ କୁମାର ସେଠୀ, ସ୍ୱାସ୍ଥ୍ୟକର୍ମୀ, ସମାଜସେବୀ, ଏସଏଚଜି ମହିଳା ଓ ବସ୍ତିର ସମସ୍ତ ବାସିନ୍ଦା ଉପସ୍ଥିତ ଥିଲେ । (ରିପୋର୍ଟ : ସୁକାନ୍ତ ରାଉତ)