କିଟ୍ ପକ୍ଷରୁ ସତ୍ୟଭାମାପୁର କସ୍ତୁରବା ଗାନ୍ଧୀ ନ୍ୟାସ୍ନାଲ୍
ମେମୋରିଆଲ୍ ଟ୍ରଷ୍ଟ ଛାତ୍ରୀଙ୍କୁ ଶିକ୍ଷା ସହାୟତା
ଅନ୍ତେବାସୀଙ୍କ ସହ ରଜ ପାଳିତ ଅଚ୍ୟୁତ ସାମନ୍ତ ; Ommtv
: କଳିଙ୍ଗ ଇନ୍
ଷ୍ଟିଚ୍ୟୁଟ୍
ଅଫ୍
ଇଣ୍ଡଷ୍ଟ୍ରିଅଲ୍
ଟେକ୍ନୋଲୋଜି (କିଟ୍
) ପକ୍ଷରୁ ସାଲେପୁର ସତ୍ୟଭାମାପୁରସ୍ଥିତ କସ୍ତୁରବା ଗାନ୍ଧୀ ନ୍ୟାସ୍
ନାଲ୍
ମେମୋରିଆଲ୍
ଟ୍ରଷ୍ଟର ଛାତ୍ରୀଙ୍କୁ ଶିକ୍ଷା ସହାୟତା ଯୋଗାଇ ଦିଆଯାଇଛି । ମେ ୧୭ ଅନ୍ତର୍ଜାତୀୟ ଆର୍ଟ ଅଫ୍
ଗିଭିଂ ଦିବସ ଅବସରରେ କିଟ୍
ଓ କିସ୍
ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କସ୍ତୁରବା ଟ୍ରଷ୍ଟ ପରିଦର୍ଶନ କରିଥିଲେ । ଏହି ଅବସରରେ ଟ୍ରଷ୍ଟର ଛାତ୍ରୀଙ୍କୁ ବିନାଦେୟରେ
କିଟ୍
ରେ ଉଚ୍ଚଶିକ୍ଷା ପ୍ରଦାନ ନିମନ୍ତେ ଶ୍ରୀ ସାମନ୍ତ ପ୍ରତିଶ୍ରୁତି ଦେଇଥିଲେ । ଆଜି ପ୍ରଥମ ରଜ ଅବସରରେ ଶ୍ରୀ ସାମନ୍ତ ଟ୍ରଷ୍ଟ ପରିଦର୍ଶନ କରିବା ସହ ଏଠାରେ ଛାତ୍ରୀଙ୍କ ସହ ରଜ ପାଳନ କରିଥିଲେ । ଛାତ୍ରୀଙ୍କ ପାଇଁ ଭୁବନେଶ୍ୱରରୁ ନେଇଥିବା ଫଳ ଓ ନୂତନ ବସ୍ତ୍ର ସେମାନଙ୍କୁ ବଣ୍ଟନ କରିଥିଲେ । ଟ୍ରଷ୍ଟ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ଶ୍ରୀ ସାମନ୍ତ ମାଲ୍ୟାର୍ପଣ କରିବା ସହ ଟ୍ରଷ୍ଟ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ପୂର୍ବ ପ୍ରତିଶ୍ରୁତି ମୁତାବକ ଟ୍ରଷ୍ଟରୁ ମ୍ୟାଟ୍ରିକ୍
ପାସ୍
କରିଥିବା ୩ଜଣ ଛାତ୍ରୀଙ୍କୁ କିଟ୍
ପଲିଟେକ୍
ନିକ୍
ରେ ନାମ ଲେଖାଇବା ପାଇଁ ଶ୍ରୀ ସାମନ୍ତ ଘୋଷଣା କରିଥିଲେ । ଏହି ଛାତ୍ରୀମାନେ କିଟ୍
ରେ ଡିପ୍ଲୋମା ପାଠ୍ୟକ୍ରମ ପଢ଼ିବେ । ଏଥିପାଇଁ ସମସ୍ତ ଖର୍ଚ୍ଚ କିଟ୍
ବହନ କରିବ । ଭବିଷ୍ୟତରେ ପାଠ ପଢ଼ିବା ପାଇଁ ଆବଶ୍ୟକ ସହାୟତା ମଧ୍ୟ କିଟ୍
ପକ୍ଷରୁ ଯୋଗାଇ ଦିଆଯିବ ବୋଲି ଶ୍ରୀ ସାମନ୍ତ କହିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କସ୍ତୁରବା ଗାନ୍ଧୀ ନ୍ୟାସ୍
ନାଲ୍
ମେମୋରିଆଲ୍
ଟ୍ରଷ୍ଟର ସମ୍ପାଦକ ସନ୍ଧ୍ୟାରାଣୀ ମଲ୍ଲିକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । କିଟ୍
କର୍ତ୍ତୃପକ୍ଷଙ୍କ ଏଭଳି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୂୟସୀ ପ୍ରଶଂସା କରାଯାଇଛି ।
#AOG #Artofgiving #OmmTv #OmTV #NBPC #KalingaCineArts #AchyutaSamanta