ଉତ୍ତର ଭୁବନେଶ୍ୱର ବିକାଶ ପରିଷଦ କରିବ ଲକ୍ଷ୍ମୀପୂଜା ଭଷାଣି ଉତ୍ସବ : Ommtv.in

ଉତ୍ତର ଭୁବନେଶ୍ୱର ବିକାଶ ପରିଷଦ କରିବ ଲକ୍ଷ୍ମୀପୂଜା ଭଷାଣି ଉତ୍ସବ

ଉତ୍ତର ଭୁବନେଶ୍ୱର ବିକାଶ ପରିଷଦ କରିବ ଲକ୍ଷ୍ମୀପୂଜା ଭଷାଣି ଉତ୍ସବ : Ommtv.in

ଉତ୍ତର ଭୁବନେଶ୍ୱର ବିକାଶ ପରିଷଦ କରିବ ଲକ୍ଷ୍ମୀପୂଜା ଭଷାଣି ଉତ୍ସବ : Ommtv.in

(ଓମ): ଆଗାମି ଦିନରେ ମା’ ଲକ୍ଷ୍ମୀଙ୍କ ପୂଜାପରେ ଲକ୍ଷ୍ମୀ ଦେବୀଙ୍କ ଭଷାଣି ଉତ୍ସବ ଆୟୋଜନ କରିବ ଉତ୍ତର ଭୁବନେଶ୍ବର ବିକାଶ ପରିଷଦ। ଏନେଇ ଆଜି ସ୍ଥାନୀୟ ଅଞ୍ଚଳର ବିଭିନ୍ନ ବର୍ଗରେ କାର୍ଯ୍ୟକରୁଥିବା ଲୋକଙ୍କୁ ନେଇ ଗଠନ ହୋଇଛି ଉତ୍ତର ଭୁବନେଶ୍ବର ବିକାଶ ପରିଷଦ। ଆଜି ମଧ୍ୟାହ୍ନରେ ଜାଭିୟର ଛକସ୍ଥିତ ଏକ ହୋଟେଲରେ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ନାଗରିକ, ଯୁବକ, ଛାତ୍ର ନେତା ମାନଙ୍କ ମଧ୍ୟରେ ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଞ୍ଚଳବାସୀଙ୍କ ବିକାଶ, ସହିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଯୋଗାଇବା, ଶିକ୍ଷା, ସ୍ବାସ୍ଥ୍ୟ ଓ ମୌଳିକ ଅଧିକାରରୁ ସ୍ଥାନୀୟ ଲୋକ ଯେପରି ବଞ୍ଚିତ ନହେବେ ସେନେଇ ଏହି ପରିଷଦର ଚେଷ୍ଟା କରିବ ବୋଲି ଅନୁଷ୍ଠାନର ଆବାହକ କୃଷ୍ଣ ଚନ୍ଦ୍ର ପତି ମତପ୍ରକାଶକରିଥିଲେ। ମୁଖ୍ୟ ଉପଦେଷ୍ଟା ବିଶ୍ଵଜିତ ପଟ୍ଟନାୟକ ସଭାକାର୍ଯ୍ୟକୁ ପରିଚାଳନା କରିବା ସହିତ ଏକାଠି ହୋଇ କାର୍ଯ୍ୟକରିବା ନେଇ ଉପସ୍ଥିତ ସଭ୍ୟମାନଙ୍କୁ ସଙ୍କଳ୍ପ କରାଇଥିଲେ। ଆଜିର ବୈଠକରେ ଉତ୍ତର ଭୁବନେଶ୍ୱରରେ ଗଜଲକ୍ଷ୍ମୀ ପୂଜା ଭସାଣି ଉତ୍ସବର ଆରମ୍ଭ କରିବା ନେଇ ପ୍ରସ୍ତାବ ରଖାଯାଇଥିଲା। ଯାହାନେଇ ୧୨ରୁ ଅଧିକ ଲକ୍ଷ୍ମୀପୂଜା କମିଟି ଡ଼ମଣାରେ ଅନୁଷ୍ଠିତ ହେବାକୁ ଥିବା ଭଷାଣି ଉତ୍ସବପାଇଁ ମଞ୍ଜୁରି ଦେଇଥିଲେ। ଏନେଇ ଆଇନଗତ ସମସ୍ତ ଅନୁମତି କାର୍ଯ୍ୟକରାଗଲା ପରେ ଡ଼ମଣାରୁ ନାଲକୋ ଓ ନାଲକୋରୁ କୁଆଖାଇ ପଠାକୁ କମିଟିଗୁଡ଼ିକ ନିଜ ମୃର୍ତି ନେଇ ଯିବାପାଇଁ ପରିଷଦ ପକ୍ଷରୁ ବନ୍ଦବସ୍ତ କରାଯିବ। ଅନୁଷ୍ଠାନର ଉପଦେଷ୍ଟା ମଣ୍ଡଳୀ ସୁର ପାତ୍ର, ମଞ୍ଚେଶ୍ୱର ବରିଷ୍ଠ ନାଗରିକ ସଭାପତି କିଶୋର ସାହୁ, ନୀଳାମ୍ବର ସାହୁ , ବିଡିଏ କଲୋନୀ ଗଜଲକ୍ଷ୍ମୀ ପୂଜା କମିଟି ସଭାପତି ପ୍ରମେଶ ସାହୁ, ବରିଷ୍ଠ ସଭ୍ୟ ସ୍ମରଜତ୍ ଆର୍ଯ୍ୟ, ବିଦ୍ୟାଧର ବାରିକ, ରୁଦ୍ୟୁମ୍ନ ସାହୁ, ପ୍ରେମଚାନ୍ଦ ମଣ୍ଡଳ, ନଳିନୀକାନ୍ତି ରାୟ, ଅନ୍ନଦା ପ୍ରସାଦ ମଥାନ, ଆଲୋକ ଜେନା, ଦୁଷ୍ମନ୍ତ ଜେନା, ଅଶୋକ କୁମାର ନାୟକ,ସୁବ୍ରତ ନଦ ଏବଂ ରଂଳେଶ କୁମାର ପଣ୍ଡା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।