ମାରୱାଡି ଯୁବାମଞ୍ଚ ସୋନପୁର ଶାଖା ପକ୍ଷରୁ ମେଗା ରକ୍ତ ଦାନ ଶିବିର : Ommtv

ମାରୱାଡି ଯୁବାମଞ୍ଚ ସୋନପୁର ଶାଖା ପକ୍ଷରୁ ମେଗା ରକ୍ତ ଦାନ ଶିବିର

ମାରୱାଡି ଯୁବାମଞ୍ଚ ସୋନପୁର ଶାଖା ପକ୍ଷରୁ ମେଗା ରକ୍ତ ଦାନ ଶିବିର : Ommtv

ମାରୱାଡି ଯୁବାମଞ୍ଚ ସୋନପୁର ଶାଖା ପକ୍ଷରୁ ମେଗା ରକ୍ତ ଦାନ ଶିବିର : Ommtv

(ରିପୋର୍ଟ: ରଂଜନ ହୋତା / ସୋନପୁର) : ମାରୱାଡି ଯୁବାମଞ୍ଚ ସୋନପୁର ଶାଖା ପକ୍ଷ ରୁ ଆଜି ସ୍ଥାନୀୟ ମାରୱାଡି ଧର୍ମଶାଳା ଠାରେ ଏକ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା l ଏହି ଶିବିର କୁ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଶ୍ରୀ ବିମଳେନ୍ଦୁ ରାୟ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଏସପି ଶ୍ରୀ ଅମରେଶ ପଣ୍ଡା, ଏଡିଏମଓ ମେଡିକାଲ ଡ଼. ଦୁର୍ଗା ଦତ୍ତ ଦାଶ ଯୋଗ ଦେଇ ଶୁଭ ଉଦଘାଟନ କରିଥିବା ବେଳେ ମାରୱାଡି ସମାଜ ର ସଭାପତି ଗୋପାଳ ଭୂତ, ମାରୱାଡି ଯୁବା ମଞ୍ଚ ସଭାପତି ଅମିତ ଅଗ୍ରୱାଲ ମଞ୍ଚlସିନ ଥିଲେ l ସୁବର୍ଣ୍ଣପୁର ଜ଼ିଲ୍ଲା ରେ ଯୁବ ଓ ମହିଳା ରକ୍ତ ଦାତା, ଆୟୋଜକ ଙ୍କ ଉତ୍ସାହ ଉଦ୍ଧିପନା କୁ ଓ ରେକର୍ଡ ସଂଖ୍ୟକ ରକ୍ତ ସଂଗ୍ରହ କୁ ଜିଲ୍ଲାପାଳ ରାୟ ଖୁବ ପ୍ରଶଂସା କରିଥିଲେ । ମୃତ୍ୟୁ ପରେ ସମ୍ପୂର୍ଣ ଅଙ୍ଗ ଦାନ ଘୋଷଣା କରିଥିବା ଯୁବ ଦମ୍ପତି ଆଦିକନ୍ଦ ଦେହୁରୀ, ଲତିକା ଦେହୁରୀ ଙ୍କୁ ସମ୍ବର୍ଦ୍ଧିତ କରି ଜ଼ିଲ୍ଲାପାଳ ଭାବ ବିହ୍ଵଳ ହୋଇ ଏମାନେ ହିଁ ଆଗାମୀ ପିଢ଼ି ପାଇଁ ପ୍ରେରଣା ବୋଲି ଶ୍ରୀ ରାୟ ମତ ରଖିଥିଲେ l ଏସପି ଶ୍ରୀ ପଣ୍ଡା କହିଥିଲେ ସୋନପୁର ରେ ରକ୍ତ ଦାତା ଙ୍କ ଉତ୍ସାହ ପାଇଁ ଆମେ ସମସ୍ତେ ଗର୍ବିତ । ନନ୍ଦ କିଶୋର କମାଣି ସଭା ସଂଯୋଜନା କରିଥିବା ବେଳେ ଯୁବା ମଞ୍ଚ ର ସମ୍ପାଦକ ଅଙ୍କିତ ଅଗ୍ରୱାଲ, ଉପ ସଭାପତି ରଜତ ଅଗ୍ରୱାଲ, ସହ ସମ୍ପାଦକ ଅଭିଷେକ ଅଗ୍ରୱାଲ ସମେତ ମାରୱାଡି ସମାଜ ଓ ଯୁବା ମଞ୍ଚ ର ସମସ୍ତ କର୍ମକର୍ତ୍ତା ସହ ଯୋଗ କରିଥିଲେ l ସ୍ୱଚ୍ଛ ଭାରତ ସଂଗଠନ, ରକ୍ତ ଦାତା ସଂଘ, ଓ ବୁଢା ରଜା ସଂଗଠନ ର ସମସ୍ତ କର୍ମକର୍ତ୍ତା ସଭା ରେ ଯୋଗ ଦେଇ ରକ୍ତ ଦାତା ଓ ଆୟୋଜକ ଙ୍କୁ ଉତ୍ସାହିତ କରିଥିଲେ l ଦମ୍ପତ୍ତି ତ୍ରିଲୋଚନ ପାଣିଗ୍ରାହୀ ଓ ଅଞ୍ଜଳି ପାଣିଗ୍ରାହୀ ରକ୍ତଦାନ କରିଥିଲେ।ଗତ 11 ରୁ 18 ତାରିଖ ଯାଏ ଏ ସମାଜ ପକ୍ଷ ରୁ ଜାତୀୟ ସ୍ତର ରେ ଏ ଶିବିର ଆୟୋଜନ ହୋଇଛି ଏବଂ 1 ଲକ୍ଷ 11 ହଜାର 11 ୟୁନିଟ ରକ୍ତ ସଂଗ୍ରହ ଏହାର ଲକ୍ଷ ବୋଲି ସୂଚନା ମିଳିଛି ବୋଲି ଡକ୍ଟର ଦାଶ ଭୂୟସୀ ପ୍ରଶଂସା କରିଥିଲେ। ସର୍ବ ମୋଟ ୭୨ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଶେଷରେ ମାରୱାଡ଼ି ୟୁବାମଞ୍ଚ ରାଜ୍ୟ ସଭାପତି ପରେଶ୍ ଅଗ୍ରୱାଲ ପହଞ୍ଚି ସୋନପୁର ଶାଖା କୁ ପ୍ରଶଂସା କରିଥିଲେ। #OmmTv #OmTV #NBPC #KalingaCineArts #sonpur #blooddonation