' Kadambini Literary Festival' and 'Kadambini Magazine Fair' are held Jnaneshwar Muhel to be conferred with 'Neelimarani Literary Award-2025' : Ommtv
' Kadambini Literary Festival' and 'Kadambini Magazine Fair' are held Jnaneshwar Muhel to be conferred with 'Neelimarani Literary Award-2025'
କାଦମ୍ବିନୀ ସାହିତ୍ୟ ମହୋତ୍ସବ’ ଓ ‘କାଦମ୍ବିନୀ ପତ୍ରିକାହାଟ’ ଅନୁଷ୍ଠିତ
ଜ୍ଞାନେଶ୍ୱର ମୁଳେଙ୍କୁ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ-୨୦୨୫’ ପ୍ରଦାନ
ଭୁବନେଶ୍ୱର, ୫ ।୦୧: ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ର ପକ୍ଷରୁ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ ଓ ‘କାଦମ୍ବିନୀ ପତ୍ରିକାହାଟ’ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଶିଷ୍ଟ ମରାଠୀ ସାହିତ୍ୟିକ ଡ. ଜ୍ଞାନେଶ୍ୱର ମୁଳେଙ୍କୁ ଚଳିତବର୍ଷର ସମ୍ମାନଜନକ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ-୨୦୨୫’ ପ୍ରଦାନ କରାଯାଇଥିଲା । ପୁରସ୍କାର ସ୍ୱରୂପ ତାଙ୍କୁ ୧୦ଲକ୍ଷ ଟଙ୍କାର ନଗଦ ଅର୍ଥରାଶି, ରୌପ୍ୟ ଫଳକ, ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା । ସମ୍ମାନ ଗ୍ରହଣ କରି ଡ. ମୁଳେ କହିଲେ, ସାହିତ୍ୟର ମୂଲ୍ୟ ହେଉଛି ସ୍ୱତନ୍ତ୍ରତା, ସମତା ଓ ନ୍ୟାୟ । ଗୋଟିଏ ଭାଷା ସହ ଅନ୍ୟ ଭାଷାକୁ ଯୋଡ଼ିବା, ଗୋଟିଏ ସଂସ୍କୃତିକୁ ଅନ୍ୟ ସଂସ୍କୃତି ସହ ଯୋଡ଼ିବା, ଗୋଟିଏ ଅଞ୍ଚଳ ସହ ଅନ୍ୟ ଏକ ଅଞ୍ଚଳକୁ ଯୋଡ଼ିବା ଏବଂ ମୋଟାମୋଟି ଉପରେ ମାନବକୁ ପରସ୍ପର ସହ ଯୋଡ଼ିବା ହେଉଛି ସାହିତ୍ୟ । କାଦମ୍ବିନୀ ଦୀର୍ଘ ୨୫ବର୍ଷ ଧରି ଏହି କାର୍ଯ୍ୟ କରିଆସୁଥିବାରୁ ଡ. ମୁଳେ କାଦମ୍ବିନୀକୁ ଧନ୍ୟବାଦ ଦେଇଥିଲେ । ଓଡ଼ିଶା ସହ ତାଙ୍କର ଦୀର୍ଘ ଦିନର ସମ୍ପର୍କ ରହିଆସିଥିବା ସେ କହିଥିଲେ । କାଦମ୍ବିନୀ ପୁରସ୍କାର ରାଶିକୁ ନେଇ ସେ ଅନୁଦାନ ହିସାବରେ ଜମା କରି ଏହାକୁ ଭଲ ସମାଜସେବା କରୁଥିବା ବ୍ୟକ୍ତି, ଉତ୍କୃଷ୍ଟ ସାହିତ୍ୟ ସୃଷ୍ଟି କରୁଥିବା ବ୍ୟକ୍ତି, ପ୍ରଶାସନ କ୍ଷେତ୍ରରେ ଭଲ କାମ କରୁଥିବା ବ୍ୟକ୍ତି ଓ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ନାରୀଙ୍କୁ ପ୍ରତିବର୍ଷ ୨୫ ହଜାର ଲେଖାଏଁ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ।
ମୁଖ୍ୟ ଅତିଥି ଭାବେ ଇନ୍ଦିରା ଗାନ୍ଧୀ ଜାତୀୟ କଳାକେନ୍ଦ୍ରର ସଦସ୍ୟ ସଚିବ ଡ. ସଚ୍ଚିଦାନନ୍ଦ ଯୋଶୀ ‘କିଟ୍ ଓ କିସ୍ ପରିଦର୍ଶନ କରି ଏହାର ପ୍ରଶଂସା କରିଥିଲେ । ସେ କହିଲେ, ଭବିଷ୍ୟତରେ ଯଦି କେହି ଭାରତର ବିଶ୍ୱବିଦ୍ୟାଳୟ ବିଷୟରେ ଇତିହାସ ଲେଖେ, ସେଥି ମଧ୍ୟରୁ ପ୍ରଥମ ୫ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ କିଟ୍ ଆସିବ ।’ ଏଥିପାଇଁ ସେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ସେ କହିଲେ, ଦେଶର ଅନ୍ୟ ଭାଷାର ପତ୍ରପତ୍ରିକା ଏବଂ ଓଡ଼ିଆ ଭାଷାଠାରୁ ଅଧିକ ପ୍ରଚଳିତ ଭାଷାର ପତ୍ରପତ୍ରିକାଗୁଡ଼ିକର ପ୍ରକାଶନ ବନ୍ଦ ହୋଇଯାଉଥିବା ବେଳେ କାଦମ୍ବିନୀ ପ୍ରୟାସରେ ୫ଶହରୁ ଊର୍ଦ୍ଧ୍ୱ ପତ୍ରିକା ପ୍ରଦର୍ଶନୀ କରି ଏଠାରେ ଏକ ନୂଆ ଇତିହାସ ରଚନା କରିଛି । ଏହା ଆମକୁ ପତ୍ରିକା ପ୍ରକାଶନ ପାଇଁ ପ୍ରେରଣା ଯୋଗାଇଛି । ଭାରତରେ ଏତେ ସାହିତ୍ୟ ସର୍ଜନା ରହିଛି ଯେ, ବିଶ୍ୱରେ କୌଣସି ସ୍ଥାନରେ ଏତେ ସଂଖ୍ୟକ ସର୍ଜନା ଦେଖିବାକୁ ମିଳି ନଥାଏ । ବର୍ତ୍ତମାନ ସମୟରେ ସୂଚନା ପ୍ରଯୁକ୍ତି ବିଦ୍ୟାର ଗୁରୁତ୍ୱ ବଢ଼ିଛି । ‘ଏଆଇ’ ବ୍ୟବହାର ଦ୍ୱାରା ସର୍ଜନା ଧୀରେଧୀରେ କମିଯିବାର ସମ୍ଭାବନା ରହିଛି । ୫୦ବର୍ଷ ପରେ ମୌଳିକ ସାହିତ୍ୟ ଦେଖିବାକୁ ମିଳିବ ନାହିଁ କିମ୍ବା ସାହିତ୍ୟିକ, କବି ସୃଷ୍ଟି ହୋଇପାରିବେ ନାହିଁ । ଏଥିପ୍ରତି ଏବେଠାରୁ ଆମକୁ ସଜାଗ ହେବାକୁ ପଡ଼ିବ ବୋଲି ସେ କହିଥିଲେ ।
ମୁଖ୍ୟବକ୍ତା ଲେଖକ ଚନ୍ଦ୍ରପ୍ରକାଶ ଦ୍ୱିବେଦୀ କହିଲେ, ଯେଉଁଠି ଦୁଃଖ ଅଛି, ଯେଉଁଠି ପୀଡ଼ା ଅଛି ସେଠାରେ ସାହିତ୍ୟ ଅଛି । ଏହି ଦୁଃଖ ଓ ପୀଡ଼ା ସହ ଶବ୍ଦ ଯୋଡ଼ୁଥିବା ବ୍ୟକ୍ତି ଲେଖକ ହୋଇଯାଏ । କେତେକ ଲେଖକ ବ୍ୟକ୍ତିଗତ ପୀଡ଼ାର ପରିପ୍ରକାଶ କରନ୍ତି ମାତ୍ର ଯେଉଁମାନେ ସମଗ୍ର ବିଶ୍ୱର ପୀଡ଼ାର ପରିପ୍ରକାଶ କରନ୍ତି ସେମାନେ ମହାକବି ହୋଇଯାଆନ୍ତି । ଲେଖକ, ଅଭିନେତା ଓ ମଞ୍ଚ କଳାକାର ଅଖିଳେନ୍ଦ୍ର ମିଶ୍ର କହିଲେ, ସାହିତ୍ୟ ହେଉଛି ଋଗବେଦର ଅଂଶ । ବ୍ରହ୍ମାଣ୍ଡର ଉତ୍ପତି ହେଉଛି ସାହିତ୍ୟ । ପୁସ୍ତକ ପଠନ ଉପରେ ଗୁରୁତ୍ୱ ଦେଇ ଶ୍ରୀ ମିଶ୍ର କହିଲେ, ବହିକୁ ସ୍ପର୍ଶ କଲେ ଏକ ସ୍ୱତନ୍ତ୍ର ଅନୁଭବ ମିଳିଥାଏ । ସାହିତ୍ୟ ହେଉଛି ଜୀବନ । ସାହିତ୍ୟକୁ ପଢ଼ିବା ଦ୍ୱାରା ବିଭିନ୍ନ ବିଚାର ପ୍ରାପ୍ତ ହୋଇଥାଏ । କବିତା ପାଠ ଦ୍ୱାରା ଜୀବନର ଲୟ ପ୍ରାପ୍ତ ହୋଇଥାଏ । ଯେଉଁ ବ୍ୟକ୍ତି ସାହିତ୍ୟକୁ ଯେତେ ସମ୍ମାନ ଦିଏ ସେ ସେତେ ସମୃଦ୍ଧ ବୋଲି ଜଣାପଡ଼ିଥାଏ ବୋଲି ସେ କହିଥିଲେ । ଅନ୍ୟତମ ଅତିଥି ବିଶିଷ୍ଟ ଲେଖିକା, ସମ୍ପାଦିକା ଓ ବ୍ଲଗର୍ ନୀନା ବର୍ମା କହିଲେ, ସାହିତ୍ୟ ହିଁ ମନୁଷ୍ୟକୁ ସଭ୍ୟ କରିଥାଏ । ପ୍ରତ୍ୟେକ ମଣିଷ ତାଙ୍କ ଜୀବନରେ ସାହିତ୍ୟକ ଏକ ସ୍ୱତନ୍ତ୍ର ସ୍ଥାନ ଦେବା ଆବଶ୍ୟକ । ଡିଜିଟାଲ୍ ଏନ୍ଗେଜମେଣ୍ଟ ଛାପା ଗଣମାଧ୍ୟମର ବିକଳ୍ପ ହୋଇପାରିବ ନାହିଁ ବୋଲି ସେ କହିଥିଲେ । ବିଶିଷ୍ଟ ସାହିତ୍ୟିକା ବନଜ ଦେବୀ କହିଲେ, କାଦମ୍ବିନୀ ହେଉଛି ପତ୍ରିକା ଇତିହାସର ଏକ ଅନନ୍ୟ ଉଦାହରଣ । ଆତ୍ମୀୟତା ହେଉଛି ସବୁଠାରୁ ବଡ଼କଥା । କାଦମ୍ବିନୀରେ ଭରି ରହିଛି ଆତ୍ମୀୟତା । ପତ୍ରିକା ସାହିତ୍ୟକୁ ଚଳଚଞ୍ଚଳ ଓ ଗତିଶୀଳ କରିଥାଏ । ପତ୍ରିକା ଲେଖକ ତିଆରି କରେ ଓ ଲେଖକୁ ପରିଚୟ ପ୍ରଦାନ କରିଥାଏ ।
ଏହି ଅବସରରେ କାଦମ୍ବିନୀ ଓ କୁନିକଥାର ଜାନୁଆରୀ ସଂଖ୍ୟା ଉନ୍ମୋଚନ ହୋଇଥିଲା । ଚଳିତବର୍ଷ ‘ପରାଗ’ର ସମ୍ପାଦକ ବନମାଳୀ ସେନାପତି ଏବଂ ‘କାବ୍ୟଲୋକ’ର ସମ୍ପାଦକ ଭିକାରୀ ଧଳଙ୍କୁ ‘କାଦମ୍ବିନୀ ସମ୍ପାଦକ ସମ୍ମାନ-୨୦୨୫’ ଓ ବରିଷ୍ଠ ସାହିତ୍ୟିକ ରମେଶ ପ୍ରସାଦ ପାଣିଗ୍ରାହୀ, ଜୟକୃଷ୍ଣ ସାମଲ, ଶୈଳଜା କୁମାରୀ ଅପରାଜିତା ମହାନ୍ତି ଓ ପ୍ରଭାକର ଶତପଥୀଙ୍କୁ ‘କାଦମ୍ବିନୀ ସାହିତ୍ୟ ସମ୍ବର୍ଦ୍ଧନା-୨୦୨୫’ରେ ସମ୍ବର୍ଦ୍ଧିତ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କିଟ୍, କିସ୍ ଓ କାଦମ୍ବିନୀ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିଶିଷ୍ଟ ସାହିତ୍ୟିକ କଇଳାଶ ପଟ୍ଟନାୟକ ସଭାପତିତ୍ୱ କରିଥିଲେ ଏବଂ କାଦମ୍ବିନୀ ସମ୍ପାଦିକା ଡ. ଇତିରାଣୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ‘ସେମାନେ ଓ ସେମାନଙ୍କ କବିତା’ ଶୀର୍ଷକରେ କବିତା ପାଠୋତ୍ସବ ଅନୁଷ୍ଠିତ ହେବା ସହ ଶିଶୁ କବିତା ପାଠୋତ୍ସବ ‘ଚୁଲବୁଲୀ, ଚୁଲ୍ବୁଲ୍ମାନଙ୍କ ସରସ ପଦ୍ୟ’ ଓ ‘ନୃତ୍ୟ, ଅଭିନୟର ଯୁଗଳବନ୍ଦୀ ଓ କୁନାକୁନିମାନେ’ ଅନୁଷ୍ଠିତ ହୋଇଥିଲା ।
' Kadambini Literary Festival' and 'Kadambini Magazine Fair' are held
Jnaneshwar Muhel to be conferred with 'Neelimarani Literary Award-2025'
Bhubaneswar , May 1: The monthly family magazine 'Kadambini' organized 'Kadambini Sahitya Mahotsav' and 'Kadambini Patrikahaat' on Sunday. On this occasion, eminent Marathi writer Dr. Jnaneshwar Muhel was awarded this year's prestigious 'Neelimarani Sahitya Samman-2025'. He was awarded a cash prize of Rs 10 lakh, a silver plaque , a citation and a citation. Receiving the award, Dr. Muhel said that the value of literature is independence , equality and justice. Literature is about connecting one language with another language , one culture with another culture , one region with another region and above all, it is about connecting people with each other. Dr. Muhel thanked Kadambini for doing this work for the past 25 years. He said that he has a long-standing connection with Odisha. The Kadambini Award money will be pooled as a grant and an incentive of Rs 25,000 will be given every year to people who have done good social service , people who have created excellent literature , people who have done good work in the field of administration, and women who have done outstanding work.
As the chief guest, Indira Gandhi National Centre for the Arts, Member Secretary Dr. Sachidanand Joshi visited 'Kit and Kiss' and praised it. He said , if anyone writes a history about Indian universities in the future , KIT will be among the first 5 universities.' For this, he thanked the founder Achyut Samanta. He said , while the publication of journals in other languages of the country and journals in languages more widely spoken than Odia are being stopped, Kadambini has created a new history here by exhibiting more than 500 journals through its efforts. This has inspired us to publish journals. There is so much literary creation in India that no other place in the world can see such a large number of creations. Nowadays, the importance of information technology has increased. With the use of 'AI', there is a possibility of gradual reduction in creation. After 50 years, basic literature will not be seen or literary and poets will not be created. We will have to be careful about this from now on, he said.
The keynote speaker, writer Chandraprakash Dwivedi, said , "Where there is sorrow , where there is pain, there is literature." The person who associates words with this sorrow and pain becomes a writer. Some writers express personal pain, but those who express the pain of the entire world become great poets. Writer , actor and stage artist Akhilendra Mishra said , "Literature is a part of the Rigveda. Literature is the origin of the universe." Emphasizing on book reading, Shri Mishra said , "Touching a book gives a special feeling. Literature is life. Reading literature gives different ideas. Reading poetry gives the rhythm of life." He said that the more a person respects literature, the richer he is. One of the distinguished guests, writer , editor and blogger Nina Verma, said , "Literature makes a person a citizen. Every person should give literature a special place in his life." He said that digital engagement cannot be an alternative to print media. Eminent writer Banaj Devi said , Kadambini is a unique example in the history of magazines. Intimacy is the greatest thing. Kadambini is full of intimacy. Magazines make literature dynamic and dynamic. Magazines create writers and give recognition to writing.
The January issue of Kadambini and Kunikabda was launched on this occasion. This year, Banamali Saspati, editor of 'Parag', and Bhikari Dhal, editor of 'Kabyalok', were awarded the 'Kadambini Editor's Award-2025' and senior writers Ramesh Prasad Panigrahi , Jayakrishna Samal , Saaletaja Kumari Aparajita Mohanty and Prabhakar Satapathy were awarded the 'Kadambini Sahitya Samvardhana-2025'. Achyut Samant, founder of Kit, Kiss and Kadambini, delivered the welcome address, while eminent writer Kailash Patnaik presided over the function and Kadambini Editor Dr. Itirani proposed the vote of thanks. On this occasion, a poetry reading festival titled 'Them and Their Poems' was held, along with children's poetry reading festivals 'Chulbuli , Chulbulman Saras Padya' and 'Dance , Acting and Jumlabandi and Kunakunimane'.