KIIT Fest 7.0 Kicks Off,Star attraction Jubin Nautiyal : Ommtv
KIIT Fest 7.0 Kicks Off,Star attraction Jubin Nautiyal
KIIT Fest 7.0 Kicks Off,Star attraction Jubin Nautiyal : Ommtv
The seventh edition of the annual techno-cultural fest of KIIT Deemed to be University ‘KIIT Fest’ kicks off amidst much fanfare and splendor on 14 February 2024. This three-day Mega Event is one of the largest tech and cultural fest in the Eastern part of India. The annual fest has attracted a crowd of more than 40,000 students, including more than 5000 students from various reputed technical institutes and universities of the country. The total prize money for various competitions is ¹ 25 lakhs, which is the highest amount for any University technical Festival in India. The star attraction of the event is on 15th February EDM Night by International EDM Artist Nucleya, and Star Night on 16th by the Famous Singer Jubin Nautiyal.KIITFest is the annual techno-cultural fest organized by KIIT Deemed to be University every year, which attracts participants from various colleges and universities across the country. KIITFest typically features a wide array of events including technical competitions, cultural performances, workshops, guest lectures, and various other activities. It serves as a platform for students to showcase their talents, interact with professionals, and engage in learning experiences beyond the classroom.The students will compete for three days in the field of technology, culture, and art and has been an extravaganza for the youth and explosive opportunities for them.
JOIN NEW BHUBANESWAR PRESS CLUB : 9439177630
During this 3 day Techno-fest students will take part in different events in various technical, cultural and innovative competitions like FUEGO, BUZZ WRITE YEAR, KWEST, ZARA NACHKE DIKHA (SOLO), SPOTLIGHT, MISMATCH (Prelims), Ctrl + Kreate, Clash of Conviction, Mighty structure, FLOWCRETE, Bio-Triathlon, Streak-Fection, Bio-Inno-Thon, Astro-Life, Knowledge Klass, Youth Colloquy, Mind Maze, Mech GPT, Screwderia Mecharrari, Launch-X, Reel IT, Pixel Tales, Pitch It, Error 404, Creativista, Techathlon, Kronos, Kairos, Kikstart, K-onnect the dots, Jumpstart, Teenie Weenie Tales, Fresh Face & Fresh Voice, Press Release Writing Competition, Finkross, Best Manager, Brand Sangram, Roborage, IoT ka MASTERCHEF, Tech Royale, Brain Blitz, BotBurnout, and Track Tracer etc.
Prof Saranjit Singh, VC, KIIT Deemed to be University, and Prof J R Mohanty, Registrar also spoke on the occasion.
ଉଦ୍ଘାଟିତ ହେଲା କିଟ୍ ଫେଷ୍ଟର ୭ମ ସଂସ୍କରଣ
ସାଂସ୍କୃତିକ ସନ୍ଧ୍ୟାରେ ସୁହାନା ସଫର ଛାତ୍ରଛାତ୍ରୀଙ୍କ ମନ ମୋହିଲା
୧୬ରେ ମୁଖ୍ୟ ଆକର୍ଷଣ ଜୁବିନ୍ ନଉଟିଆଲ୍
ଭୁବନେଶ୍ୱର, ୧୪ା୨: ପ୍ରତିବର୍ଷ ପରି ଚଳିତବର୍ଷ ଦେଶର ସର୍ବ ବୃହତ ଟେକ୍ନୋ-କଲଚରାଲ୍ ଫେଷ୍ଟ କୁହାଯାଉଥିବା କିଟ୍ ଫେଷ୍ଟର ୭ମ ସଂସ୍କରଣକୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉଦ୍ଘାଟନ କରିଥିଲେ । ଉଦ୍ଘାଟନୀ ସଂଧ୍ୟାରେ ସୁହାନା ସଫର ଉଇଥ ରଫି, କିଶୋର, ଲତା ଆଣ୍ଡ କେକେ ସହ ତାଳ ଦେଇ ଝୁମିଥିଲେ କିଟ୍ ବିଶ୍ୱବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ । ଅତି ଶୃଙ୍ଖଳିତ ଢ଼ଙ୍ଗରେ କିଟ୍ ଫେଷ୍ଟ ୨୦୨୪ ଆୟୋଜନ ହୋଇଥିବା ବେଳେ ଆଜି ଦିନ ତମାମ କଳା, ସଂସ୍କୃତି, ସାହିତ୍ୟ ଓ ବୈଷୟିକ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । କିଟ୍ ଫେଷ୍ଟ ହେଉଛି ଭାରତର ସର୍ବ ବୃହତ ଟେକ୍ନୋ-କଲଚରାଲ୍ ଫେଷ୍ଟିଭାଲ । କିଟ୍ ସମେତ ଦେଶର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ସର୍ଜନଶୀଳତା ଓ ଦକ୍ଷତା ପ୍ରଦର୍ଶନ କରିବାର ଏହା ଏକ ପ୍ରତ୍କୃଷ୍ଟ ମଞ୍ଚ । ତିନି ଦିନ ଧରି ଚାଲିବାକୁ ଥିବା କିଟ୍ ଫେଷ୍ଟରେ ଛାତ୍ରଛାତ୍ରୀମାନେ ବିଭିନ୍ନ ବୈଷୟିକ ଓ ସାଂସ୍କୃତିକ ପ୍ରତିଯୋଗିତାରେ ଭାଗ ନେବେ । ଏଥିରେ ମୋଟ ୨୫ଲକ୍ଷ ଟଙ୍କାର ପୁରସ୍କାର ରାଶି ରଖାଯାଇଛି । ୧୫ ତାରିଖରେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କଳାକାର ନିଉକ୍ଲିଆଙ୍କ ପ୍ରଦର୍ଶନ ରହିଥିବା ବେଳେ ୧୬ତାରିଖ ଷ୍ଟାର ନାଇଟ୍ର ମୁଖ୍ୟ ଆକର୍ଷଣ ହେଉଛନ୍ତି ଭାରତର ବିଶିଷ୍ଟ କଣ୍ଠଶିଳ୍ପୀ ଜୁବିନ୍ ନଉଟିଆଲ୍ ।
କିଟ୍ ଫେଷ୍ଟ ୨୦୨୪ରେ କିଟ୍ ସମେତ ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ମୋଟ ୧୫ ହଜାର ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି । ସେମାନଙ୍କ ମଧ୍ୟରେ ଆଜି ଦିନ ସାରା ପ୍ରତିଯୋଗିତା ଚାଲିଥିଲା । ସେଥିରେ ରହିଛି ଫୁଏଗୋ, ବଜ୍ ରାଇଟ୍ ଇଅର, କ୍ୱେଷ୍ଟ, ଜରା ନାଚକେ ଦିଖା, ସୋଲୋ, ସ୍ପଟଲାଇଟ୍, ମିସ୍ ମ୍ୟାଚ୍, ମାଇଟି ଷ୍ଟ୍ରକଚର୍, ଆଷ୍ଟ୍ରୋ ଲାଇଫ, ନଲେଜ କ୍ଲାସ୍, ମାଇଣଡ ମେଜ୍, ମେକ ଜିପିଟି, ଟେକାଥଲନ, କ୍ରୋନୋସ, କାଇରସ, କିକ୍ଷ୍ଟାର୍ଟ, ପ୍ରେସ ରିଲିଜ ରାଇଟିଂ, ବ୍ରାଣ୍ଡ ସଂଗ୍ରାମ, ରୋବୋରେଜ, ବ୍ରେନ୍ ବ୍ଲିଜ୍ ଓ ଟ୍ରାକ୍ ଟ୍ରେସର୍ ଆଦି ୭୦ଟି ବିଭାଗରେ ପ୍ରତିଯୋଗିତା ରହିଛି ।
ଆଜିର ଉଦ୍ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଓ ଅତିରିକ୍ତ କୁଳସଚିବ ଡ. ଶ୍ୟାମସୁନ୍ଦର ବେଉରା ପ୍ରମୁଖ ଉପସ୍ଥିତ ଥିଲେ । କିଟ୍ ଫେଷ୍ଟ ପାଇଁ ସମଗ୍ର କିଟ୍ ପରିସର ଉତ୍ସବ ମୁଖର ହୋଇଥିବା ବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ପରିଲକ୍ଷିତ ହୋଇଛି ।