Achyuta Samanta Honoured with First PIO Excellence Award, The PIO forum proposes International Cultural Festival for the Indian Diaspora every four years : Ommtv
Achyuta Samanta Honoured with First PIO Excellence Award, The PIO forum proposes International Cultural Festival for the Indian Diaspora every four years : Ommtv
Achyuta Samanta Honoured with First PIO Excellence Award, The PIO forum proposes International Cultural Festival for the Indian Diaspora every four years : Ommtv
Bhubaneswar, Jan 7: With the Pravasi Bharatiya Divas kicking off tomorrow here, the Global Organization of People of Indian Origin (GOPIO) has honoured the Founder of KIIT and KISS Dr Achyuta Samanta with the first-ever PIO Excellence Award in recognition of his unparalleled contributions to education and tribal empowerment. The award was given away during the ‘PIOs Dialogue with India 2025’ session, organized by KIIT-DU.Themed “Empowering Global Connections: The Role of PIOs in Emerging India,” the programme brought together dignitaries and leaders from around the world.Alongside Dr. Samanta, Shanmugan Mookkan, OSD to the Prime Minister of Malaysia, and Professor Ajay Kumar Dubey from JNU were also recognized for their contributions.A major highlight of the event was the proposal to host an International Cultural Festival for the Indian Diaspora every four years in India. The festival aims to celebrate the rich heritage and contributions of People of Indian Origin (PIO) globally and strengthen their ties with India.The session also marked the launch of the GOPIO International Chair at KIIT-DU, an initiative dedicated to promoting research and innovation concerning the Indian diaspora. This chair will facilitate academic studies and document the contributions of PIOs across the globe.Dr. Samanta, in his speech, expressed his gratitude, saying, “It is an honour for KIIT and KISS to host one of the sessions of PIOs. KIIT has grown from 12 students to over 80,000 today, and KISS has become a revolution in the country. I hope our distinguished guests are pleased to witness this progress.”Ravendiran Arjunan, Secretary General of GOPIO International, praised KIIT’s remarkable growth: “The KIIT township has grown by leaps and bounds. The Pravasi Bharatiya Divas itself was born out of a request by PIOs to Atal Bihari Vajpayee, and today, the contributions of PIOs in nation-building must be preserved and documented.”Reflecting on the historical significance of Odisha, Arjunan remarked, “Kalinga was known for its traders and businessmen who travelled across the world. Their contributions are often forgotten, and it is time we preserve their legacy.”Dr. Ponnusamy Muthayah, President of GOPIO International, traced the origins of Pravasi Bharatiya Divas, highlighting how the conference has brought the diaspora closer to India.Vinay Dussoye, Vice President of GOPIO, emphasized the importance of protecting Indian culture and civilization, proposing the International Cultural Festival as a step towards reinforcing global connections. “The process of engaging the diaspora rests with our younger generation. We must establish ourselves in international business and ensure cultural preservation,” he added.Former Diplomat and Director General of international Relations, KIIT-DU Debraj Pradhan highlighted the Indian diaspora’s seller role in India’s growth, while Prof. Saranjit Singh, Vice Chancellor of KIIT-DU, underscored the role of the diaspora in India’s growth. Prof. Debasish Bandopadhyay, Pro Vice-Chancellor, extended the vote of thanks, acknowledging the proposal for the cultural carnival.
ଭାରତୀୟ ବଂଶୋଦ୍ଭବ ବିଶ୍ୱ ସଂଗଠନ ପକ୍ଷରୁ, ଅଚ୍ୟୁତ ସାମନ୍ତଙ୍କୁ ପ୍ରଥମ ପିଆଇଓ ଏକ୍ସଲେନ୍ସ ସମ୍ମାନ : Ommtv
ଭୁବନେଶ୍ୱର, ୭ ।୧: ଭୁବନେଶ୍ୱରରେ ୮ତାରିଖରୁ ୩ ଦିନ ଧରି ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ଗ୍ଲୋବାଲ୍ ଅର୍ଗାନାଇଜେସନ୍ ଅଫ୍ ପିପୁଲ୍ ଅଫ୍ ଇଣ୍ଡିଆନ୍ ଅରିଜିନ୍ (ଗୋପିଓ)ର ସଦସ୍ୟମାନେ ଆଜି କିଟ୍ ଓ କିସ୍ ପରିଦର୍ଶନ କରିଛନ୍ତି । ଏହି ଅବସରରେ କିସ୍ ପରିଦର୍ଶନ କରି କିସ୍ର ୪୦ ହଜାର ଛାତ୍ରଛାତ୍ରୀଙ୍କୁ ସେମାନେ ସମ୍ବୋଧିତ କରିବା ପରେ କିଟ୍ ପରିସରରେ ଆୟୋଜିତ ‘ଭାରତ ୨୦୨୫ ଏବଂ ଭାରତୀୟ ବଂଶୋଦ୍ଭବ- ଏକ ଭାବ ବିନିମୟ’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଶ୍ୱର ୩୦ଟି ଦେଶର ୧୪୦ଜଣ ପ୍ରତିନିଧି ଯୋଗ ଦେଇଥିଲେ ।ଏହି ଅବସରରେ ଗୋପିଓ ଇଣ୍ଟରନ୍ୟାସ୍ନାଲ୍ ପକ୍ଷରୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ପ୍ରଥମ ପିଆଇଓ ଏକ୍ସଲେନ୍ସ ସମ୍ମାନ ପ୍ରଦାନ କରାଯାଇଥିଲା । ଶିକ୍ଷା ଓ ଜନଜାତି ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ସେହିପରି ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ଓଏସ୍ଡି ସନ୍ମୁଗନ୍ ମୁକ୍କାନ ଓ ଜେଏନ୍ୟୁର ଇଣ୍ଟରନ୍ୟାସ୍ନାଲ୍ ଷ୍ଟଡିଜ୍ ବିଭାଗ ମୁଖ୍ୟ ପ୍ରଫେସର ଅଜୟ କୁମାର ଦୁବେଙ୍କୁ ମଧ୍ୟ ଏହି ସମ୍ମାନ ପ୍ରଦାନ କରାଯାଇଥିଲା ।ଦିବସବ୍ୟାପୀ କିଟ୍ ଓ କିସ୍ରେ ଆୟୋଜିତ ସମ୍ମିଳନୀରେ ଗୋପିଓର ସଦସ୍ୟ ଓ କର୍ମକର୍ତ୍ତାମାନେ ଅଂଶଗ୍ରହଣ କରି ବିଶ୍ୱସ୍ତରରେ କିଭଳି ଓଡ଼ିଶା ତଥା ଭାରତୀୟ ସଂସ୍କୃତି, ପରମ୍ପରା, ଐତିହ୍ୟ ଆଦିର ପ୍ରଚାର ପ୍ରସାର କରାଯାଇପାରିବ ସେ ନେଇ ଆଲୋଚନା କରିଥିଲେ। ଭାରତୀୟ ସଂସ୍କୃତିର ମୂଳମନ୍ତ୍ର ସର୍ବେ ଭବନ୍ତୁ ସୁଖୀନଃ ଓ ବସୁଧୈବ କୁଟୁମ୍ବକମ୍ ଆଜି ମଧ୍ୟ ଗୁରୁତ୍ୱ ବହନ କରେ । ବିଭିନ୍ନ ଦେଶରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଓ ଭାରତୀୟଙ୍କ ମଧ୍ୟରେ କିଭଳି ସମନ୍ୱୟ, ସହଭାଗିତା, ସହଯୋଗିତା, ସୌହାର୍ଦ୍ଦ୍ୟପୂର୍ଣ୍ଣ ଓ କ୍ରିୟାଶୀଳ ସମ୍ପର୍କ ବଜାୟ ରହିବ ତାହା ଉପରେ ଆଲୋକପାତ କରିଥିଲେ ।ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଗୋପିଓ ଇଣ୍ଟରନ୍ୟାସ୍ନାଲ୍ର ସଭାପତି ଡ. ପୋନ୍ନୁସାମି ମୁଥେୟା, ଉପସଭାପତି ବିନୟ ଦୁସୋୟେ ଓ ମହାସଚିବ ଏ ରବୀନ୍ଦ୍ରନ୍ ଅର୍ଜୁନନ୍ ପ୍ରମୁଖ ଯୋଗ ଦେଇ ଏହି ସମ୍ମିଳନୀ ଭାରତୀୟ ବଂଶୋଦ୍ଭବ ଓ ଭାରତୀୟଙ୍କ ମଧ୍ୟରେ ସମ୍ପର୍କକୁ ଆହୁରି ଦୃଢ଼ କରିବ ବୋଲି ମତ ପୋଷଣ କରିଥିଲେ । ଏହି ଅବସରରେ କିଟ୍ ବିଶ୍ୱବିଦ୍ୟାଳୟରେ ଗୋପିଓ ଇଣ୍ଟରନ୍ୟାସ୍ନାଲ୍ ଚେୟାର ପ୍ରତିଷ୍ଠା ନେଇ ଗୋପିଓ ଇଣ୍ଟରନ୍ୟାସ୍ନାଲ୍ ଓ କିଟ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଏହି ବୁଝାମଣାପତ୍ରରେ କିଟ୍ ପକ୍ଷରୁ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ ଓ ଗୋପିଓ ଇଣ୍ଟରନ୍ୟାସ୍ନାଲ୍ ଫକ୍ଷରୁ ଏହାର ମହାସଚିବ ଏ ରବୀନ୍ଦ୍ରନ୍ ଅର୍ଜୁନନ୍ ସ୍ୱାକ୍ଷର କରିଥିଲେ ।ଗୋପିଓ ସଦସ୍ୟମାନେ ଆଜି କିଟ୍ ଓ କିସ୍ ପରିଦର୍ଶନ କରି ଅଭିଭୂତ ହୋଇ ଶ୍ରୀ ସାମନ୍ତଙ୍କ ଏଭଳି ଉତ୍ସର୍ଗୀକୃତ ଓ ମାନବୀୟ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ । ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଶ୍ରୀ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ ସଭାପତିତ୍ୱ କରିଥିଲେ ଓ ଉପକୁଳପତି ପ୍ରଫେସର ଦେବାଶିଷ ବନ୍ଦୋପାଧ୍ୟାୟ ଧନ୍ୟବାଦ ପ୍ରଦାନ କରିଥିଲେ ।