ଲାଞ୍ଜିଗଡ ସ୍ଥିତ ଡ଼ିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ବାର୍ଷିକୋତ୍ସବ ପାଳିତ ହୋଇଯାଇଛି : Ommtv

 କଳାହାଣ୍ଡି ଜିଲ୍ଲା, ୩୧/୦୩ (କବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଗତ କାଲି ତା-୩୦/୦୩/୨୦୨୫ ରବିବାର ଦିନ ସନ୍ଧ୍ୟାରେ ଲାଞ୍ଜିଗଡ ସ୍ଥିତ ଡ଼ିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ବାର୍ଷିକୋତ୍ସବ ଅଧ୍ୟକ୍ଷ ଶ୍ରୀଯୁକ୍ତ ସଦାନନ୍ଦ ହୋତାଙ୍କ ପୌରୋହିତରେ ଅନୁଷ୍ଠିତ ହୋଇଯାଇଛି I ଏହି ବାର୍ଷିକୋତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ (ସି.ଇ. ଓ.ବେଦାନ୍ତ କମ୍ପାନୀ ),ସମ୍ମାନିତ ଅତିଥି ଏସ.ସୁରେଶ ( ସି. ଏଫ. ଓ. ବେଦାନ୍ତ କମ୍ପାନୀ ) ଓ ମୁଖ୍ୟ ବକ୍ତା ଭାବେ ପ୍ରଫେସର ଡକ୍ଟର ଶୁଭ୍ରାଂଶୁ ଶେଖର ଦାସ (ଅଧ୍ୟକ୍ଷ ଇଂଜିନେରିଙ୍ଗ କଲେଜ, କଳାହାଣ୍ଡି ) ଯୋଗଦାନ କରିଥିଲେ I ସର୍ବପ୍ରଥମେ ମୁଖ୍ୟ ଅତିଥି ଦୀପ ପ୍ରଜ୍ଜ୍ୱଳନ କରି ବାର୍ଷିକୋତ୍ସବର ଶୁଭାରମ୍ଭ କରିଥିଲେ I ଲାଞ୍ଜିଗଡ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ସଦାନନ୍ଦ ହୋତା ସ୍ୱାଗତ ଅଭିଭାଷଣ ସହ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ I ତା ସହ କଠିନ ପରିଶ୍ରମ ଓ ଦୁର୍ବାର ଇଚ୍ଛାଶକ୍ତି ହିଁ ଛାତ୍ରଛାତ୍ରୀମାନଙ୍କ ଉନ୍ନତିର ମୂଳ କାରଣ ଅଟେ ବୋଲି ମତବ୍ୟକ୍ତ କରିଥିଲେ I ଉକ୍ତ ମହୋତ୍ସବରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ ନିଜ ଅଭିଭାଷଣରେ ଛାତ୍ରଛାତ୍ରୀମାନଙ୍କ ବୌଦ୍ଧିକ ବିକାଶ ସହ ଚାରିତ୍ରିକ ଗଠନ ଉପରେ ଗୁରୁତ୍ୱାରୋପ କରିଥିଲେ I ସେହିପରି ମୁଖ୍ୟବକ୍ତା ଡକ୍ଟର ଶୁଭ୍ରାଂଶୁ ଶେଖର ଦାସ ବିଦ୍ୟାଳୟ ଓ ଛାତ୍ରୀଛାତ୍ରୀମାନଙ୍କର ଉଚ୍ଚ ପ୍ରଶଂସା ସହ ଭବିଷ୍ୟତ ମଙ୍ଗଳ କାମନା କରିଥିଲେ I ପରେ ବିଦ୍ୟାଳୟର କୁନି କୁନି ଛାତ୍ର ଛାତ୍ରୀ ଓ ବଡ଼ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା I ଶେଷରେ ଆନୁଷ୍ଠାନିକ ଭାବରେ ଶିକ୍ଷକ ଓ ସକ୍ଷତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସାରିବା ପରେ ସାମୁହିକ ଜାତୀୟ ସଂଗୀତ ଗାନ କରି ମହୋତ୍ସବଟି ଶେଷରେ ପରି ସମାପ୍ତି ଘୋଷଣା କରାଯାଇଥିଲା I