ମାରୱାଡି ଯୁବାମଞ୍ଚ ତରଫରୁ ପ୍ରାକୃତିକ ଚିକିତ୍ସା ପଦ୍ଧତି ଉପରେ ୬ ଦିନିଆ ଶିବିର ଅନୁଷ୍ଠିତ: Ommtv

ମାରୱାଡି ଯୁବାମଞ୍ଚ ତରଫରୁ ପ୍ରାକୃତିକ ଚିକିତ୍ସା ପଦ୍ଧତି ଉପରେ ୬ ଦିନିଆ ଶିବିର ଅନୁଷ୍ଠିତ

ମାରୱାଡି ଯୁବାମଞ୍ଚ ତରଫରୁ ପ୍ରାକୃତିକ ଚିକିତ୍ସା ପଦ୍ଧତି ଉପରେ ୬ ଦିନିଆ ଶିବିର ଅନୁଷ୍ଠିତ: Ommtv

ମାରୱାଡି ଯୁବାମଞ୍ଚ ତରଫରୁ ପ୍ରାକୃତିକ ଚିକିତ୍ସା ପଦ୍ଧତି ଉପରେ ୬ ଦିନିଆ ଶିବିର ଅନୁଷ୍ଠିତ : ଆଜି ରାଇରଙ୍ଗପୁର ସହରସ୍ତିତ ପାଢିଆ ଧର୍ମଶାଳା ଠାରେ ମାରୱାଡି ଯୁବାମଞ୍ଚ ତରଫରୁ ପ୍ରାକୃତିକ ଚିକିତ୍ସା ପଦ୍ଧତି ଉପରେ ୬ ଦିନିଆ ଶିବିରି ଜୁଲାଇ ୧ ରୁ ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟଅତିଥି ଭାବେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ସୁଦୂର ରାଜସ୍ଥାନ ରୁ ଡାକ୍ତର ରଣଜିତ ସିଂହ ଓ ଡାକ୍ତର ଦେବେନ୍ଦ୍ର ସିଂହ ଉପସ୍ଥିତ ରହି ରୋଗୀମାନଙ୍କର ଚିକିତ୍ସା କରିଥିଲେ | ଏହି ଶିବିରରେ ରାଇରଙ୍ଗପୁର ତଥା ଆଖପାଖ ଅଞ୍ଚଳରୁ ବହୁ ରୋଗୀ ଆସି ଚିକିତ୍ସିତ ହୋଇଥିଲେ | ଉକ୍ତ ଶିବିରରେ ମାରୱାଡି ଯୁବାମଞ୍ଚ ର ସଭାପତି କ୍ରିଷ୍ଣା ବେରିଆ,ସଂପାଦକ ସୌରଭ ମୁରାରକା,କୋଡିନେଟର ଆଶୁତୋଶ ଅଗ୍ରୱାଲ,ସୌରଭ ଅଗ୍ରୱାଲ,ରାହୁଲ ଅଗ୍ରୱାଲ ଓ ଶିବମ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ସାହାର୍ଯ୍ୟ ଓ ସହଯୋଗ କରିଥିଲେ | ଏଥିରେ ରୋଗୀମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଡାକ୍ତରମାନେ ପ୍ରାକୃତିକ ଚିକିତ୍ସା ପଦ୍ଧତି ଦ୍ବାରା ସେମାନଙ୍କୁ ଚିକିତ୍ସା କରାଯାଇପାରିବ ବୋଲି ପରାମର୍ଶ ଦେଇଥିଲେ | ଏହା ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରୋଗୀମାନେ ପ୍ରାକୃତିକ ଚିକିତ୍ସା ଦ୍ବାରା ସେମାନଙ୍କର ରୋଗର ଉପଯୁକ୍ତ ବିଧିବିଧାନ ପାଇପାରିବେ ବୋଲି ସଂସ୍ଥାର ସଭାପତି ଜଣାଇଥିଲେ | ରାଇରଙ୍ଗପୁର ରୁ ଶ୍ୟାମଳେନ୍ଦୁ ପରିଡାଙ୍କ ରିପୋର୍ଟ. #Ommtv #OmTV #KalingaCineArts #NBPC #Mayurbhanja #Rairangpur