ଓଡିଏମ୍ରେ “ଉତ୍କଳ ପ୍ରତିଭା ସମ୍ମାନ-୨୦୨୫୬ ଅନୁଷ୍ଠିତ : Ommtv

ଭୁବନେଶ୍ୱର, ୦୧/୦୪: ପବିତ୍ର ଉତ୍କଳ ଦିବସ ଅବସରରେ ପଟିଆସ୍ଥିତ ଓଡିଏମ୍ ପବ୍ଲିକ ସ୍କୁଲ ପରିସରରେ ଓଡ଼ିଶାର
ବିଭିନ୍ନ କୋଣ ଅନୁକୋଣରୁ କଳା, ସାହିତ୍ୟ, ଭାଷା, ବିଜ୍ଞାନ, ନୃତ୍ୟ ଓ ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ପ୍ରତିଭାମାନଙ୍କୁ
ଚିହ୍ନଟ କରି ଏକ ନିଆରା କାର୍ଯ୍ୟକ୍ରମ ମାଧ୍ୟମରେ ଭବ୍ୟ ସମାରୋହରେ “ଉତ୍କଳ ପ୍ରତିଭା ସମ୍ମାନ -୨୦୨୫”ରେ ସମ୍ମାନିତ
କରାଯାଇଛି। ଓଡିଏମ୍ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ଡଃ. ସତ୍ୟବ୍ରତ ମୀନକେତନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ
ମୁଖ୍ୟଅତିଥି ଭାବେ ଓଡ଼ିଶା ସରକାରଙ୍କ (ଆଇନ, ପୂର୍ଭ ଓ ଅବକାରୀ) ମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ପୃଥୀରାଜ ହରିଚନ୍ଦନ ଯୋଗଦାନ
କରିଥିବା ବେଳେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ନ୍ୟାୟାଧୀଶ ଶ୍ରୀଯୁକ୍ତ ଆଦିତ୍ୟ କୁମାର ମହାପାତ୍ର ବିଶିଷ୍ଟ ଅତିଥ୍ ଭାବେ
ଯୋଗଦାନ କରିଥିଲେ। ଏହି ଅବସରରେ ସମ୍ବର୍ଦ୍ଧିତ ପ୍ରତିଭା ଭାବରେ ଆଞ୍ଚଳିକ ନିର୍ଦ୍ଦେଶକ ଡି.ଏ.ଭି. ଶିକ୍ଷାନୁଷ୍ଠାନ ସମୂହ ଡଃ କେଶବ
ଚନ୍ଦ୍ର ଶତପଥୀ, ଅଧ୍ୟାପିକା ଓ ସୁସାହିତ୍ୟିକା ପଦ୍ମଶ୍ରୀ ପ୍ରତିଭା ଶତପଥୀ, ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମଶ୍ରୀ ଅଦ୍ଵୈତ ଚରଣ ଗଡ଼ନାୟକ,
ଉପଅଧୂନାୟକ, ଭାରତୀୟ ହକି ଦଳ ଶ୍ରୀ ଅମିତ ରୋହିଦାସ, ଓଲିଉଡ଼ ଅଭିନେତା ଶ୍ରୀ ସବ୍ୟସାଚୀ ମିଶ୍ର, ବିଶିଷ୍ଟ ସମାଜସେବୀ ଶ୍ରୀ
ଜଗଦାନନ୍ଦ, ଏମ୍.ଡି., ମେଡ଼ିସିନ୍ ଡଃ ଶଙ୍କର ରାମଚନ୍ଦାନୀ, ପ୍ରମେୟ ସମୂହର ସମ୍ପାଦକ ଶ୍ରୀଯୁକ୍ତ ଗୋପାଳ କୃଷ୍ଣ ମହାପାତ୍ର,
ଆଇ.ପି.ଏସ. (ଏ.ଡ଼ି.ଜି)- ଆଧୁନିକୀକରଣ ଶ୍ରୀଯୁକ୍ତ ସୌମେନ୍ଦ୍ର ପ୍ରିୟଦର୍ଶୀ, ବିଶିଷ୍ଟ ଉଦ୍ୟୋଗପତି ଶ୍ରୀଯୁକ୍ତ ପ୍ରିୟଦର୍ଶୀ ନାନୁ ପାଣି ଏବଂ
ସମ୍ବାଦସମୂହର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଶ୍ରୀମତୀ ତନୟା ପଟ୍ଟନାୟକ ପ୍ରମୁଖ ଯୋଗଦାନ କରିଥିଲେ। ବିଦ୍ୟାଳୟର ନିର୍ଦ୍ଦେଶିକା
ଇନ୍ଦୁମତୀ ରାୟ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଫେସର (ଡଃ) ପି.କେ. ଦାସ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧ୍ବକାରୀ
ସ୍ଵନ୍ ସତ୍ୟେନ୍ଦୁ ମୁଖ୍ୟଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ମୁଖ୍ୟଅତିଥ୍ ଓ ବିଶିଷ୍ଟ ଅତିଥ୍ ‘ଉତ୍କଳ ପ୍ରତିଭା ସମ୍ମାନ-
୨୦୨୫’ରେ ୧୧ ଜଣ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଓ ଓଡିଏମ୍ର ଏପରି ନିଆରା କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ସମସ୍ତ
କର୍ମକର୍ତ୍ତାମାନଙ୍କୁ ସାଧୁବାଦ ଜଣାଇଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସମ୍ମାନ ଜଣାଇ ଓଡ଼ିଶାର ବରପୁତ୍ରମାନଙ୍କୁ ସମ୍ମାନିତ
କରିବାରେ ଓଡିଏମ୍ ଯେଉଁ ପ୍ରୟାସ କରିଛି ତାହା ଭବିଷ୍ୟତରେ ନିଶ୍ଚୟ ଯୁବପିଢ଼ିକୁ ପ୍ରୋତ୍ସାହିତ କରିବ ବୋଲି ଉପସ୍ଥିତ ଅତିଥୁମାନେ
ମତବ୍ୟକ୍ତ କରିଥିଲେ। ଏହି ଅବସରରେ ପ୍ରତିଷ୍ଠାତା ଡଃ ମୀନକେତନ କହିଲେ, ‘ଉତ୍କଳ ପ୍ରତିଭା ପ୍ରତିଷ୍ଠାନ ମାଧ୍ୟମରେ ଉତ୍କଳର
ବିଶିଷ୍ଟ ପ୍ରତିଭାମାନଙ୍କୁ ଚିହ୍ନଟ କରିବା ଓ ଉତ୍କଳ ପ୍ରତିଭା ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ସେମାନଙ୍କର ପ୍ରତିଭାକୁ ଲୋକଲୋଚନକୁ
ବିସ୍ତୃତ ଭାବରେ ପହଞ୍ଚାଇବା ହେଉଛି ଉତ୍କଳ ପ୍ରତିଭା ପ୍ରତିଷ୍ଠାନର ପ୍ରୟାସ ।’ ପୁନଃ ତାଙ୍କ ଅନୁରୋଧ ରକ୍ଷା କରି ଅତିଥୁମାନେ
ସେମାନଙ୍କର ଅମୂଲ୍ୟ ସମୟ ଦେଇ କାର୍ଯ୍ୟକ୍ରମରେ ଯୋଗଦାନ କରିଥିବାରୁ ସେମାନଙ୍କୁ ସେ କୃତଜ୍ଞତା ଜ୍ଞାପନ କରିଥିଲେ। ଶେଷରେ
ଅତିଥିମାନଙ୍କ ଦ୍ବାରା ‘ ଉତ୍କଳ ପ୍ରତିଭା–୨୦୨୫’ ପତ୍ରିକାଟି ଉନ୍ମୋଚିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ
ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।