ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦ୍‌ଘାଟିତ : Ommtv

ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦ୍‌ଘାଟିତ

ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦ୍‌ଘାଟିତ : Ommtv

ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦ୍‌ଘାଟିତ : Ommtv

ଭୁବନେଶ୍ୱର,୧୪ା୧୨ ଭୁବନେଶ୍ୱରର ପଟିଆ ସ୍ଥିତ ରାଜା ମଧସୂଦନ ଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ପୁଷ୍ପାରାଣୀ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ଶିକ୍ଷା କ୍ଷେତ୍ରରେ ବିକାଶ ପ୍ରକ୍ରିୟା ଜାରି ରଖିଥିବା ବେଳେ ଯୁବକ ଯବତୀ ମାନଙ୍କ ଭିତରେ ଲୁଚି ରହିଥିବା ବିଭିନ୍ନ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ପାଇଁ ଯୁବ ଓଡିଶା ନବୀନ ଓଢିଶା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହା ଓଡିଶାର ପ୍ରତ୍ୟେକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ଆରମ୍ଭ ହୋଇଛି । ଏହା ଦ୍ୱରା ଯୁବକ ଯୁବତୀ ମାନଙ୍କର ଦକ୍ଷତା ବୃଦ୍ଧି ଘଟିବା ସହିତ ଲୁକାୟିତ ପ୍ରତିଭା ବିକଶିତ ହୋଇପାରିବ ବୋଲି ବିଧାୟକ କହିଥିଲେ । ସମ୍ମାନିତ ଅତିଥି ଭାବେ କର୍ପୋରେଟର ମିହର କୁମାର ରାଉତ, ମୋନାଲିସା ବେହେରା ଓ ପୂର୍ବତନ କର୍ପୋରେଟର ତଥା କ୍ୟାପିଟାଲ ହସ୍ପିଟାଲର ଉପଦେଷ୍ଟା ସଞ୍ଜୟ କୁମାର ସେଠୀ ଯୋଗଦେଇ ସରକାରଙ୍କର ଏହି ଯେଜନାର ସୁଯୋଗ ନେଇ ଯୁବକ ଯୁବତୀମାନେ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ କ୍ରୀଡା, ସଂଗୀତ, ନୃତ୍ୟ, ଏକକ ଅଭିନୟ, ସଚେତନଧର୍ମୀ ନାଟକ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ସହଯୋଗ କରିଥିଲା ବେଳେ ନୋଡାଲ୍ ଅଧିକାରୀ ଆଲୋକ କୁମାର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
JOIN NEW BHUBANESWAR PRESS CLUB : 8908070117