କିସ୍‌ରେ ହେବ ୧ଲକ୍ଷ ଅଭିଭାବକଙ୍କ ମହାକୁମ୍ଭ : Ommtv

କିସ୍‌ରେ ହେବ ୧ଲକ୍ଷ ଅଭିଭାବକଙ୍କ ମହାକୁମ୍ଭ

କିସ୍‌ରେ ହେବ ୧ଲକ୍ଷ ଅଭିଭାବକଙ୍କ ମହାକୁମ୍ଭ : Ommtv

କିସ୍‌ରେ ହେବ ୧ଲକ୍ଷ ଅଭିଭାବକଙ୍କ ମହାକୁମ୍ଭ : Ommtv

 : ଚଳିତବର୍ଷ କିସ୍ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ନେଇ ୧୭ ତାରିଖ ରବିବାର ଏକ ମହାଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ଓଡି଼ଶାର ୩୦ଜିଲ୍ଲାରୁ ଏକ ଲକ୍ଷରୁ ଅଧିକ ଅଭିଭାବକ ଏବଂ ପୁରାତନ ଛାତ୍ରଛାତ୍ରୀ ଓ କିସ୍‌ରେ ପଢ଼ୁଥିବା ୪୦ ହଜାର ଛାତ୍ରଛାତ୍ରୀଙ୍କୁ ମିଶାଇ ପାଖାପାଖି ଦେଢ଼ଲକ୍ଷ ଜନସମାଗମ ହେବ। ଯାହା ରାଜ୍ୟର ଏକ ବୃହତ ଅଭିଭାବକ ସମ୍ମିଳନୀ ଅଟେ। ଏହି ସମୟରେ ୬୩ ପ୍ରଜାତିର ଜନଜାତି ଅଭିଭାବକ ଏକାଠି ହେବେ। ଅଭିଭାବକମାନେ ଯେପରି ସୁରୁଖୁରୁରେ କିସ୍‍ ପରିସରରେ ପହଞ୍ଚି ସମ୍ମିଳନୀରେ ଯୋଗଦେବେ ସେଥିପାଇଁ କିସ୍‍ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସେମାନଙ୍କ ରହିବାଠାରୁ ଆରମ୍ଭ କରି ଖାଇବା ପର୍ଯ୍ୟନ୍ତ ସବୁକିଛି ସୁଚାରୁ ରୂପେ ବ୍ୟବସ୍ଥିତ କରାଯିବାନେଇ ଆଜି ସ୍କୁଲ ପରିସରରେ ଦୁଇ ହଜାର ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଯେଉଁଥିରେ କିସ୍‌ର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ପ୍ରସ୍ତୁତି ପ୍ରଣାଳି ବିଷୟରେ ଦାୟୀତ୍ବ ବାଣ୍ଟିଥିଲେ। ଦୂର ଦୂରାନ୍ତରୁ ସକାଳୁ ଅଭିଭାବକମାନେ ଭୁବନେଶ୍ବରରେ ପହଞ୍ଚିଲେ ବରମୁଣ୍ଡା ବସଷ୍ଟାଣ୍ଡ ଓ ‌ମାଷ୍ଟରକ୍ୟାଣ୍ଟିନ୍ ରେଳ ଷ୍ଟେସନ୍‌ରେ ହେଲ୍ପ ସେକ୍ସର ସୁବନ୍ଦବସ୍ତ କରାଯାଇଛି। ବିଭିନ୍ନ ଜିଲ୍ଲାରୁ ଆସିୁଥିବା ଶହଶହ ବସ୍ ଓ ଅନ୍ୟ ଗାଡ଼ି ପାର୍କିଂପାଇଁ ସ୍ଥାନ ନିର୍ଧାରଣ କରାଯାଇଛି। ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଅନୁଷ୍ଠାନର ୫ହଜାର ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି। ବିଭିନ୍ନ ସ୍ଥାନରେ ପିଇବା ପାଣି ଓ ସ୍ବାସ୍ଥ ସୁବିଧାପାଇଁ କ୍ୟାମ୍ପ ରଖାଯିବ। ପରିବାରଲୋକ ଯେପରି ଭଲଭାବେ ସେମାନଙ୍କ ପିଲାମାନଙ୍କ ଭଲମନ୍ଦ ବୁଝିପାରିବେ ସେଥିପାଇଁ କିସ୍‍ ପରିସରରେ ଜିଲ୍ଲାୱାରୀ ଷ୍ଟଲ୍‍ମାନ ଖୋଲାଯିବ। ଏହି ସମୟରେ ହଜାରେ ସ୍ବଚ୍ଛାସେବୀ ଛାତ୍ରଛାତ୍ରୀ ଅଭିଭାବକମାନଙ୍କୁ ଗାଇଡ଼ କରିବେ। କିସ୍ ଖେଳପଡ଼ିଆରେ ଅନୁଷ୍ଠିତ ହେବାକୁଥିବା ସମ୍ମିନଳୀରେ ଅନୁଷ୍ଠାନର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସମସ୍ତଙ୍କୁ ସାକ୍ଷାତକରି ଭାବ ବିନିମୟ ହେବେ।

JOIN NEW BHUBANESWAR PRESS CLUB : 8908070117