ସଇନ୍ଦା,ନଛିପୁର ଅଞ୍ଚଳରେ ଗଣେଶ ଭସାଣୀ ଉତ୍ସବ ଧୁମଧାମରେ ପାଳିତ : OMMTV କଳିଙ୍ଗ ବିକାଶ

 କଟକ ସଦର ଖବର (ବ୍ୟୁରୋ ) :- ସଇନ୍ଦା-ନଛିପୁରରୁ (ଡ଼ନ ଙ୍କ ରିପୋର୍ଟ ) କଟକ ସଦର ଥାନା ଅଧିନସ୍ଥ ଉରାଳୀ ଗ୍ରାମ ପଂଚାୟତ ଅନ୍ତର୍ଗତ ସଇନ୍ଦା-ନଛିପୁର ଅଞ୍ଚଳରେ 
ନଛିପୁର ଗଣେଶ ପୂଜା କ୍ଲବ ପକ୍ଷରୁ ଗଣେଶ ଚତୁର୍ଥୀରୁ ଆରମ୍ଭ ହୋଇଥିବା ଗଣେଶ ପୂଜା ଗତକାଲି  ସନ୍ଧ୍ୟାରେ ଦ୍ୱିତୀୟ ପର୍ଯାୟ ଗଣେଶ ପୂଜା ଭସାଣିରେ ଧୁମଧାମ ସହକାରେ ପାଳିତ ହୋଇଯାଇଛି।ବାଜା ବାଣ ରୋଷଣୀରେ ବିଘ୍ନ ନାଶନ ଅଗ୍ର ପୂଜ୍ୟ ଶ୍ରୀ ଗଣେଶ ବିସ୍ୱର୍ଜନ ନିମନ୍ତେ ପୂଜା ମଣ୍ଡପରୁ ବାହାରି ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଵା ସହ ପ୍ରଶାସନ ନିର୍ଦେଶ ରେ ହୋଇଥବା ଅସ୍ଥାୟୀ ଜଳାଶୟରେ ଗଣେଶ ମୂର୍ତ୍ତିକୁ ବିସ୍ୱର୍ଜନ କରାଯାଇଥିଲା। ଏହି ଭସାଣି ଶୋଭଯାତ୍ରା ରେ ଗ୍ରାମର ଛୋଟ ପିଲା, ଯୁବକ, ବୟୋଜ୍ୟେଷ୍ଟ ବ୍ୟକ୍ତି ସାମିଲ ହେଇ ଶୋଭାଯାତ୍ରାକୁ ଉପଭୋଗ କରିଥିଲେ। ଅନୁଷ୍ଠାନର ସଭାପତି ଦୀନବନ୍ଧୁ ଭୋଇ, ସମ୍ପାଦକ ବିରଞ୍ଚିନାରାୟଣ ଭୋଇ, କୋଷାଧ୍ୟକ୍ଷ ଦିପୁନା ଭୋଇଙ୍କ ସମେତ ଅନୁଷ୍ଠାନର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ଭସାଣି ଶୋଭଯାତ୍ରାକୁ ପରିଚାଳନା କରିଥିଲେ।