ଚନ୍ଦ୍ରଶେଖରପୁର ରଥଯାତ୍ରାପାଇଁ ସ୍ବତନ୍ତ୍ର ରୁଟ୍ ଚାଟ୍ :ଓମଟିଭି

ଚନ୍ଦ୍ରଶେଖରପୁର ଅଞ୍ଚଳର ବିଭିନ୍ନ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ରଥଯାତ୍ରା ଅନୁଷ୍ଠିତ ହେଉଥିଲା ବେଳେ ପ୍ରତିଷ୍ଠିତ ମନ୍ଦିର କମିଟି ଶ୍ରୀବାଣୀ କ୍ଷେତ୍ର କିସ୍ ଜଗନ୍ନାଥ ମନ୍ଦିର, ଆରସିଏମ୍ ଶ୍ରୀ ଜଗନ୍ନାଥ ମନ୍ଦିର ଓ ଶୈଳଶ୍ରୀବିହାର ଶ୍ରୀ ଜଗନ୍ନାଥ ମନ୍ଦିର ପାଇଁ ସ୍ଥାନୀୟ ପୁଲିସ୍ ପ୍ରଶାସନ ପକ୍ଷରୁ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି।

ଚନ୍ଦ୍ରଶେଖରପୁର ରଥଯାତ୍ରାପାଇଁ ସ୍ବତନ୍ତ୍ର ରୁଟ୍ ଚାଟ୍ :ଓମଟିଭି
ରଥଯାତ୍ରାପାଇଁ ସ୍ବତନ୍ତ୍ର ରୁଟ୍ ଚାଟ୍ 
ଚନ୍ଦ୍ରଶେଖରପୁର, ୩୦।୬ (ଓମ): ଚନ୍ଦ୍ରଶେଖରପୁର ଅଞ୍ଚଳର ବିଭିନ୍ନ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ରଥଯାତ୍ରା ଅନୁଷ୍ଠିତ ହେଉଥିଲା ବେଳେ ପ୍ରତିଷ୍ଠିତ ମନ୍ଦିର କମିଟି ଶ୍ରୀବାଣୀ କ୍ଷେତ୍ର କିସ୍ ଜଗନ୍ନାଥ ମନ୍ଦିର, ଆରସିଏମ୍ ଶ୍ରୀ ଜଗନ୍ନାଥ ମନ୍ଦିର ଓ ଶୈଳଶ୍ରୀବିହାର ଶ୍ରୀ ଜଗନ୍ନାଥ ମନ୍ଦିର ପାଇଁ ସ୍ଥାନୀୟ ପୁଲିସ୍ ପ୍ରଶାସନ ପକ୍ଷରୁ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି। ଏହି ତିନି ମନ୍ଦିରର ରଥଯାତ୍ରା ସର୍ବସାଧାରଣ ଜନଗହଳି ରାସ୍ତାରେ ଅନୁଷ୍ଠିତ ହେଉଥିବାରୁ ଯାତ୍ରାନେଇ ସ୍ବତନ୍ତ୍ର ରୁଟ୍ ଚାଟ୍ ପ୍ରସ୍ତୁତ କରାଯାଇଛି। କମିଟି ପକ୍ଷରୁ ନିର୍ଧାରିତ ରଥ ଟଣଶ ସମୟରେ ଉଭୟ ଇନ୍‌ଫୋସିଟି ଓ ଚନ୍ଦ୍ରଶେଖରପୁର ଥନା ପୁଲିସ୍ ସହିତ ଜୋନ୍ ଟ୍ରାଫିକ୍ ଥାନା ପକ୍ଷରୁ ସୁରକ୍ଷା ଏବଂ ଟ୍ରାଫିକ୍ ନିୟନ୍ତ୍ରଣ ବନ୍ଦବସ୍ତ କରାଯାଇଛି। ଏସବୁର ନେତୃତ୍ବ ନେଉଛନ୍ତି ଜୋନ୍ ଏସିପି ରମେଶ ଚନ୍ଦ୍ର ବଶୋଇ। ତାଙ୍କୁ ସହଯୋଗ କରିବେ ଆଇଆଇସି ପ୍ରଦୀପ୍ତ କୁମାର ରାଉତ ଓ ସମିତା ମିଶ୍ର। କିସ୍ ଶ୍ରୀବାଣୀ‌ କ୍ଷେତ୍ରରୁ ତିନି ରଥ ବାହାରି ପାଖାପାଖି ଏକ କିଲୋମିଟର ଶିଖରଚଣ୍ଡି ଛକ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ଆସିବା ବେଳେ ଉକ୍ତ ପଥରଗାଡ଼ିଆ କିସ୍ ରାସ୍ତାକୁ ବ୍ୟାରିଗେଟ୍ ପକାଇ ବନ୍ଦକରିଦିଆ ଯିବ। ଏହି ସମୟରେ ଉଭୟ ପାଖରୁ କୌଣସି ଜାନବାହାନକୁ ଛଡ଼ାଯିବା ନାହିଁ। ତିନିରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲାପରେ ଟ୍ରାଫିକ୍ ବ୍ୟବସ୍ଥା ସ୍ବଭାବିକ କରାଯିବ। ପୁଲିସ୍ ପ୍ରଶାସନ ପକ୍ଷରୁ ଏହି ସମୟରେ ଦୁଇ ପ୍ଲାଟୁନ୍ ଫୋର୍ସ ବନ୍ଦବସ୍ତ କରାଯାଇଥିଲା ବେଳେ କିଟ୍ ଓ କିସ୍ ସୁରକ୍ଷାର୍କମୀମାନେମଧ୍ୟ ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥାରେ ସହଯୋଗ କରିବେ। ସେହିଭଳି ଶୈଳଶ୍ରୀବିହାର ଶ୍ରୀଜଗନ୍ନାଥ ମନ୍ଦିର ରଥ ପାଖାପାଖି ଏକ କିଲୋମିଟର ମଙ୍ଗଳା ମନ୍ଦିର ଛକ ପର୍ଯ୍ୟନ୍ତ ଟଣାଯିବ। ଏହି ସମୟରେ ଏକ ପ୍ଲାଟୁନ୍ ପୁଲିସ୍ ସୁରକ୍ଷା ବ୍ୟବସ୍ଥାରେ ନି‌ୟୋଜିତ ହେବେ । ତାରି‌ଣୀ ମନ୍ଦିର ଠାରୁ ଇନ୍‌ଫୋସିଟି ରାସ୍ତାର ଗୋଟିଏ ପାଖକୁ ବ୍ଲକ୍ କରିଦିଆଯିବ। ଆରସିଏମ୍ ଶ୍ରୀ ଜଗନ୍ନାଥ ମନ୍ଦିରର ତିନି ରଥ ନାଲକୋ ଛକଦେଇ ପ୍ରେସ୍ କଲୋନି କାଳି ମନ୍ଦିର ପରିସରକୁ ଆସିବ। ପାଖାପାଖି ଦେଢ଼ କିଲୋମିଟର ଦୂରତା ହୋଇଥିବାରୁ ରଥ ଟଣାବେଳେ ଜାଭିୟର୍ ଛକରୁ ନାଲକୋ ଏବଂ ନାଲକୋ ଛକରୁ ପ୍ରେସ୍ କଲୋନି ପର୍ଯ୍ୟନ୍ତ ରାସ୍ତାକୁ ୱାନ୍ ୱେ କରିଦିଆଯିବ। ଏଠାରେ ଟ୍ରାଫିକ୍ ବ୍ୟବସ୍ଥାନେଇ ତିନିରୁ ଅଧିକ ପ୍ଲାଟୁନ୍ ପୋଲିସ୍ ନିୟୋଜିତ ହେବେ। ଆଜି ଏହି ସବୁ ସ୍ଥାନର ରାସ୍ତା କଡ଼ ଗଛ ଡ଼ାକୁ ବିଦ୍ୟୁତ ବିଭାଗ ପକ୍ଷରୁ କାଟିଦିଆଯାଇଛି। ଫଳରେ ରଥଟଣାରେ କୌଣସି ଅସୁବିଧା ହେବନାହିଁ।