ଶୀତୁଆ ରାତିରେ ମା’କୁ ମାଡ଼ମାରି ଘରୁ ବାହାର କରିଦେଲେ ପୁଅ ବୋହୂ : Ommtv

ଆଜି ଜଣେ ମା’କୁ ତାଙ୍କ ପୁଅ ବୋହୂ ଶୀତୁଆ ରାତିରେ ପ୍ରାଣାନ୍ତକ ଆକ୍ରମଣକରି ଘରୁ ବାହାର କରିଦେଇଛନ୍ତି। ଏନେଇ ମା’ ‌ମଞ୍ଚେଶ୍ବର ଥାନାରେ‌ ଅଭିଯୋଗ କରିବାରୁ ପୁଲିସ୍ ସେମାନଙ୍କ ଘରେ ପହଞ୍ଚି ପୁଅ‌ ‌

ଶୀତୁଆ ରାତିରେ ମା’କୁ ମାଡ଼ମାରି ଘରୁ ବାହାର କରିଦେଲେ ପୁଅ ବୋହୂ : Ommtv

ଶୀତୁଆ ରାତିରେ ମା’କୁ ମାଡ଼ମାରି ଘରୁ ବାହାର କରିଦେଲେ ପୁଅ ବୋହୂ : Ommtv

BBSR(OMMTV): ୨୯/୧୦ : ଆଜି ଜଣେ ମା’କୁ ତାଙ୍କ ପୁଅ ବୋହୂ ଶୀତୁଆ ରାତିରେ ପ୍ରାଣାନ୍ତକ ଆକ୍ରମଣକରି ଘରୁ ବାହାର କରିଦେଇଛନ୍ତି। ଏନେଇ ମା’ ‌ମଞ୍ଚେଶ୍ବର ଥାନାରେ‌ ଅଭିଯୋଗ କରିବାରୁ ପୁଲିସ୍ ସେମାନଙ୍କ ଘରେ ପହଞ୍ଚି ପୁଅ‌ ‌ବୋହୂକୁ ବୁଝାଇ ନିରାସ ହୋଇଛି। ଏସବୁ ଘଟଣା ଘଟିଥିଲା ବେଳେ ପିଡ଼ିତା ମା’ଙ୍କ ସ୍ବାମୀ ସେହି ଘରେ ଥାଇ ମଧ୍ୟ କୌଣସି ପ୍ରଦିବାଦ କରିନଥିଲେ। ପାଲଟା ପୁଅ ‌ଓ ବୋହୂଙ୍କ ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ଏପରି ପରିସ୍ଥିତିରେ ବେସାହାରା ମା’ଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି କିଛି ସମାଜସେବୀ ମହିଳା। ଘଟଣାଟି ଘଟିଛି ଗାଡ଼କଣ ଶବରସାହି ଅଞ୍ଚଳରେ।

ଘଟଣାଅନୁଯାୟୀ ପୁଅ ବୋହୂଙ୍କ ଠାରୁ ନିର୍ଯ୍ୟାତନାର ଶିକାର ହୋଇ ଥାନାର ଦ୍ବାରସ୍ତ ହୋଇଥିବା ବୟସ୍କା ମହିଳା ଜଣଙ୍କ ହେଲେ ବାସନ୍ତୀ ପ୍ରତିମା ଆଚାର୍ଯ୍ୟ(୬୨)। ତାଙ୍କ ସ୍ବାମୀ ପ୍ରଥମ ସ୍ତ୍ରୀର ପିଲାମାନଙ୍କ ସହିତ ରାଉରକେଲାରେ ରୁହନ୍ତି। ଉଭୟ ବାସନ୍ତୀ ଓ ସ୍ବାମୀ ଶଶିକାନ୍ତ ଆଚାର୍ଯ୍ୟଙ୍କ ନାମରେ ବିଭିନ୍ନ ସ୍ଥାନରେ ଘର ରହିଛି। ଯେଉଁ ସବୁ ଘରେ ପ୍ରଥମ ସ୍ତ୍ରୀର ପିଲାମାନେ ରହୁଛନ୍ତି। ମାତ୍ର ସ୍ବାମୀଠାରୁ ଦୂରେଇ ବାସନ୍ତୀ ଗାଡ଼କଣରେ ଥିବା ଘରେ ଏକା ରହୁଥିଲେ। ସେ ଜଣେ ଉଚ୍ଚ ଶିକ୍ଷିତା ମହିଳା ହୋଇଥିବାରୁ ଗତ କାଲି ଦିଲ୍ଲୀରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାପାଇଁ ଯାଇଥିଲେ। ମାତ୍ର ସେ ଅନୁପସ୍ଥିତ ଥିବାବେଳେ ସାନ ସାବତ ପୁଅ ସତ୍ୟଜିତ୍ ଆଚାର୍ଯ୍ୟ ଏବଂ ବୋହୂ ଗାଡ଼କଣରେ ପହଞ୍ଚି ତାଙ୍କ ଘର ତାଲାଭାଙ୍ଗି ଜବରଦସ୍ତ ଘରେ ନିଜର ଅଧିକାର ଜମାଇଛିବୋଲି ସୂଚନା ପାଇଥିଲେ। ଏହାଶୁଣି ଦିଲ୍ଲୀ କାର୍ଯ୍ୟକ୍ରମ ଛାଡ଼ି ସେ ଘରକୁ ଫେରିଆସି ଦେଖିଥିଲେ ତାଙ୍କ ସାବତ ପୁଅ ଘରକୁ ଜବର ଦଖଲକରିଛି। ସେ ନିଜେ ଜଣେ ସମାଜସେବୀ ହୋଇଥିବାରୁ କିଛି ମହିଳା ସମାଜସେବୀଙ୍କ ସହଯୋଗରେ ଘରେ‌ ପହଞ୍ଚି ପୁଅ ଓ ବୋହୂକୁ ଘର ତାଲା ଭାଙ୍ଗିବା ନେଇ ପ୍ରଶ୍ନ କରିବାରୁ ପୁଅ ବୋହୂଙ୍କ ଆକ୍ରୋଷର ଶିକାର ହୋଇଥିଲେ। ଏନେଇ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଜାନର ସଭ୍ୟା ଅପର୍ଣ୍ଣା ନାୟକ, ଜ୍ୟୋଷ୍ନା ପ୍ରଧାନ, ସରୋଜିନୀ ମହାନ୍ତି, ଜ୍ୟୋଷ୍ନା ଦାସଙ୍କ ସ‌ହଯୋଗରେ ବାସନ୍ତୀ ମହିଳା ଥାନା ଓ ସ୍ଥାନୀୟ ମଞ୍ଚେଶ୍ବର ଥାନାରେ ଅଭିଯୋଗ ଦେଇଛନ୍ତି। ମାତ୍ର ପୁଲିସ୍ ଏହି ବେସାହାର ମହିଳା ଜଣଙ୍କ ଘର ତାଲା ଭାଙ୍ଗି ବଳପୂର୍ବକ ପଶିଥିବା ଲୋକଙ୍କୁ ଗିରଫକରିବା ପରିବର୍ତ୍ତେ ପାରିବାରିକ ମାମଲା କହି ଅଣଦେଖା କରୁଥିବା ଜଣାପଡ଼ିଛି। ଯାହାନେଇ କୌଣସି ସନ୍ତାନ ନଥିବା ବେସାହାର ମହିଳା ବର୍ତମାନ ଶୀତୁଆ ରାତିରେ ଘର ବାହାରେ ଆଶ୍ରୟ ନେଇଛନ୍ତି ।