୩୪ ବର୍ଷ ପରେ ପଟିଆ ଯୁକ୍ତଦୁଇ କଲେଜ ଅଧ୍ୟକ୍ଷଙ୍କୁ ଫ୍ୟାରୁଏଲ, ଶିକ୍ଷକ ସବୁବେଳେ ଶିକ୍ଷାର୍ଥୀମାନଙ୍କର ମାର୍ଗଦର୍ଶକ ହୋଇଥାନ୍ତି : Ommtv

ଜଣେ ଭଲ ଶିକ୍ଷକ ସବୁବେଳେ ଶିକ୍ଷାର୍ଥୀମାନଙ୍କର ମାର୍ଗଦର୍ଶକ ହୋଇଥାନ୍ତି। ଯାହା ପଟିଆ ଯୁକ୍ତ ଦୁଇ କଲେଜ୍ ଅଧ୍ୟକ୍ଷ ତ୍ରୀଲୋଚନ ରଥ କରିଦେଖାଇଛନ୍ତି। ତାଙ୍କ ମାର୍ଗ ଦର୍ଶନ ଫଳରେ ଗ୍ରାମାଞ୍ଚଳରେ ଗଢ଼ିଉଠିଥିବା ରାଜା ମଧୁସୂଦନ ଦେଓ ଯୁକ୍ତ ‌ଦୁଇ କଲେଜରେ ଶିକ୍ଷା ଗ୍ରହଣକରି ଆଜି ଅନେକ ଛାତ୍ରଛାତ୍ରୀ ଡ଼ାକ୍ତର, ଇଂଜିନିୟର, ସାମ୍ବାଦିକ, ‌ରାଜନେତା, ଆଇନଜିବୀ, ଶିକ୍ଷକ ଓ ଅଧ୍ୟାପିକ ଏବଂ ସୁନାମଧନ୍ୟ ସ

୩୪ ବର୍ଷ ପରେ ପଟିଆ ଯୁକ୍ତଦୁଇ କଲେଜ ଅଧ୍ୟକ୍ଷଙ୍କୁ ଫ୍ୟାରୁଏଲ, ଶିକ୍ଷକ ସବୁବେଳେ ଶିକ୍ଷାର୍ଥୀମାନଙ୍କର ମାର୍ଗଦର୍ଶକ ହୋଇଥାନ୍ତି : Ommtv

୩୪ ବର୍ଷ ପରେ ପଟିଆ ଯୁକ୍ତଦୁଇ କଲେଜ ଅଧ୍ୟକ୍ଷଙ୍କୁ ଫ୍ୟାରୁଏଲ, ଶିକ୍ଷକ ସବୁବେଳେ ଶିକ୍ଷାର୍ଥୀମାନଙ୍କର ମାର୍ଗଦର୍ଶକ ହୋଇଥାନ୍ତି : Ommtv

ଜଣେ ଭଲ ଶିକ୍ଷକ ସବୁବେଳେ ଶିକ୍ଷାର୍ଥୀମାନଙ୍କର ମାର୍ଗଦର୍ଶକ ହୋଇଥାନ୍ତି। ଯାହା ପଟିଆ ଯୁକ୍ତ ଦୁଇ କଲେଜ୍ ଅଧ୍ୟକ୍ଷ ତ୍ରୀଲୋଚନ ରଥ କରିଦେଖାଇଛନ୍ତି। ତାଙ୍କ ମାର୍ଗ ଦର୍ଶନ ଫଳରେ ଗ୍ରାମାଞ୍ଚଳରେ ଗଢ଼ିଉଠିଥିବା ରାଜା ମଧୁସୂଦନ ଦେଓ ଯୁକ୍ତ ‌ଦୁଇ କଲେଜରେ ଶିକ୍ଷା ଗ୍ରହଣକରି ଆଜି ଅନେକ ଛାତ୍ରଛାତ୍ରୀ ଡ଼ାକ୍ତର, ଇଂଜିନିୟର, ସାମ୍ବାଦିକ, ‌ରାଜନେତା, ଆଇନଜିବୀ, ଶିକ୍ଷକ ଓ ଅଧ୍ୟାପିକ ଏବଂ ସୁନାମଧନ୍ୟ ସମାଜସେବୀ ହୋଇଛନ୍ତି। ଆଜି ପଟିଆ କଲେଜରେ ଅନୁଷ୍ଠିତ ଅଧ୍ୟକ୍ଷ ତ୍ରୀଲୋଚନ ରଥଙ୍କ ବିଦାୟ କାଳୀନ ଉତ୍ସବରେ ଏପରି ମତପ୍ରକାଶ କରିଛନ୍ତି ପୁରାତନ ଛାତ୍ରଛାତ୍ରୀ।

ଉତ୍ତର ଭୁବନେଶ୍ବର ଅଞ୍ଚଳରେ ଯେତେବେଳେ କୌଣସି କଲେଜ୍ ନଥିଲା ସେତେବେଳେ ସ୍ଥାନୀୟ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ହନ୍ତସନ୍ତ ହେଉଥିଲେ। ଏହି ସମସ୍ୟାକୁ ଆଖିଆଗରେ ରଖି ପଟିଆ ଗ୍ରାମବାସୀ ୧୯୮୮ ମସିହାରେ ସ୍ଥାନୀୟ ଅଞ୍ଚଳରେ ନିର୍ମାଣକରିଥିଲେ ଏକ ଯୁକ୍ତ ଦୁଇ କଲେଜ୍। ଯାହାର ନାମ ରାଜା ମଧୁସୂଦନ ଦେଓ କଲେଜ୍ ନାମକରଣ କରାଯାଇଥିଲା। ଏହି କଲେଜ ପାଇଁ ଅଧ୍ୟକ୍ଷ ପଦରେ ଶିକ୍ଷାବିତ ତ୍ରୀଲୋଚନ ରଥଙ୍କୁ ସ୍ଥାନୀୟ ଫାଉଣ୍ଡର କମିଟି ଚୟନକରିଥିଲେ। ଆଜି ଶ୍ରୀ ରଥ ଚାକିରିର ୩୪ବର୍ଷ ପରେ ଅଧ୍ୟକ୍ଷ ପଦରୁ ବିଦାୟ ନେଇଛନ୍ତି। ଏହି ଅବସରର କଲେଜ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି ବିଦାୟ କାଳୀନ ଉତ୍ସବ। ଯେଉଁଥିରେ ପୂର୍ବତନ ସାଂସଦ ପ୍ରଶନ୍ନ ପାଟ୍ଟସାହାଣୀ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପୂର୍ବତନ ଶିଶୁ ବିକାଶ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ଅତିଥିଭାବରେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଷ୍ଣୁ ପାତ୍ର, ନୃସିଂହ ରାଉତ, ମିହିର ରାଉତ, ମୋନାଲିସା ବେହେରା, ରାଜଲକ୍ଷ୍ମୀ ପରିଡ଼ା, ବିଦ୍ୟାଧର ବାରିକ, ଗୋବିନ୍ଦ ଭଗବାନ, ଗଗନ ବେଉରା, ରଂଜନ ପ୍ରଧାନ, କଲ୍ୟାଣ ପଣ୍ଡା, ବିକାଶ ସ୍ବାଇଁ, ପ୍ରମୋଦ କିଶୋର ବିଶ୍ବାଳ, ସିରିଶ ନାୟକ, ପୁଷ୍ପାରାଣୀ ପଣ୍ଡା, ଭାରତୀ ଦାସ, ସବିତା ମହାପାତ୍ର, ରାଜ‌କିଶୋର ଭଞ୍ଜ, ଅନ୍ନପୂର୍ଣ୍ଣ ମିଶ୍ର, ସୁକାନ୍ତ ରଥ, ପ୍ରଦୀପ ପାଣିଙ୍କ ସମେତ ଅନୁଷ୍ଠାନର ଅଧ୍ୟାପକ ଅଧ୍ୟାପିକାମାନେ ଯୋଗଦେଇଥିଲେ। ଶେଷରେ ଛାତ୍ରଛାତ୍ରୀମାନେ ଅଧ୍ୟକ୍ଷ ଶ୍ରୀ ରଥଙ୍କୁ ଉପହାରଦେଇ ବିଦାହ ସମ୍ବର୍ଦ୍ଧନା ଜଣାଇଥିଲେ।