Student community should be ready  to accept new challenges : Ommtv

Student community should be ready  to accept new challenges : Ommtv

Student community should be ready  to accept new challenges : Ommtv

ସହୋଦୟ କମ୍ପେ୍ଲକ୍ସ, ଭୁବନେଶ୍ୱର ପ୍ରଭାଗର ବାର୍ଷିକୋତ୍ସବ, ମେଧାକୁ ପ୍ରୋତ୍ସାହିତ କଲେ ନୂତନ ଉଦ୍ଭାବନ ସମ୍ଭବପର : Ommtv

ଭୁବନେଶ୍ୱର , ଏବର ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ମେଧାବୀ ଓ ଦୂରଦୃଷ୍ଟିସଂପନ୍ନ । ଶିକ୍ଷକସମାଜ ଓ ଅଭିଭାବକମାନେ ମିଳିତଭାବରେ ସେମାନଙ୍କର ଉପଯୁକ୍ତ ପରିପାଳନ କରିପାରିଲେ, ଦେଶ ଓ ଦଶର ଅଶେଷ କଲ୍ୟାଣ ସାଧନ ସମ୍ଭବ ହୋଇପାରିବ ବୋଲି ସହୋଦୟ କମ୍ପେ୍ଲକ୍ସ, ଭୁବନେଶ୍ୱର ପ୍ରଭାଗର ବାର୍ଷିକୋତ୍ସବ ଓ ପୁରସ୍କାର ବିତରଣୀ ସମାରୋହରେ ଅତିଥିଗଣ ମତପ୍ରକାଶ କରିଛନ୍ତି । ଡିଏଭି ପବ୍ଲିକ୍‍ ସ୍କୁଲ୍‍, ଚନ୍ଦ୍ରଶେଖରପୁର ପରିସରରେ ଆୟୋଜିତ ମନୋଜ୍ଞ ଉତ୍ସବରେ ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଭାଇସ୍‍-ଚେୟାରମ୍ୟାନ୍‍ ପ୍ରଫେସର ଅଶୋକ କୁମାର ଦାସ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱ ଆରୋପ କରିବା ସହ ସେମାନେ ନିରନ୍ତର ଜିଜ୍ଞାସୁ ହେବାକୁ ଆହ୍ୱାନ ଦେଇଥିଲେ । ନିଜର ସଫଳତା ତଥା ପାରଦର୍ଶିତାକୁ ସମାଜର ସବୁଠୁ ଅବହେଳିତ ବ୍ୟକ୍ତିର ମଙ୍ଗଳ ଦିଗରେ ବିନିଯୋଗ କରିବାକୁ କୃତୀ ଛାତ୍ରଛାତ୍ରୀଙ୍କୁ ସେ ବକ୍ତବ୍ୟଛଳରେ କହିଥିଲେ । ପରିବର୍ତ୍ତିତ ସମୟ ଓ ପରିସ୍ଥିତିର ସଫଳ ମୁକାବିଲା ନିମନ୍ତେ ଜ୍ଞାନ ସହ ପ୍ରାୟୋଗିକତାର ସମନ୍ୱୟ ଉପରେ ପ୍ରଫେସର ଦାସ ଜୋର ଦେଇଥିଲେ । ପ୍ରାରମ୍ଭରେ, କମ୍ପେ୍ଲକ୍ସର ଚେୟାରମ୍ୟାନ ତଥା ସୈନିକ ସ୍କୁଲ୍‍ ଅଧ୍ୟକ୍ଷ କର୍ଣ୍ଣେଲ୍‍ ବାଲୁ ଭାରତ ସ୍ୱାଗତ ଭାଷଣ ଏବଂ ଓଡିଏମ୍‍ ଗ୍ରୁପ୍‍ର ପ୍ରତିଷ୍ଠାତା ତଥା ଭାଇସ୍‍-ଚେୟାରମ୍ୟାନ୍‍ ଡ. ସତ୍ୟବ୍ରତ ମୀନକେତନ ବହୁମୁଖୀ ଆଭିମୁଖ୍ୟ ସଂପର୍କରେ ବକ୍ତବ୍ୟ ଦେଇଥିଲେ । ସେକ୍ରେଟାରୀ ତଥା କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲ୍‍ ଅଧ୍ୟକ୍ଷ ସଞ୍ଜୟ କୁମାର ସୁଆର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ଡିଏଭି ଚନ୍ଦ୍ରଶେଖରପୁରର ଛାତ୍ରଛାତ୍ରୀମାନେ ବୃନ୍ଦଗାନ ଏବଂ ଓଡିଏମ୍‍ ପବ୍ଲିକ୍‍ ସ୍କୁଲ୍‍ର ପିଲାମାନେ ‘ଶିବବନ୍ଦନା’ ନୃତ୍ୟବିଚିତ୍ରା ପରିବେଷଣ କରିଥିଲେ । ସହୋଦୟ କମ୍ପେ୍ଲକ୍ସ ଅନ୍ତର୍ଗତ ପ୍ରତ୍ୟେକ ବିଦ୍ୟାଳୟର ସିବିଏସ୍‍ଇ ଦଶମ ଓ ଦ୍ୱାଦଶ ଟପ୍ପର, ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ଅତିଥିଗଣ ଫଳକ ପ୍ରଦାନ ସହ ସମ୍ବର୍ଦ୍ଧିତ କରିଥିଲେ । ଡିଏଭି ଚନ୍ଦ୍ରଶେଖରପୁରର ନିର୍ବାହୀ ଅଧ୍ୟକ୍ଷା ଇନ୍ଦିରା ଭଟ୍ଟାଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ସମାରୋହକୁ ଦୀର୍ଘ ସମୟ ଧରି ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକ ଗଣ ବହୁସଂଖ୍ୟାରେ ଉପଭୋଗ କରିଥିଲେ ।

Student community should be ready  to accept new challenges : Ommtv

Present generation students are extremely brilliant and they need proper nurture and guidance from the parents and teachers. Students should be ever ready to embrace new challenges, opined the guests at the annual function and prize distribution ceremony of Sahodaya Schools Complex, Bhubaneswar Chapter held at DAV Public School, Chandrasekharpur, Bhubaneswar premises on Monday. Prof Asoka Kumar Das, Vice- Chairman of Odisha State Higher Education Council joined as the Chief Guest and appealed to innovate, invent and inspire in order to negotiate with the upcoming tasks. Prof Das urged to see the benefit of the last one of the society in order to fructify the real essence of education. Chairman of the complex and Principal of Sainik school Col Balu Bharat presented welcome address and Vice Chairman Dr S Minaketan highlighted the objectives of the organisation. Secretary Sanjay Kumar Suar presented the annual reports and achievements of the complex. Students of DAV Cspur presented the chorus and ODM school presented Shiva Vandana dance drama. CBSE Class 10 & 12 toppers of each individual school, winners of different competitions were honoured on the occasion. DAV Cspur Principal I /C Indira Bhattacharya offered a vote of thanks .  A large gathering of Students, teachers and parents witnessed the programme .