କିସ୍‌ର ୫ମ ଗିନିଜ୍ ବୁକ୍ ଅଫ୍ ୱାଲର୍ଡ଼ ରେକର୍ଡ଼ : Ommtv Round The Clock

କିସ୍‌ର ୫ମ ଗିନିଜ୍ ବୁକ୍ ଅଫ୍ ୱାଲର୍ଡ଼ ରେକର୍ଡ଼ : Ommtv Round The Clock

କିସ୍‌ର ୫ମ ଗିନିଜ୍ ବୁକ୍ ଅଫ୍ ୱାଲର୍ଡ଼ ରେକର୍ଡ଼ : Ommtv Round The Clock

କିସ୍‌ର ୫ମ ଗିନିଜ୍ ବୁକ୍ ଅଫ୍ ୱାଲର୍ଡ଼ ରେକର୍ଡ଼ : Ommtv Round The Clock

: ୫ମ ଗିନିଜ୍‍ ବୁକ୍‍ ଅଫ୍‍ ୱାର୍ଲ୍ଡ ରେକର୍ଡ଼ ସହ କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ ସୋସିଆଲ୍‍ ସାଇନ୍‍ସେସ୍‍ (କିସ୍‍) ଆଉ ଏକ କୀର୍ତ୍ତିମାନ ସ୍ଥାପନ କରିଛି । ଜାତୀୟ ସଙ୍ଗୀତ ଗାନରେ କିସ୍‍ ବିଶ୍ୱ ରେକର୍ଡ଼ କରିଛି । କିସ୍‍ର ୧୩,୯୪୪ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ସଙ୍ଗେ ‘ଲାର୍ଜେଷ୍ଟ ମ୍ୟୁଜିକ୍‍ ଲେସନ୍‍’ ପାଇଁ ସମୂହ ଜାତୀୟ ସଙ୍ଗୀତ ଗାନ କରିଥିଲେ । ଏହା ଗିନିଜ୍‍ ବୁକ୍‍ ଅଫ୍‍ ୱାର୍ଲ୍ଡ ରେକର୍ଡ଼ରେ ସ୍ଥାନ ପାଇଛି । ଗିନିଜ୍‍ ବୁକ୍‍ ଅଫ୍‍ ୱାଲର୍ଡ଼ ରେକର୍ଡ କର୍ତ୍ତୃପକ୍ଷ ୮ତାରିଖ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ସମ୍ବାଦିକ ସମ୍ମିଳନୀରେ ଏ ନେଇ ଘୋଷଣା କରିଛନ୍ତି । ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସଙ୍ଗୀତଜ୍ଞ, ପରିବେଶବିତ୍‍ ତଥା ତିନି ତିନି ଥର ସମ୍ମାନଜନକ ଗ୍ରାମୀ ପୁରସ୍କାର ବିଜେତା ରିକି କେଜ୍‍ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏହି ସମୂହ ଜାତୀୟ ସଙ୍ଗୀତ ଗାନକୁ ରେକର୍ଡ କରାଯାଇଛି । ଏଥିରେ ପ୍ରଖ୍ୟାତ ବଂଶୀ ବାଦକ ହରି ପ୍ରସାଦ ଚୌରାସିଆ, ବିଶିଷ୍ଟ ସରୋଦ ବାଦକ ଅମନ୍‍ ଓ ଆୟାନ ଅଲ୍ଲୀ ଖାନ୍‍, ବିଶିଷ୍ଟି ସନ୍ତୁର ବାଦକ ରାହୁଳ ଶର୍ମାଙ୍କ ଭଳି ଭାରତର ବହୁ ପ୍ରତିଷ୍ଠିତ ତଥା ସୁନାମଧନ୍ୟ ବାଦ୍ୟଯନ୍ତ୍ର ଶିଳ୍ପୀ ବାଦ୍ୟଯନ୍ତ୍ର ପରିବେଷଣ କରିଛନ୍ତି । ଆସନ୍ତା ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଅଗଷ୍ଟ ୧୪ତାରିଖରେ ଏହା ଆନୁଷ୍ଠାନିକ ଭାବେ ରିଲିଜ୍‍ ହେବ । କିସ୍‍ର ଏହି ସଫଳତାରେ ଖୁସି ବ୍ୟକ୍ତ କରି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି ଏହା କେବଳ କିସ୍‍ ନୁହେଁ ଓଡ଼ିଶା ତଥା ଭାରତ ପାଇଁ ସମ୍ମାନର ବିଷୟ । ଏଥିପାଇଁ ରିକି କେଜ୍‍ଙ୍କୁ ଧନ୍ୟବାଦ ଜଣାଇଛନ୍ତି । କିସ୍‍ର ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଜାତୀୟ ସଂଗୀତ ଗାନ କରି ସେମାନଙ୍କ ସଂଗୀତ ପ୍ରତିଭା ଓ ପରିବେଶ ପ୍ରଚାର କ୍ଷେତ୍ରରେ ଉତ୍ସର୍ଗୀକୃତ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମ କିସ୍‍ ଛାତ୍ରଛାତ୍ରୀଙ୍କୁ ଏକ ସ୍ମରଣୀୟ ଅନୁଭୂତି ପ୍ରଦାନ କରିବା ସହ କିସ୍‍ର ଶିକ୍ଷା ଓ ସଶକ୍ତିକରଣ ଅଭିଯାନକୁ ସଦୃଢ଼ କରିଥିଲା ।