KIIT Hosts Indian Universities Forum Meet. Education Key for Societal Emancipation, Says Governor Ganeshi Lal Inaugurating the Conclave : Ommtv
KIIT Hosts Indian Universities Forum Meet. Education Key for Societal Emancipation, Says Governor Ganeshi Lal Inaugurating the Conclave : Ommtv
KIIT Hosts Indian Universities Forum Meet. Education Key for Societal Emancipation, Says Governor Ganeshi Lal Inaugurating the Conclave : Ommtv
: The KIIT DU on Thursday played host to the prestigious Indian Universities Forum conclave, organised by the Times Higher Education. Inaugurating the event Odisha Governor Prof Ganeshi Lal emphasised the value of education for the emancipation of the masses. The theme of the event was ‘optimising learning landscape’.“The purpose of education is social upliftment, renouncing negativity and leading a fulfilling life that transforms the earth into a heaven,” Prof Lal said. Talking about the virtues of peace and harmony in society, he said that when the world was busy waging wars, Prime Minister Narendra Modi remained engaged in giving vaccines (to fight the pandemic) and committed himself to spreading the message of amity in society.Country director (India) of British Council Alison Barrett commended the role of KIIT and its Founder Dr Achyuta Samanta for education and playing a significant role in the socio-economic development of the poor and the tribals of Odisha. She hailed KIIT’s transformation as nothing short of ‘grass to gold”. Barrett, in particular, praised the objectives of KISS in promoting the multi-lingual language for the spread of education and winning the UNESCO Literacy Prize in 2022 for this endeavour.She said that the British Council was committed to supporting the shared future of both India and the UK in the fields of online education, research and collaboration and also supporting the traditional crafts sector that employs 200 million Indians.The Global Chief Affairs Officer of Times Higher Education Phil Baty highlighted the remarkable journey of KIIT which has become one of the prominent centres of higher education in just 25 years of its existence. He underlined the Times Higher Education report of 2022 that has placed KIIT at the 8th position in the world in tackling inequality. KIIT, he said, is among the few universities in India which have done remarkably well in the field of research.Talking about the overall rankings, he said Indian institutes are well represented in the ranking surveys, adding that the rankings give the institutes an opportunity to spread their visibility and an opportunity for potential collaboration with other universities.The Founder of KIIT and KISS Dr Samanta spoke about the transformation of KIIT from a two-room institute to becoming one of the largest universities in the country and its contribution to tribal empowerment. He said that KIIT’s education model is aligned towards inclusive education where every student is given equal opportunity to excel in academics. “We are not confined to education only, we are serving the society as well,” he said. The theme of the conference, he added, is relevant, especially at a time when the Covid pandemic has brought major disruptions in the academic landscape.KIIT Vice Chancellor Prof Sasmita Samanta said education is vital because knowledge is life and it helps individuals develop good values. About Times Higher Education, she said it is providing a platform to recognize talents among universities and encourage the institutes to perform with confidence at the global level.The conference is being attended by academicians from India and outside along with key functionaries from the British Council and Times Higher Education.
କିଟରେ ଟାଇମ୍ସ ହାୟର ଏଜୁକେସନ୍ ଭାରତୀୟ ଫୋରମ୍ର ସମ୍ମିଳନୀ, ଶିକ୍ଷା ହେଉଛି ସାମାଜିକ ଉତ୍ଥାନର ଚାବିକାଠି: ପ୍ରଫେସର ଗଣେଶୀ ଲାଲ୍ : Ommtv
ଶିକ୍ଷା ହେଉଛି ସାମାଜିକ ଉତ୍ଥାନର ଚାବିକାଠ ବୋଲି ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କହିଛନ୍ତି । ଆଜି କିଟ୍ ବିଶ୍ୱବିଦ୍ୟାଳୟ ଓ ଟାଇମ୍ସ ହାୟର ଏଜୁକେସନ୍ ଭାରତୀୟ ବିଶ୍ୱବିଦ୍ୟାଳୟ ଫୋରମ୍ର ମିଳିତ ଆନୁକୁଲ୍ୟରେ ଅପ୍ଟିମାଇଜିଂ ଲର୍ଣ୍ଣିଂ ଲ୍ୟାଣ୍ଡସ୍କେପ୍ ଉପରେ ଦିନିକିଆ ସମ୍ମିଳନୀକୁ ଉଦ୍ଘାଟନ କରି ରାଜ୍ୟପାଳ ପ୍ରଫେସର ଲାଲ୍ ଏହା କହିଛନ୍ତି । ମାନବକୈନ୍ଦ୍ରିକ ବୈଶ୍ୱିକରଣ ଏବଂ ସଚେତନ କୈନ୍ଦ୍ରିକ ମାନବତା ହେଉଛି ଶିକ୍ଷାର ମୂଳ ଲକ୍ଷ୍ୟ । ସମସ୍ତଙ୍କ ଭିତରେ ଦୟା, କ୍ଷମା, ସହନଶୀଳତା, ପରୋପକାର ଆଦି ମାନବୀୟ ମୂଲ୍ୟବୋଧର ଉତ୍ଥାନ କରି ସମଗ୍ର ବିଶ୍ୱକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିପାରିଲେ ଶିକ୍ଷାର ପ୍ରକୃତ ଲକ୍ଷ୍ୟ ସାଧନ ହୋଇପାରିବ । ଏଥିପାଇଁ ଆମର ଶିକ୍ଷାନୁଷ୍ଠାନ ବିଶେଷକରି ଉଚ୍ଚତର ଶିକ୍ଷାନୁଷ୍ଠାନଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ରାଜ୍ୟପାଳ କହିଥିଲେ । କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ବ୍ରିଟିଶ୍ କାଉନ୍ସିଲର ଭାରତ ନିର୍ଦ୍ଦେଶକ ଆଲିସନ୍ ବାରେଟ୍ ଶିକ୍ଷା କ୍ଷେତ୍ରରେ ସହଭାଗିତା, ଗବେଷଣା କ୍ଷେତ୍ରରେ ସହଭାଗିତାକୁ ପ୍ରୋତ୍ସାହନ ଏବଂ ଛାତ୍ର-ଅଧ୍ୟାପକ ବିନିମୟ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ସେ କିଟ୍ର ସାମାଜିକ ଦାୟିତ୍ୱବୋଧକୁ ପ୍ରଶଂସା କରି ଶିକ୍ଷା ମାଧ୍ୟମରେ ଓଡ଼ିଶାର ଗରିବ ଓ ଜନଜାତି ସମ୍ପ୍ରଦାୟର ସାମାଜିକ ଓ ଆର୍ଥିକ ବିକାଶ କ୍ଷେତ୍ରରେ କିଟ୍ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉଲ୍ଲେଖନୀୟ ଭୂମିକା ରହିଆସିଛି ବୋଲି କହିଥିଲେ । ଟାଇମ୍ସ ହାୟର ଏଜେୁକେସନ୍ ର୍ୟାଙ୍କିଙ୍ଗ୍ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡିକୁ ବିଶ୍ୱର ଅନ୍ୟ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ସହ ସହଭାଗିତା ଏବଂ ବିଶ୍ୱରେ ନିଜକୁ ପ୍ରଦର୍ଶନ କରିବାର ସୁଯୋଗ ସୃଷ୍ଟି କରିପାରିଛି ବୋଲି ଟାଇମ୍ସ ହାୟର ଏଜୁକେସନ୍ ବିଶ୍ୱ ବ୍ୟାପାର ମୁଖ୍ୟ ଫିଲ୍ ବାଟି କହିଥିଲେ । ଟାଇମ୍ସ ହାୟର ଏଜୁକେଶନ ସାମଗ୍ରିକ ର୍ୟାଙ୍କିଙ୍ଗ୍ ସର୍ଭେରେ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡିକର ଆଖିଦୃଶିଆ ଅଂଶଗ୍ରହଣ ହୋଇପାରିଛି । କିଟ୍ ବିଶ୍ୱବିଦ୍ୟାଳୟ କମ୍ ବର୍ଷର ବିଶ୍ୱବିଦ୍ୟାଳୟ ହୋଇଥିଲେ ମଧ୍ୟ ଏହା ଉଚ୍ଚତର ଶିକ୍ଷା କ୍ଷେତ୍ରରେ ଏକ ପ୍ରମୁଖ କେନ୍ଦ୍ର ହୋଇପାରିଛି । ଟାଇମ୍ସ ହାୟର ଏଜୁକେସନ୍ ଇମ୍ପାକ୍ଟ ର୍ୟାଙ୍କିଙ୍ଗ୍ରେ ଅସମାନତା ଦୂର କ୍ଷେତ୍ରରେ ସମଗ୍ର ବିଶ୍ୱରେ କିଟ୍ ବିଶ୍ୱବିଦ୍ୟାଳୟ ୮ମ ସ୍ଥାନରେ ରହିବା ଉଲ୍ଲେଖନୀୟ । କିଟ୍ ବିଶ୍ୱବିଦ୍ୟାଳୟ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିବା ସହ ବିଶ୍ୱ ବିଶ୍ୱବିଦ୍ୟାଳୟ ର୍ୟାଙ୍କିଙ୍ଗ୍ରେ ଅଳ୍ପ କେତୋଟି ଭାରତୀୟ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇପାରିଛି ବୋଲି ସେ କହିଥିଲେ । କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, ଦୟା ଓ ମାନବିକତା ଉପରେ ପର୍ଯ୍ୟବେସିତ କିଟ୍ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ଦିନଠାରୁ ଗୁଣାତ୍ମକ ଶିକ୍ଷା, ଗବେଷଣା, ସହଭାଗିତା ଉପରେ ଗୁରୁତ୍ୱ ଦେଇଆସୁଥିବା ବେଳେ ଶିକ୍ଷା ମାଧ୍ୟମରେ ମୂଲ୍ୟବୋଧର ସଂସ୍କୃତି ସୃଷ୍ଟି କରିପାରିଛି । କିଟ୍ ଶିକ୍ଷା ମଡେଲ ସମସ୍ତଙ୍କ ପାଇଁ ସମାନ ଶିକ୍ଷା ଉପରେ ପର୍ଯ୍ୟବେସିତ । ଏଠାରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଶିକ୍ଷାରେ ଉତ୍କର୍ଷତା ପ୍ରତିପାଦନ କରିବା ନିମନ୍ତେ ସମାନ ସୁବିଧା, ସୁଯୋଗ ଯୋଗାଇ ଦିଆଯାଇଥାଏ । କେବଳ ଶିକ୍ଷା ନୁହେଁ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ସମସ୍ତଙ୍କ ପାଇଁ ଉତ୍କର୍ଷତା ପ୍ରତିପାଦନ ନିମନ୍ତେ କିଟ୍ରେ ପର୍ଯ୍ୟାପ୍ତ ସୁଯୋଗ ରହିଛି ବୋଲି ଶ୍ରୀ ସାମନ୍ତ କହିଥିଲେ । କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରି କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ କହିଲେ, ଜ୍ଞାନ ହେଉଛି ଜୀବନ । ଜ୍ଞାନକୁ ସମଗ୍ର ମାନବବାଦ ସହ ସଂଯୋଗ କରାଯାଇପାରେ । ସମସ୍ତ ମାନବିକ ମୂଲ୍ୟବୋଧ ସହ ଯୋଡ଼ିହୋଇ ରହିବା ପାଇଁ ଆମକୁ ଶିକ୍ଷା ସାହାଯ୍ୟ କରିଥାଏ ବୋଲି ପ୍ରଫେସର ସାମନ୍ତ କହିଥିଲେ । ଟାଇମ୍ସ ହାୟର ଏଜୁକେସନ୍ ର୍ୟାଙ୍କିଙ୍ଗ ବିଶ୍ୱରେ ବିଶ୍ୱବିଦ୍ୟାଳୟଗୁଡିକ ମଧ୍ୟରେ ଶିକ୍ଷା, ଗବେଷଣା ଓ ଅନ୍ୟାନ୍ୟ କ୍ଷେତ୍ରରେ ସହଭାଗିତା ଓ ପ୍ରତିଯୋଗିତା ପାଇଁ ଏକ ଫୋରମ୍ ହୋଇପାରିଛି ବୋଲି ସେ କହିଥିଲେ । ଏହି ସମ୍ମିଳନୀରେ ଭାରତର ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି, କୁଳସଚିବ, ଭାରତ ତଥା ବିଦେଶର ବହୁ ଶିକ୍ଷାବିତ୍, ଟାଇମ୍ସ ହାୟର ଏଜୁକେସନ୍ର ପ୍ରମୁଖ କର୍ମକର୍ତ୍ତା ଏବଂ ବ୍ରିଟିଶ୍ କାଉନ୍ସିଲ୍ର ବହୁ ଅଧିକାରୀ ଯୋଗଦେଇଥିଲେ ।