ପଟିଆ ଡ଼ିଗ୍ରୀ କଲେଜରେ ଶାରଦୀୟ ସ୍ବତନ୍ତ୍ର ଶିବିର : OmmTv

ପଟିଆସ୍ଥିତ ରାଜା ମଧୁସୂଦନଦେବ ଡ଼ିଗ୍ରୀ ମହାବିଦ୍ୟାଳୟରେ ୬ ଦିନ ଧରି ଚାଲିଥିବା ଶାରଦୀୟ ସ୍ବତନ୍ତ୍ରଶିବିର ଆଜି ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ପ୍ରଥମେ ହାତଧୁଆ ଦିବସ ସହିତ ପୂର୍ବତନ ରାଷ୍ଟପତି

ପଟିଆ ଡ଼ିଗ୍ରୀ କଲେଜରେ ଶାରଦୀୟ ସ୍ବତନ୍ତ୍ର ଶିବିର : OmmTv

ପଟିଆ ଡ଼ିଗ୍ରୀ କଲେଜରେ ଶାରଦୀୟ ସ୍ବତନ୍ତ୍ର ଶିବିର : OmmTv

୧୫/୧୦ : ପଟିଆସ୍ଥିତ ରାଜା ମଧୁସୂଦନଦେବ ଡ଼ିଗ୍ରୀ ମହାବିଦ୍ୟାଳୟରେ ୬ ଦିନ ଧରି ଚାଲିଥିବା ଶାରଦୀୟ ସ୍ବତନ୍ତ୍ରଶିବିର ଆଜି ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ପ୍ରଥମେ ହାତଧୁଆ ଦିବସ ସହିତ ପୂର୍ବତନ ରାଷ୍ଟପତି ଏପିଜେ ଅବଦୁଲକାଲାମଙ୍କ ଜନ୍ମଦିନ ପାଳନ କରାଯାଇ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଏହାପରେ ସଫେଇ କର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କଲେଜର ପ୍ରତିଷ୍ଠାତା ତଥା କବି ଶଙ୍କର ପରିଡ଼ା ଯୋଗଦେଇ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଓ ଓଡ଼ିଆ ସାହିତ୍ୟ ତଥା ସମାଜକୁ ଯୋଗାଇଦେବା ନେଇ‌ ପ୍ରେରଣାଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ ରାଉତ ଶିକ୍ଷାର୍ଥୀମାନଙ୍କ ଶିବିର ପରିଚାଳନା କାର୍ଯ୍ୟକୁ ପ୍ରଶଂସା କରିଥିଲେ। ସଚେତନତା ଉପରେ ସହଦେବ ମଲ୍ଲିକ, ଜୟଶ୍ରୀ ମଲ୍ଲିକ ଓ ନିରଦ ବରଣ ଖୁଣ୍ଟିଆ ଅଭି‌ଭାଷଣ ଦେଇଥିଲେ। ବିଭିନ୍ନ ପ୍ରକାର ଜାତୀୟ ସେବା ଯୋଜନାର ସଚେତନତା ନେଇ ଅତିଥିମାନେ ନିଜର ଅଭିଭାଷଣ ଓ ମତ ପ୍ରକାଶ କରିଥିଲେ। ଜାତୀୟ ସେବା ଯୋଜନାର କାର୍ଯ୍ୟକାରୀ ଅଧିକାରୀ ରମେଶ ଚନ୍ଦ୍ର ବେହେରା ଅତିଥିମାନଙ୍କ ସହଯୋଗରେ ଶିବିରାର୍ଥୀମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ। ଅନୁଷ୍ଠାନର ଅନିନ୍ଦିତା ରାୟ ‌କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।