ହାତୀ ଓ ମଣିଷ ମୃତ୍ୟୁ : ଓମଟିଭି

ଢେଙ୍କାନାଳ ଜିଲାର ହିନ୍ଦୋଳ ବ୍ଲକରେଆଜି ଦୁଇଟି ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଛି।

ହାତୀ ଓ ମଣିଷ ମୃତ୍ୟୁ : ଓମଟିଭି

ହାତୀ ଓ ମଣିଷ ମୃତ୍ୟୁ : ଓମଟିଭି

ଢେଙ୍କାନାଳ : (ଓମ ): ଢେଙ୍କାନାଳ ଜିଲାର ହିନ୍ଦୋଳ ବ୍ଲକରେଆଜି ଦୁଇଟି ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଛି।ବନ ବିଭାଗର ଅବହେଳା ଜୋଙ୍ଗୁ ଦୁଇଟି ଅଲଗା ଅଲଗା ପଞ୍ଚାୟତରେ ଗୋଟିଏ ଦିନରେ ହାତୀ ଓ ମଣିଷ ର ମୃତୁ ହୋଇଛି।ଏଭଳି ଘଟଣା ଘଟିଛି ଦୁଦୁରକୋଟ ପଞ୍ଚାୟତର ମାନପୁର ଗ୍ରାମରେ।ଭଞ୍ଜ ମନ ବେହେରାଙ୍କ ପୁତ୍ର ଭ୍ରମଣ ବେହେରା (57)ପ୍ରାତଃ ସମୟରୁ ଶୌଚ କରିବାକୁ ଯାଉଥିବା ସମୟରେ ଦନ୍ତା ହାତୀର ଆକ୍ରମଣରେ ମୃତୁ ହୋଇଥିଲା ବେଳେ ଅନ୍ୟ ଏକ ପଞ୍ଚାୟତରେ ଅସ ରଡ଼ା ପଞ୍ଚାୟତର ଖେଳ ପଡିଆ ପାଖରେ ବିରାଟ ଦନ୍ତା ହାତୀ ମୃତୁ ବରଣ କରିଥିବାର ସୂଚନା ରହିଛି।ସୂଚନା ଅନୁସାରେ ଏହି ଦନ୍ତା ହାତୀ ଟି ଵହୁ ଦିନ ଧରି ଅସୁସ୍ଥ ଥିଲା।ବନବିଭାଗ କର୍ତ୍ତୃପକ୍ଷ ଏହି ଦନ୍ତା ହାତୀର  ନା ଚିକିତ୍ସା କଲେ, ନା ଏହି ହାତୀ କୁ ବଞ୍ଚାଇବା ପାଇଁ ଚେଷ୍ଟା କଲେ।ଫଳରେ ସେଶରେ ଦନ୍ତା ଚିକିତ୍ସା ଅଭାବରୁ ମୃତୁ ବରଣ କଲା।ହାତୀଙ୍କ ପାଇଁ କୋଟି କୋଟି ଟଙ୍କା ଆସୁଥିବା ବେଳେ ଦନ୍ତା ଚିକିତ୍ସା ଅଭାବରୁ ମୃତୁ ବରଣ କଲା।ଏହି ହିନ୍ଦୋଳ ବନ କର୍ମଚାରୀଙ୍କ ଖାମ ଖିଆଲୀ ମନ ଭାବ ଜୋଙ୍ଗୁ ଗୋଟିଏ ଗୋଟିଏ ହାତୀ ମୃତୁ ବରଣ କରୁଛନ୍ତି।ଏଠି ହିନ୍ଦୋଳ ବନ ବିଭାଗ କର୍ତୁ ପକ୍ଷ କରୁଛନ୍ତି କଣ ସାଧାରଣ ରେ ପ୍ରଶ୍ନ ଉଠେ? (ରିପୋର୍ଟ : ବନଜା କୁମାରୀ ସାହୁ)