ଚନ୍ଦକା ଗୋ ଶାଳ ଓ ପଥରଗାଡ଼ିଆ ଖେଳ ପଡ଼ିଆରେ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବୃକ୍ଷ‌ରୋପଣ : ଓମଟିଭି

‘ସମ୍ବାଦ ସାହିତ୍ୟ ଘର’ ପକ୍ଷରୁ ପଥରଗାଡ଼ିଆ ଖେଳ ପଡ଼ିଆରେ ଦ୍ବିତୀୟ ପର୍ଯ୍ୟାୟ ବୃକ୍ଷରୋପଣ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପଥରଗାଡ଼ିଆ ଗ୍ରାମବାସୀଙ୍କ ସମେତ କଳିଙ୍ଗ ସିନେ ଆର୍ଟସ୍‌ ଫାଉଣ୍ଡେସନର ଏବଂ ଲେଡ଼ି ପ୍ରୋଟକ୍ଟ ଟିମ ସଭ୍ୟମାନେ ସଦସ୍ୟ ସଭ୍ୟମାନେ ସାମିଲ ହୋଇ ୬୦ରୁ ଅଧିକ ବଉଳ, ଜାମୁ, କଦମ୍ବ, ଲିମ୍ବ ଆଦି ଚାରାରୋପଣ କରିଛନ୍ତି।

ଚନ୍ଦକା ଗୋ ଶାଳ ଓ ପଥରଗାଡ଼ିଆ ଖେଳ ପଡ଼ିଆରେ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବୃକ୍ଷ‌ରୋପଣ : ଓମଟିଭି

ଚନ୍ଦକା ଗୋ ଶାଳ ଓ ପଥରଗାଡ଼ିଆ ଖେଳ ପଡ଼ିଆରେ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବୃକ୍ଷ‌ରୋପଣ : ଓମଟିଭି
ଭୁବନେଶ୍ବର, ୧୮/୭(ଓମ): ‘ସମ୍ବାଦ ସାହିତ୍ୟ ଘର’ ପକ୍ଷରୁ ଚନ୍ଦକା ଗୋ ଶାଳା ଓ ପଥରଗାଡ଼ିଆ ଖେଳ ପଡ଼ିଆରେ ଦ୍ବିତୀୟ ପର୍ଯ୍ୟାୟ ବୃକ୍ଷରୋପଣ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପଥରଗାଡ଼ିଆ ଗ୍ରାମବାସୀଙ୍କ ସମେତ କଳିଙ୍ଗ ସିନେ ଆର୍ଟସ୍‌ ଫାଉଣ୍ଡେସନର ସଦସ୍ୟ ଏବଂ ଲେଡ଼ି ପ୍ରୋଟକ୍ଟ ଟିମ ସଭ୍ୟମାନେ ସାମିଲ ହୋଇ ୬୦ରୁ ଅଧିକ ବଉଳ, ଜାମୁ, କଦମ୍ବ, ଲିମ୍ବ ଆଦି ଚାରାରୋପଣ କରିଛନ୍ତି।କାର୍ଯ୍ୟକ୍ରମରେ ପଥରଗାଡ଼ିଆ ରାଜ୍ୟର ଅଗ୍ରଣୀ ସାମାଜିକ ଓ ସଂସ୍କୃତି ଅନୁଷ୍ଠାନ କଳିଙ୍ଗ ସିନେ ଆର୍ଟସ୍ ଫାଉଣ୍ଡେସନ୍ ସେବକ ପ୍ରତିନିଧି ତପନ ବେହେରା,  ଧିରେନ ବେହେରା, ଚିନ୍ମୟ ବେହେରା, ଦୁଯୟବେହେରା, ବିକାଶ ଜେନା, ବିକାଶ ବେହେରା. ପଥରଗଡ଼ିଆ ସ୍କୁଲ ପ୍ରଧାନ ଶିକ୍ଷକ ରାଜକିଶୋର ମୁଦୁଲି, ଯୋଗଦେଇଥିଲେ। ସେମାନେ କହିଥିଲେ ଯେ ଭୁବନେଶ୍ବର ଭଳି ସହରରେ ବୃକ୍ଷରୋପଣ କରି ସବୁଜ ସୁନ୍ଦର କରିବା ଦିଗରେ ‘ସମ୍ବାଦ ସାହିତ୍ୟ ଘର’ର ଏଭଳି ଅଭିନବ ପ୍ରୟାସ ଅତ୍ୟନ୍ତ ସ୍ବାଗତଯୋଗ୍ୟ। ବିଗତବର୍ଷ ଏଠାରେ ୫୦ରୁ ଅଧିକ ଚାରା ରୋପଣ କରାଯାଇଥିଲା, ଯାହାକି ଏବେ ବଡ଼ ହୋଇଛି। ଖେଳ ପଡ଼ିଆର ବାକି ଅଞ୍ଚଳରେ ବର୍ତମାନ ହୋଇଥିବା ଗଛଗୁଡ଼ିକର ସୁରକ୍ଷା ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ। ପାଚେରି କରାଯିବା ସହ ତାହାର ରକ୍ଷଣାବେକ୍ଷଣ ଦାୟିତ୍ବ ଗ୍ରାମବାସୀ ନିଜ କାନ୍ଧକୁ ନେଇଛନ୍ତି।  ସେହିଭଳି ଏଲପି ଟିମ୍ ସଭାପତି ରମାକାନ୍ତ ସ୍ବାଇଁ, ସମ୍ପାଦକ ଅନିରୁଦ୍ଧ ଲେଙ୍କା, ସହ ସମ୍ପାଦକ ପ୍ରଭାସିନୀ ନାୟକ, ପ୍ରୀତିନନ୍ଦା ଖିଲାର, ପ୍ରଜ୍ଞାପାରମିତା, ପ୍ରଜ୍ଞାସ୍ମିତା ଦାଶ, ଶୁଭ୍ରଜିତ ମହାନ୍ତି, ଶରତ ସାହୁ, ଆଶିଷ ସାହୁ, ଚନ୍ଦ୍ରକାନ୍ତ ପାଲ, ଦେବଦତ୍ତ ରାଉତ, ଅରୁଣ ନାଥ, କ୍ରିଷ୍ଣା ନାୟକ, ଶିକ୍ଷାବିତ୍‌ ସୁଶାନ୍ତ ଦାଶ, ସମାଜିକ କର୍ମୀ, ଅନିଲ୍‌ ପ୍ରଧାନ, ଜ୍ୟୋତିରଞ୍ଜନ ଦାସ, ବୁଦ୍ଧିଜୀବୀ ସରୋଜ ସାହୁ, ଫକୀର‌ ମୋହନ ଧଳ ‘ସମ୍ବାଦ’ର ବରିଷ୍ଠ ସାମ୍ବାଦିକ କେଶବ ପାଣି ଓ ବିଦ୍ୟାଧର ବାରିକ (ମଧୁ) କାର୍ଯ୍ୟକ୍ରମ ପରିଚାଳନା କରି ବୃକ୍ଷରୋପଣର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ଉପସ୍ଥିତ ସମସ୍ତ ଅତିଥି ବୃକ୍ଷ ପ୍ରେମୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।