Another feat of KiSS Guinness World Records for National Anthem : Ommtv Round The Clock

Another feat of Kisr Guinness World Records for National Anthem : Ommtv Round The Clock

Another feat of KiSS Guinness World Records for National Anthem : Ommtv Round The Clock
Another feat of KiSS
Guinness World Records for National Anthem : Ommtv Round The Clock
Bhubaneswar: Keeling Institute of Social Sciences (KISS) has set another record. What is the world record in national anthem singing? Kisr 13, 944 students' group singing national anthem has been listed in the Guinness Book of World Records. The Guinness Book of World Records announced this at a press conference held in New Delhi today. The National Anthem has been recorded under the direction of Ricky Cage, an internationally renowned musician, environmentalist and three-time Grammy Award winner, and in collaboration with the London Philharmonic Orchestra. Famous flute player Hari Prasad Chaurasia, famous sarod player Aman and Ayan Alli Khan, famous santura player Rahul Sharma have performed musical instruments. It will be officially released on August 14, just before the next Independence Day. Expressing happiness at this success of Kiss, Achyut Samantha, the founder of Kit and Kiss, said that it is a matter of honor not only for Kiss but also for Odisha and India. Thanks to Mr. Ricky Cage.

କିସ୍‍ର ଆଉ ଏକ କୀର୍ତ୍ତିମାନ
ଜାତୀୟ ସଙ୍ଗୀତ ଗାନରେ ବିଶ୍ୱ ଗିନିଜ୍‍ ରେକର୍ଡ଼
ଭୁବନେଶ୍ୱର ୮ ।୮ : କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ ସୋସିଆଲ୍‍ ସାଇନ୍‍ସେସ୍‍(କିସ୍‍) ଆଉ ଏକ କୀର୍ତ୍ତିମାନ ସ୍ଥାପନ କରିଛି । ଜାତୀୟ ସଙ୍ଗୀତ ଗାନରେ କିସ୍‍ ବିଶ୍ୱ ରେକର୍ଡ଼ କରିଛି । କିସ୍‍ର ୧୩, ୯୪୪ ଛାତ୍ରଛାତ୍ରୀଙ୍କ ଦ୍ୱାରା ସମୂହ ଜାତୀୟ ସଙ୍ଗୀତ ଗାନ ବିଶ୍ୱ ଗିନିଜ୍‍ ବୁକ୍‍ରେ ସ୍ଥାନ ପାଇଛି । ଗିନିଜ୍‍ ବୁକ୍‍ ଅଫ୍‍ ୱାଲର୍ଡ଼ ରେକର୍ଡ କର୍ତ୍ତୃପକ୍ଷ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ସମ୍ବାଦିକ ସମ୍ମିଳନୀରେ ଏ ନେଇ ଘୋଷଣା କରିଛନ୍ତି । ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସଙ୍ଗୀତଜ୍ଞ, ପରିବେଶବିତ୍‍ ତଥା ତିନି ତିନି ଥର ସମ୍ମାନଜନକ ଗ୍ରାମୀ ପୁରସ୍କାର ବିଜେତା ରିକି କେଜ୍‍ଙ୍କ ସଙ୍ଗୀତ ନିର୍ଦ୍ଦେଶନା ଓ ଲଣ୍ଡନର ଫିଲାହାରମୋନିକ୍‍ ଅର୍କେଷ୍ଟ୍ରାର ମିଳିତ ସହଯୋଗରେ ଏହି ସମୂହ ଜାତୀୟ ସଙ୍ଗୀତ ଗାନକୁ ରେକର୍ଡ କରାଯାଇଛି । ଏଥିରେ ପ୍ରଖ୍ୟାତ ବଂଶୀ ବାଦକ ହରି ପ୍ରସାଦ ଚୌରାସିଆ, ବିଶିଷ୍ଟ ସରୋଦ ବାଦକ ଅମନ୍‍ ଓ ଆୟାନ ଅଲ୍ଲୀ ଖାନ୍‍, ବିଶିଷ୍ଟି ସନ୍ତୁର ବାଦକ ରାହୁଳ ଶର୍ମାଙ୍କ ଭଳି ଭାରତର ବହୁ ପ୍ରତିଷ୍ଠିତ ତଥା ସୁନାମଧନ୍ୟ ବାଦ୍ୟଯନ୍ତ୍ର ଶିଳ୍ପୀ ବାଦ୍ୟଯନ୍ତ୍ର ପରିବେଷଣ କରିଛନ୍ତି । ଆସନ୍ତା ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଅଗଷ୍ଟ ୧୪ତାରିଖରେ ଏହା ଆନୁଷ୍ଠାନିକ ଭାବେ ରିଲିଜ୍‍ ହେବ । କିସ୍‍ର ଏହି ସଫଳତାରେ ଖୁସି ବ୍ୟକ୍ତ କରି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି ଏହା କେବଳ କିସ୍‍ ନୁହେଁ ଓଡ଼ିଶା ତଥା ଭାରତ ପାଇଁ ସମ୍ମାନର ବିଷୟ । ଏଥିପାଇଁ ଶ୍ରୀ ରିକି କେଜ୍‍ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।