National Conference on Science & Technology for a Sustainable World at KIIT : Ommtv

 National Conference on Science & Technology for a Sustainable World at KIIT : Ommtv

 National Conference on Science & Technology for a Sustainable World at KIIT : Ommtv

 National Conference on Science & Technology for a Sustainable World at KIIT : Ommtv

: Science and technology have a crucial role to play in creating a sustainable world, mitigate climate change and reduce our impact on environment, said experts at a national conference on Tuesday jointly organised by KIIT, KISS DU and Indian Science Congress Association (ISCA) Bhubaneswar Chapter.The conference was titled ‘Science and Technology for sustainable world’ and was attended by KISS DU Vice Chancellor Prof Deepak Behera as guest of honour and general president of ISCA Prof V L Saxena among others. Prof of Eminence & Research Chair, KIIT DU Prof S Nanda delivered the presidential address.Promotion of renewable energy source is crucial in improving energy efficiency, developing sustainable agricultural practices, reducing waste, purifying water and promoting a sustainable way of life, Prof Saxena said.On the other hand, Prof Behera said continued innovation is essential to address the pressing environmental challenges human face and create a better future for ourselves and future generations.ISCA General Secretary (Membership Affairs) Dr. Ramakrishna spoke on innovation and research, rural development and women empowerment while Prof Sheo Satya Prakash spoke about population economics, growth and environmental protection. 

ଚିରନ୍ତନ ବିଶ୍ୱ ପାଇଁ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ଉପରେ କିଟ୍‌ରେ ଜାତୀୟ ସମ୍ମିଳନୀ : Ommtv
: ଦୀର୍ଘସ୍ଥାୟୀ ବିଶ୍ୱ ପାଇଁ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏ ନେଇ କିଟ୍ ବିଶ୍ୱବିଦ୍ୟାଳୟରେ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ବିଜ୍ଞାନ କଂଗ୍ରେସ ଭୁବନେଶ୍ୱର ଚାପ୍ଟର (ଆଇଏସ୍‌ସିଏ) ଏବଂ  କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟ ମିଳିତ ଭାବେ ଏହାକୁ ଆୟୋଜନ କରିଛନ୍ତି । ଏଥିରେ ଦେଶବ୍ୟାପୀ ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।
ଏଥିରେ ଭାରତୀୟ ବିଜ୍ଞାନ କଂଗ୍ରେସର ସାଧାରଣ ସଭାପତି ଭି.ଏଲ୍ ସାକସେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା’ ଏକ ସ୍ଥାୟୀ ଜୀବନ ଶୈଳୀକୁ ପ୍ରୋତ୍ସାହିତ କରି ଏକ ଉନ୍ନତ ବିଶ୍ୱ ଗଠନ କରିବାରେ ସାହାଯ୍ୟ କରିବାର ସାମର୍ଥ୍ୟ ରଖେ ବୋଲି କହିଥିଲେ। ସମ୍ମାନୀୟ ଅତିଥି ଭାବେ କିସ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ ବେହେରା ଯୋଗଦେଇ ସମାଜର ଉନ୍ନତି ବିଷୟରେ ସଭିଙ୍କୁ ଚିନ୍ତା କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଆଇଏସ୍‌ସିଏ ସମ୍ପାଦକ ଡ. ଏସ୍ ରାମକୃଷ୍ଣ ଯୋଗଦେଇ ସର୍ଜନା ଏବଂ ଅନୁସନ୍ଧାନ, ଗ୍ରାମୀଣ ବିକାଶ ଓ ମହିଳା ସଶକ୍ତିକରଣ ବିଷୟରେ କହିଥିଲେ। ଆଇଏସ୍‌ସିଏ କୋଷାଧ୍ୟକ୍ଷ ପ୍ରଫେସର ସେଓ ସତ୍ୟପ୍ରକାଶ ଜନସଂଖ୍ୟା ଅର୍ଥନୈତିକ, ଅଭିବୃଦ୍ଧି ଏବଂ ପରିବେଶ ସୁରକ୍ଷା ବିଷୟରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇଏସ୍‌ସିଏର ପ୍ରାକ୍ତନ ସଭାପତି ଡ. ଏମ. କେ ଚକ୍ରବର୍ତ୍ତୀ, ସେଣ୍ଟ୍ରାଲ ଇନ୍‌ଲାଣ୍ଡ ଫିସରୀ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌, କୋଲକାତାର ନିର୍ଦ୍ଦେଶକ ଡ. ବି. କେ ଦାସ, ବିର୍ଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରର କୁଳପତି ପ୍ରଫେସର ପି.ପି ମାଥୁର ପ୍ରମୁଖ ଯୋଗ ଦେଇଥିଲେ। ପ୍ରଫେସର ଅଶୋକ ସାକ୍‌ସେନାଙ୍କ ଦ୍ୱାରା ଏକ ସ୍ମରଣିକା ଉନ୍ମୋଚନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆଇଏସ୍‌ସିଏ କନଭେନର୍ ଡ. ଏସ୍‌କେଏସ୍ ପରାଶର ସ୍ୱାଗତ ଭାଷଣ ଦେଇଥିବା ବେଳେ ଆଇଏସ୍‌ସିଏ, ଭୁବନେଶ୍ୱର କୋଷାଧ୍ୟକ୍ଷ ଡ. ଧିରେନ୍ଦ୍ର କୁମାର ସିଂହ ଧନ୍ୟବାଦ ଦେଇଥିଲେ।