ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ମହାବୀର ଯୁବ ଓ ସାଂସ୍କୃତିକ ସଂଘ ଆନୁକୁଲ୍ୟରେ ନାଟକ ସୁଖ ନିଅଣ୍ଟକୁ ଦୁଃଖ ଅଣ୍ଟିଏ ମଞ୍ଚସ୍ଥ : Ommtv

ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ମହାବୀର ଯୁବ ଓ ସାଂସ୍କୃତିକ ସଂଘ ଆନୁକୁଲ୍ୟରେ ନାଟକ ସୁଖ ନିଅଣ୍ଟକୁ ଦୁଃଖ ଅଣ୍ଟିଏ ମଞ୍ଚସ୍ଥ : Ommtv

ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ମହାବୀର ଯୁବ ଓ ସାଂସ୍କୃତିକ ସଂଘ ଆନୁକୁଲ୍ୟରେ ନାଟକ ସୁଖ ନିଅଣ୍ଟକୁ ଦୁଃଖ ଅଣ୍ଟିଏ ମଞ୍ଚସ୍ଥ : Ommtv

ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ମହାବୀର ଯୁବ ଓ ସାଂସ୍କୃତିକ ସଂଘ ଆନୁକୁଲ୍ୟରେ ନାଟକ ସୁଖ ନିଅଣ୍ଟକୁ ଦୁଃଖ ଅଣ୍ଟିଏ ମଞ୍ଚସ୍ଥ : Ommtv

ସ୍ନେହ, ପ୍ରେମ ପରିପ୍ରକାଶର ପର୍ବ  ପବିତ୍ର ଦୋଳପୁର୍ଣ୍ଣିମା ଓ ଦୋଳମେଲଣ ଅବସରରେ ମହାବୀର ଯୁବ ଓ ସାଂସ୍କୃତିକ ସଂଘ ଆନୁକୁଲ୍ୟରେ ଏହାର ତୃତୀୟ ଅବଦାନରେ ମଞ୍ଚସ୍ଥ ହୋଇଯାଇଛି ସମ୍ପୂର୍ଣ୍ଣ ପାରିବାରିକ ନାଟକ ସୁଖ ନିଅଣ୍ଟକୁ ଦୁଃଖ ଅଣ୍ଟିଏ । ଏହି ଉପଲକ୍ଷେ ଅନୁଷ୍ଠାନର ସଭାପତି  ବିଜୟ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସ୍ମୃତିରଞ୍ଜନ ସ୍ମୃତି ସଂନ୍ଧ୍ୟାରେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା, ବିଶିଷ୍ଟ ଶିକ୍ଷାବିତ୍‌, ସମାଜସେବୀ ତଥା ନୀଳାଦ୍ରୀବିହାର ଯୁବ ଓ ସାଂସ୍କୃତିକ ସଂଘର ସଭାପତି ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଅନୁଷ୍ଠାନର ଏହି ଆଭିମୁଖ୍ୟ ତଥା ନିରବଚ୍ଛିନ୍ନ ପ୍ରୟାସକୁ ପ୍ରଶଂସା କରିବା ସହ କାହିଁ କେଉଁ ଆଦିମ କାଳରୁ କଳା ଓ ସଂସ୍କୃତିକୁ ବହନ କରି  ଆସୁଥିବା ଆମର ଏହି ଗାରିମାମୟ ଇତିହାସକୁ ଏକ ଗୌରବାବହ ଭବିଷ୍ୟତରେ ରୁପାନ୍ତରିତ କରିବା ଯୁବପିଢିର ଦାୟିତ୍ୱ ବୋଲି ମତବ୍ୟକ୍ତ କରିବା ସହ ଅନୁଷ୍ଠାନର ଅଗ୍ରଗତିରେ ଯଥାସମ୍ଭବ ଯୋଗଦାନ ପାଇଁ ପ୍ରତିଶୃତି ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଯୋଗଦେଇ ରାଜନୀତିଜ୍ଞ ତଥା ସାମାଜିକ କର୍ମୀ ପବିତ୍ର ମୋହନ ପଟେଲ୍‌, ସୁଦର୍ଶନ କାଣ୍ଡି, କୈଳାଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖ କଳା ଓ ସଂସ୍କୃତିର ଉନ୍ନତି କ୍ଷେତ୍ରରେ ଅନୁଷ୍ଠାନର ଏହି ପ୍ରୟାସକୁ ପ୍ରଶଂସା କରି ଏହାର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ । ଉତ୍ସବ ପ୍ରାରମ୍ଭରେ ଗତବର୍ଷ ଦୀପାବଳୀ ଅବସରରେ ଏକ ଦୁଃଖଦ ଘଟଣାକ୍ରମରେ ବାଣବିସ୍ଫୋରଣରେ ମୁତ୍ୟୁବରଣ କରିଥିବା ଅଞ୍ଚଳର ଯୁବ ପ୍ରତିଭା ସ୍ମୃତିରଞ୍ଜନଙ୍କ ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟରେ କ୍ୟାଣ୍ଡେଲ୍ ପ୍ରଜ୍ଜ୍ୱଳନ ପୂର୍ବକ  ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରାଯାଇଥିଲା । ଆସନ୍ତା ବର୍ଷଠାରୁ ଅଞ୍ଚଳର ଏକ ଯୁବ ପ୍ରତିଭାକୁ ସ୍ମୃତିରଞ୍ଜନ ସ୍ମୃତି ସମ୍ମାନ ପ୍ରଦାନ କରାଯିବାପାଇଁ ଘୋଷଣା ମଧ୍ୟ କରାଯାଇଥିଲା । ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରିଥିବା ଅଞ୍ଚଳର ପ୍ରତିଭା ମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ପରେ ସମ୍ବିତ ରଥଶର୍ମାଙ୍କ ନିର୍ଦ୍ଦେଶନା, ବିନୟ ଦାସଙ୍କ ସଂଗୀତ ତଥା ମାଷ୍ଟର ପଦିଆ (ଓ ସି ଏନ୍ ଡ୍ୟାନ୍ସ) ଙ୍କ ନୃତ୍ୟ ନିର୍ଦ୍ଦେଶନାରେ ସ୍ଥାନୀୟ କଳାକାରଙ୍କୁ ନେଇ ନାଟକଟି ପରିବେଷଣ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ଉଦୀୟମାନ ଯୁବ ପ୍ରତିଭା, ସମାଜସେବୀ ତଥା ଅଭିନେତା ପ୍ରଦୀପ କୁମାର ସ୍ୱାଇଁ ପରିଚାଳନା କରିଥିବାବେଳେ ଅନୁଷ୍ଠାନର ସମ୍ପାଦକ ଅଶୋକ ପ୍ରଧାନ, କୋଷାଧ୍ୟକ୍ଷ ଭଗବାନ ସାହୁ, ଅନୁଷ୍ଠାନର କଳାକାର  ତଥା ସଭ୍ୟ ଦିଲ୍ଲୀପ, ବାବୁଲା, କୁନ, ବୁବୁନା, ସୁଶାନ୍ତ, ସଦା, ବୁଟୁ, ଭାବଗ୍ରାହୀ, ମୁନା, ଜୀବନ, ଗଗନ, ବିଜୟ, ଟୁକୁନା, ନାରଣ, ରାଜକିଶୋର, ନୀଳାଦ୍ରୀବିହାର ଯୁବ ସାସ୍କୃତିକ ସଂଘର ସଭ୍ୟ ଗଦାଧର ପ୍ରସାଦ ରଥ, ବଟକୃଷ୍ଣ ପଣ୍ଡା, କୁମର ବାରିକ୍ ଓ ନରିଶୋ ଗ୍ରାମର ପୂର୍ବତନ କଳାକାର ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।