Radiation Oncology clinical services start at KIMS Cancer Centre : Ommtv
Radiation Oncology clinical services start at KIMS Cancer Centre : Ommtv
Radiation Oncology clinical services start at KIMS Cancer Centre : Ommtv
Bhubaneswar, March 16: The clinical services in Radiation Oncology Department at KIMS Cancer Centre (KCC)-Bhubaneswar has started from 14th March; with the practice of state-of-art linear accelerator-based radiotherapy for cancer patients and the related research works.KCC is poised to become the first resource-appropriate unique cancer management centre in Odisha for the multi-speciality treatments of all types of cancers. The highly precision linear accelerators and brachytherapy can deliver radiation therapy to the tumors with high accuracy and can improve cancer control with minimal morbidities for the cancer patients.KCC is having departments and specialities like Surgical Oncology, Medical Oncology, Radiation Oncology, Palliative Care and Nuclear Medicine as it positions to offer comprehensive cancer care for the patients from Odisha and neighbouring regions. The cancer management services being offered at KCC for the patients consist of Cancer Diagnosis, Cancer Registration, Multi-disciplinary Tumor Pathology and Laboratory Tests, Endoscopy, and cancer imaging. Other key supportive services such as psycho-oncology, patient care navigation and coordination for home care are in place at KCC. Multidisciplinary tumor board on a weekly basis take the collective expert decision for the treatments of cancer patients and guide them accordingly.Dr. Achyuta Samanta, Founder, KIIT, KISS and KIMS said, “the modern cancer care centre adopts multi-disciplinary approaches to cancer treatment. Critical actions will be decided by a Tumor Board, which will also monitor ethical and empathetic practices. The treatment and cancer management will be facilitated in a time-bound manner and within one’s socio-economic means. The OPD and in-patient care are available for all cancer patients at the Centre."“KCC will integrate cancer support services for the well-being of cancer patients and support their family caregivers,” informed Prof Dr. Bidhu Kalyan Mohanti, Director, KCC.“In future KCC will train manpower, carry out academic programmes, and research activities on cancer specialities, and combine the works with basic and laboratory-related disciplines. KCC will also provide patient care coordination, diet and physiotherapy modalities and cancer research. The Surgical Oncology section is equipped with modern modular OT, advanced laparoscopic surgery and harmonic scalpel. The Radiation Oncology has two linear accelerators, high dose brachytherapy and Radiation therapy planning. Medical Oncology has day care chemotherapy and indoor wards including isolation/ICU care and is poised to implement bone marrow transplant. Palliative Care and Psycho-Oncology address the physical and mental relief measures for the cancer patients and integrate the family caregivers.’’ added Prof Mohanti.
କିମ୍ସ କ୍ୟାନ୍ସର୍ ସେଣ୍ଟରରେ ଆରମ୍ଭ ହେଲା ରେଡିଏସନ୍ ଅଙ୍କୋଲୋଜି କ୍ଲିନିକାଲ୍ ସେବା : Ommtv
ଭୁବନେଶ୍ୱର, ୧୬ । ୩: କର୍କଟ ରୋଗୀଙ୍କ ପାଇଁ ଖୁସି ଖବର । ମାର୍ଚ୍ଚ ୧୪ ତାରିଖଠାରୁ ଆରମ୍ଭ ହୋଇଛି କିମ୍ସ କ୍ୟାନ୍ସର୍ ସେଣ୍ଟରର ରେଡିଏସନ୍ ଅଙ୍କୋଲୋଜି କ୍ଲିନିକାଲ ସେବା । ଏଠାରେ ଏଣିକି କର୍କଟ ରୋଗୀଙ୍କ ପାଇଁ ରେଡିଓଥେରାପୀ ଅଭ୍ୟାସ ଏବଂ ଏଥିସହ ସଂଶ୍ଳିଷ୍ଟ ଗବେଷଣା କାର୍ଯ୍ୟ ଓ ରୋଗୀ ସେବା ହୋଇପାରିବ । କିମ୍ସ କ୍ୟାନ୍ସର୍ ସେଣ୍ଟର(କେସିସି)ରେ ସମସ୍ତ ପ୍ରକାର କର୍କଟ ରୋଗର ବହୁବିଧ ଉପଚାର ନିମନ୍ତେ ଗୋଟିଏ ସ୍ଥାନରେ ସମସ୍ତ ପ୍ରକାର ସୁବିଧା ଓ ସେବା ଉପଲବ୍ଧ ହେବା ସହ ଓଡ଼ିଶାର ପ୍ରଥମ କର୍କଟ ରୋଗ ପରିଚାଳନା କେନ୍ଦ୍ର ବୋଲି କୁହାଯାଉଛି । କେସିସିରେ ସର୍ଜିକାଲ୍ ଅଙ୍କୋଲୋଜି, ମେଡିକାଲ୍ ଅଙ୍କୋଲୋଜି, ରେଡିଏସନ୍ ଅଙ୍କୋଲୋଜି, ପୀଡ଼ାଉପଶମ ଯତ୍ନ ଏବଂ ନିଉକ୍ଲିଅର ମେଡିସିନ୍ ବିଭାଗ ରହିଥିବା ବେଳେ ଏସବୁ ବିଭାଗରେ ଅଭିଜ୍ଞ ବିଶେଷଜ୍ଞମାନେ ସେବା ଯୋଗାଇ ଦେଉଛନ୍ତି । ଏବେ କିମ୍ସ କ୍ୟାନ୍ସର୍ ସେଣ୍ଟରର ମେଡିକାଲ୍ ଅଙ୍କୋଲୋଜି ବିଭାଗରେ ଡେ-କେୟାର, କେମୋଥେରାପି ଏବଂ ଇମ୍ୟୁନୋଥେରାପି ଆଦି ଚିକିତ୍ସା ଓ ସେବା ଯୋଗାଇ ଦିଆଯାଉଛି । ଏହା ସହିତ କର୍କଟ ରୋଗ ନିରୂପଣ, କ୍ୟାନ୍ସର୍ ରେଜିଷ୍ଟ୍ରେସନ୍, ବହୁବିଧ ଟିଉମର୍ ନିଦାନ ଓ ପରୀକ୍ଷା, ଏଣ୍ଡୋସ୍କୋପି, ସର୍ଜିକାଲ୍ ଅଙ୍କୋଲୋଜି, ରେଡିଏସନ୍ ଅଙ୍କୋଲୋଜି, ମେଡିକାଲ୍ ଅଙ୍କୋଲୋଜି ଏବଂ ପୀଡ଼ା ଉପଶମ ଯତ୍ନ ଆଦି କିମ୍ସ କ୍ୟାନ୍ସର୍ ସେଣ୍ଟର କ୍ଲିନିକାଲ୍ ସେବାରେ ଅନ୍ତର୍ଭୁକ୍ତ । କିଟ୍, କିସ୍ ଓ କିମ୍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି, କିମ୍ସରେ ଏହି ଅତ୍ୟାଧୁନିକ କ୍ୟାନ୍ସର୍ ସେଣ୍ଟର କର୍କଟ ରୋଗୀଙ୍କ ପାଇଁ ଆଶ୍ୱାସନା ଆଣିବ । ଏଠାରେ ସମସ୍ତ ପ୍ରକାର କର୍କଟ ରୋଗ ଚିକିତ୍ସା ନିମନ୍ତେ ବହୁବିଧ ପଦ୍ଧତି ଓ ଏକ ଟ୍ୟୁମର ବୋର୍ଡ ରହିଛି । ଟ୍ୟୁମର ବୋର୍ଡ ରୋଗ ଚିକିତ୍ସା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସହ ନୈତିକ ଓ ସମ୍ବେଦନପୂର୍ଣ୍ଣ ଅନୁଶୀଳନ ଉପରେ ନଜର ରଖିବ । ଏଠାରେ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଓ ରୋଗୀର ଆର୍ଥିକ ସାଧନକୁ ଦୃଷ୍ଟିରେ ରଖି କର୍କଟ ରୋଗର ଚିକିତ୍ସା ଓ ପରିଚାଳନା କରାଯାଇଥାଏ ବୋଲି ଶ୍ରୀ ସାମନ୍ତ କହିଛନ୍ତି । କିମ୍ସ କ୍ୟାନ୍ସର୍ ସେଣ୍ଟରରେ ରୋଗ ଉପଶମ ପାଇଁ କର୍କଟ ରୋଗ ସହାୟତା ସେବାକୁ ଏକୀକୃତ କରାଯାଇଛି । ଏଠାରେ ମଧ୍ୟ ରୋଗୀର ସେବାଯତ୍ନ କରୁଥିବା ପରିବାରର ସଦସ୍ୟଙ୍କୁ ସହଯୋଗ ଯୋଗାଇ ଦିଆଯାଇଥାଏ ବୋଲି କ୍ୟାନ୍ସର୍ ସେଣ୍ଟରର ନିର୍ଦ୍ଦେଶକ ପ୍ରଫେସର ଡା. ବିଧୁ କଲ୍ୟାଣ ମହାନ୍ତି କହିଛନ୍ତି । କିମ୍ସ କ୍ୟାନ୍ସର୍ ସେଣ୍ଟର ଆଗାମୀ ଦିନରେ କ୍ୟାନ୍ସର୍ ଚିକିତ୍ସା କ୍ଷେତ୍ରରେ ମାନବ ସମ୍ବଳ ତାଲିମ, ଶୈକ୍ଷିକ କାର୍ଯ୍ୟକ୍ରମ ଓ ଗବେଷଣା କାର୍ଯ୍ୟ ହାତକୁ ନେବ ବୋଲି ସେ କହିଛନ୍ତି । ଏହାଛଡ଼ା ଏହି କେନ୍ଦ୍ର ସମନ୍ୱିତ ରୋଗୀ ଯତ୍ନ, ଆହାର ଓ ଫିଜିଓଥେରାପି ପଦ୍ଧତି ଓ କର୍କଟ ଗବେଷଣା ଉପରେ ଗୁରୁତ୍ୱ ଦେବ ବୋଲି ପ୍ରଫେସର ମହାନ୍ତି ପ୍ରକାଶ କରିଛନ୍ତି । କିମ୍ସ କ୍ୟାନ୍ସର୍ ସେଣ୍ଟରର ଅଙ୍କୋଲୋଜି ବିଭାଗରେ ଅତ୍ୟାଧୁନିକ ଲାପାରୋସ୍କୋପିକ୍ ଅସ୍ତ୍ରୋପଚାର ଓ ହାରମୋନିକ୍ ସ୍କାଲ୍ପେଲ୍ ସହ ମଡ୍ୟୁଲାର୍ ଅସ୍ତ୍ରୋପଚାର ଗୃହ ରହିଛି । ସେହିପରି ରେଡିଏସନ୍ ଅଙ୍କୋଲୋଜି ବିଭାଗରେ ଦୁଇଟି ଲିନିଅର ଆକସିଲେରେଟର, ହାଇ ଡୋଜ ବ୍ରାକିଥେରାପି ଏବଂ ରେଡିଏସନ୍ ଥେରାପି ଉପଲବ୍ଧ ବୋଲି ସେ କହିଛନ୍ତି ।