ମୋ ବସ୍ ସୁବିଧା ଲୁକାହିତ, ବସଷ୍ଟାଣ୍ଡ ନଥିବାରୁ ଯାତ୍ରୀ ହନ୍ତସନ୍ତ : Ommtv Round The Clock

ମୋ ବସ୍ ସୁବିଧା ଲୁକାହିତ, ବସଷ୍ଟାଣ୍ଡ ନଥିବାରୁ ଯାତ୍ରୀ ହନ୍ତସନ୍ତ : Ommtv Round The Clock

ମୋ ବସ୍ ସୁବିଧା ଲୁକାହିତ, ବସଷ୍ଟାଣ୍ଡ ନଥିବାରୁ ଯାତ୍ରୀ ହନ୍ତସନ୍ତ : Ommtv Round The Clock
ମୋ ବସ୍ ସୁବିଧା ଲୁକାହିତ, ବସଷ୍ଟାଣ୍ଡ ନଥିବାରୁ ଯାତ୍ରୀ ହନ୍ତସନ୍ତ : Ommtv Round The Clock

: ମଞ୍ଚେଶ୍ବର ରେଲୱେ ଷ୍ଟେସନରେ ଦିନକୁ ଦିନ ଯାତ୍ରୀମାନଙ୍କ ସଂଖ୍ୟା ବଢ଼ିବାରେ ଲାଗୁଛି। ଯାତ୍ରୀମାନେ ଭୁବନେଶ୍ବର ‌‌ଷ୍ଟେସନଭଳି ସମସ୍ତ ସୁବିଧା ସୁଯୋଗ ମଞ୍ଚେଶ୍ବର ଷ୍ଟେସନରେ ପାଉଥିବାରୁ ସିଧାସଳଖ ଏଠାକୁ ଆସି ଯାତ୍ରା କରୁଛନ୍ତି। ମାତ୍ର ଯେଉଁ ଯାତ୍ରୀମାନେ ଏହି ଷ୍ଟେସନରେ ଓହ୍ଲାଉଛନ୍ତି ସେମାନ‌େ ଏଠାରୁ ମୋ’ବସ୍ ସୁବିଧା ପାଇବାରୁ ବଞ୍ଚତ ହେଉଛନ୍ତି। ମଞ୍ଚେଶ୍ବର ଷ୍ଟେସନ ଦେଇ ଭିଏସଏସ ନଗର ଏବଂ ଅନ୍ୟପକ୍ଷେ ରଙ୍ଗମାଟିଆ ଗାଡ଼ିକଣ ସହିତ ଚନ୍ଦ୍ରଶେଖରପୁର ଯିବାପାଇଁ ସୁବିଧା ସୁଯୋଗ ରହିଛି। ହେଲେ ଷ୍ଟେସନ୍ ବାହାରେ ମୋ’ବସ ରହଣି ପାଇଁ କୌଣସି ଫଳକ କିମ୍ବା ଯାତ୍ରୀ ବିଶ୍ରାମ ଗାର ସହ ବସଷ୍ଟାଣ୍ଡ ନଥିବାରୁ ଯାତ୍ରୀମାନେ ହନ୍ତସନ୍ତ ହୋଇ ଭଡ଼ା ଗାଡ଼ିରେ ଯାତାୟତ କରୁଛନ୍ତି। ଏଠାକୁ ପ୍ରତି ଅଧଘଣ୍ଟାରେ ଗୋଟିଏ ମୋ’ବସ୍ ଆସୁଥିଲେ ମଧ୍ୟ ଯାତ୍ରୀମାନେ ବସ୍ ସୁବିଧା ବିଷୟରେ ଜାଣିପାରୁ ନାହାଁନ୍ତି। ଯିଏ ଜାଣିଛନ୍ତ ସେମାନ‌େ ବସ୍ ସୁବିଧା ଉପଭୋଗ କରୁଛନ୍ତି। ନଚେତ ଅଜଣା ବ୍ୟକ୍ତି ନାହିଁ ନଥିବା ସମସ୍ୟାରେ ପଡ଼ୁଛନ୍ତି। ରୁଟ୍ ୨୫ରେଥିବା ଏହି ସ୍ଥାନକୁ ତୁହାକୁ ତୁହା ମୋ’ବସ୍ ଯାତାୟତ କରୁଛି। ଯେଉଁଥିରେ ସ୍ଥାନୀୟ ଲୋକ ଏବଂ କଲେଜ୍ ଛାତ୍ରଛାତ୍ରୀମାନେ ରିତିମତ ଯାଉଛନ୍ତି କିନ୍ତୁ ମଞ୍ଚେଶ୍ବର ଷ୍ଟେସନରେ ଓହ୍ଲାଇ ଯେଉଁ ରେଳଯାତ୍ରୀମାନେ ଛକକୁ ଆସୁଛନ୍ତି ସେମାନେ ଏଠାରୁ ବସ୍ ସୁବିଧା ଅତ୍ୟନ୍ତ ସହଜରେ ମିଳିପାରେ ବୋଲି ଅପେକ୍ଷା ନକରି ଭଡ଼ାଗାଡ଼ିରେ ଚଢ଼ାଦାମ ଦେଇ ଯାତ୍ରାକରୁଛନ୍ତି। ଏନେଇ ତୁରନ୍ତ ମଞ୍ଚେଶ୍ବର ଷ୍ଟେସନ୍ ଏବଂ ରଙ୍ଗମାଟିଆ ଓ ଗାଡ଼କଣ ଛକରେ ମୋ’ବସ୍ ବସ‌ଷ୍ଟାଣ୍ଡ ଓ ଯାତ୍ରୀ ବିଶ୍ରାମଗାର ନିର୍ମାଣକରିବା ଏବଂ ବସ୍ ରୁଟ୍ ସମସୟ ଫଳକ ଲଗାଇବାପାଇଁ ସ୍ଥାନୀୟଲୋକ ଦାବିକରିଛନ୍ତି। ଏପରି ହେଲେ ଶହଶହ ଟ୍ରେନ୍ ଯାତ୍ରୀ ସକାଳ ୬ରୁ ରାତି ୧୦ ପର୍ଯ୍ୟନ୍ତ ବସ୍ ସୁବିଧା ଉଠାଇପାରେବେ । ଫଳକ ଲାଗି‌ଲେ ମଞ୍ଚେଶ୍ବର ଷ୍ଟେସନକୁ ଭଲ ଯୋଗାଯୋଗ ସୁବିଧା ସୁଯୋଗଅଛି ବୋଲି ଜାଣିପାରିବେ।