ଆଜି କିଟ୍ ନହ୍ନିପରୀ ଗ୍ରାଣ୍ଡ ଫିନାଲେ, ଯୋଗ‌େଦେବେ ଦେଶର ୨୮ ପ୍ରତିଯୋଗୀ : Ommtv

ଆଜି କିଟ୍ ନହ୍ନିପରୀ ଗ୍ରାଣ୍ଡ ଫିନାଲେ, ଯୋଗ‌େଦେବେ ଦେଶର ୨୮ ପ୍ରତିଯୋଗୀ : Ommtv

ଆଜି କିଟ୍ ନହ୍ନିପରୀ ଗ୍ରାଣ୍ଡ ଫିନାଲେ, ଯୋଗ‌େଦେବେ ଦେଶର ୨୮ ପ୍ରତିଯୋଗୀ : Ommtv

ଆଜି କିଟ୍ ନହ୍ନିପରୀ ଗ୍ରାଣ୍ଡ ଫିନାଲେ, ଯୋଗ‌େଦେବେ ଦେଶର ୨୮ ପ୍ରତିଯୋଗୀ : Ommtv

କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆର ବିଂଶତମ ସଂସ୍କରଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଗୁରୁବାର ଦିନ ଏହାର ଗ୍ରାଣ୍ଡ ଫିନାଲେ ଗାଲା ରାଉଣ୍ଡ କିଟ୍ କ୍ୟାମ୍ପସ୍ ୧୩ରେ ଅନୁଷ୍ଠିତ ହେବ। ଅପରାହଣ ପ୍ରାୟ ସାଢ଼େ ଚାରିଟାରୁ ଏହି ପ୍ରତିଯୋଗିତାର ବିଭିନ୍ନ ପ୍ରକାର ଗାଲା ରାଉଣ୍ଡ ଟେଷ୍ଟ ଆରମ୍ଭ ହେବ। ବିଭିନ୍ନ ବର୍ଗରେ ବିଚାରକ ପ୍ରତିଯୋଗୀମାନଙ୍କୁ ପରୀକ୍ଷାନିରୀକ୍ଷା କରି ଫାଇନାଲ ରାଉଣ୍ଡକୁ ଯିବାପାଇଁ ପ୍ରବେଶିକା ପତ୍ର ପ୍ରଦାନ କରିବେ। ଗତ ଦୁଇ ଦିନ ହେଲା କିଟ୍ କ୍ୟାମ୍ପସରେ ୨୮ଟି ରାଜ୍ୟର ପ୍ରତିଯୋଗୀମାନେ ନିଜ ପରିବାର ସହ ପହଞ୍ଚି ନାମ ପଞ୍ଚିକରଣକରି ଗୃମିଂ ରାଉଣ୍ଡରେ ଯୋଗଦେଇଛନ୍ତି। ଯେଉଁମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଛି ନହ୍ନିପରୀ ସେମିଫିନାଲେ ରାଉଣ୍ଡ ପ୍ରତିଯୋଗିତା। କରୋନା ଯୋଗୁଁ ଦୁଇବର୍ଷ ଧରି ବନ୍ଦ ଥିବା ଏହି ପ୍ରତିଯୋଗିତା ପୁନର୍ବାର ଅନୁ‌ଷ୍ଠିତ ହେଉଥିବାରୁ ପ୍ରତିଯୋଗୀଙ୍କ ମଧ୍ୟରେ ବେଶ୍‍ ଉତ୍ସାହ ଦେଖିଯାଇଛି। ୧୫ ରୁ ୧୭ବର୍ଷ ବୟସର ବାଳିକାମାନଙ୍କ ମଧ୍ୟରେ ବିଭିନ୍ନ ରାଜ୍ୟରେ ଅଡିସନ୍‌ ହୋଇଥିଲା। ଯେଉଁମାନଙ୍କ ମଧ୍ୟରୁ ଶ୍ରେଷ୍ଠ ପ୍ରତିଯୋଗୀମାନଙ୍କୁ ଭୁବନେଶ୍ବର ଆସି ଗାଲାରାଉଣ୍ଡରେ ଯୋଗଦେବାପାଇଁ ନିମନ୍ତ୍ରଣ କରାଯାଇଥିଲା। ସେମିଫିନାଲେ ପ୍ରତିଯୋଗୀମାନେ ମିସ୍ ରାପୁଞ୍ଜେଲ୍‌, ମିସ୍ ଫଟୋଜେନିକ୍‌, ମିସ୍ ସେଲ୍‌ଫି (ଫେସ୍‌ବୁକ୍‌ରେ ସର୍ବାଧିକ ଲାଇକ୍‌), ମିସ୍ ଫେସନ୍ ଗାର୍ଲ, ମିସ୍ ୱିଜ୍‌କିଡ଼୍‌, ମିସ୍ ସିଣ୍ଡ୍ରେଲା, ମିସ୍ ଉର୍ବଶୀ, ମିସ୍ କ୍ୟାଟ୍‌ୱାକ୍‌, ମିସ୍ ମୋନାଲିସା ଏବଂ ମିସ୍ ଆକ୍‌ଟିଭ୍ ଆଦି ବର୍ଗରେ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିଛନ୍ତି। ୨୯ ତାରିଖରେ ଗ୍ରାଣ୍ଡ ଫିନାଲେ ଗାଲା ରାଉଣ୍ଡରେ ସମସ୍ତ ପ୍ରତିଯୋଗୀ ଯୋଗଦେଇ ନିଜର ଶ୍ରେଷ୍ଠତ୍ବ କଳା ପ୍ରଦର୍ଶନକରିବେ। ଫାଇନାଲ ରାଉଣ୍ଡରେ ବିଚାରକ ଭାବରେ ହଲିଉଡ଼, ବଲିଉଡ଼ ଏବଂ ଓଲିଉଡ଼ର ନାମି କଳାକାରମାନେ ଯୋଗଦେବେ। କାର୍ଯ୍ୟକ୍ରମ ଶେଷରେ କୃତି ପ୍ରତିଯୋଗୀଙ୍କୁ ନିମନ୍ତ୍ରୀତ ଅତିଥିମାନେ ପୁରସ୍କାର ଟ୍ରଫି, ଅର୍ଥରାଶୀ,କ୍ରାଉନ ସହିତ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରିବେ। ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସାଂସ୍କୃତିକ ନୃତ୍ୟ କରିବାପାଇଁ ରାଜ୍ୟର ପ୍ରତିଷ୍ଠିତ କିଛି ଡ଼୍ୟାନସ୍ ଦଳକୁ ନିମନ୍ତ୍ରିତ କରାଯାଇଛି। ନହ୍ନିପରୀ ଦେଖିବାପାଇଁ ଦଶ ହଜାର ଦର୍ଶକଙ୍କ ବସିବା ଆୟୋଜନ କରାଯାଇଛି। ଏଥିରେ ରାଜ୍ୟ ତଥା ରାଜ୍ୟ ବାହାର ବହୁ ଚର୍ଚ୍ଚିତ କଳାକାରମାନେ ଯୋଗଦେବେ।