ମରଣଯନ୍ତI ପାଲିଟିଛି ବିଶ୍ୱନାଥପୁର ଠାରୁ ଲାଞ୍ଜିଗଡ ଯାଇଥିବା ମୁଖ୍ୟ ରାସ୍ତା :Ommtv Kalinga Vikas

ମରଣଯନ୍ତI ପାଲିଟିଛି ବିଶ୍ୱନାଥପୁର ଠାରୁ ଲାଞ୍ଜିଗଡ ଯାଇଥିବା ମୁଖ୍ୟ ରାସ୍ତା :Ommtv Kalinga Vikas

ମରଣଯନ୍ତI ପାଲିଟିଛି ବିଶ୍ୱନାଥପୁର ଠାରୁ ଲାଞ୍ଜିଗଡ ଯାଇଥିବା ମୁଖ୍ୟ ରାସ୍ତା :Ommtv Kalinga Vikas

ମରଣଯନ୍ତI ପାଲିଟିଛି ବିଶ୍ୱନାଥପୁର ଠାରୁ ଲାଞ୍ଜିଗଡ ଯାଇଥିବା ମୁଖ୍ୟ ରାସ୍ତା :Ommtv Kalinga Vikas

କଳାହାଣ୍ଡି ଜିଲ୍ଲା, ୦୯/୦୯ (କବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଆଜି ଦିନ ଦୁଇ ପ୍ରହରରେ ଲାଞ୍ଜିଗଡ ବ୍ଲକ ବିଲାଟି ପଦର ଛକ ରେ ଗାଁ ଠାରୁ କିଛି ଜିନିଷ କିଣିବା ପାଇଁ ଛକ କୁ ସାଇକେଲ ଯୋଗେ ଆସିଥିବା ସମୟରେ ବାଳକ, ଠିକ ସମୟରେ ହଠାତ ବିଶ୍ଵନାଥ ପୁର ପଟୁ ଲାଞ୍ଜିଗଡ ଅଭିମୁଖେ ଯାଉଥିବା ଏକ ବାଲି ବୋଝେଇ ହାଇଓ୍ବା ଓଡି/୦୮-ଭି -୫୪୧୮ ଦ୍ରୁତ ଗତିରେ ଆସି ବାଳକ ଉପରେ ମାଡି ଯାଇଥିବା ସୁଚନା I

ସୁଚନା ଅନୁଯାୟୀ ଯେ ସେ ରାୟଗଡ଼ା ଜିଲ୍ଲା ଡିମ୍ବିରିଗୁଡା ପଞ୍ଚାୟତ ଅନ୍ତର୍ଗତ ନାଣିବୁଟି ଗ୍ରାମର ୧୨ ବର୍ଷିୟ ତାଙ୍କ ନାମ ହେଲା ବୁଟି ମାଝୀ ସେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ବିଲେଟ ପଦର ଗ୍ରାମ ର ନବୀନ ସାହୁ ଙ୍କ ଘରକୁ ଆସି ଥିଲେ। କିଛି କାମ ପାଇଁ ଗାଁ ଠାରୁ ଛକ କୁ ଯିବା ବେଳେ ହଠାତ ହାଇଓ୍ବା ଉପରକୁ ଚଢ଼ିଯିବା ଫଳରେ ବୁଟି ମାଝୀ ଙ୍କ ର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହିର ଖବର ପାଇ ଗାଁ ର ସମସ୍ତ ଲୋକ ଘଟଣାସ୍ଥଳରେ ପହଞ୍ଚି ବିଶ୍ଵନାଥପୁର ଠାରୁ ଲାଞ୍ଜିଗଡକୁ ଯାଇଥିବା ମୁଖ୍ୟ ରାସ୍ତାକୁ ଜନସାଧାରଣ ଉତ୍ୟକ୍ତ ହୋଇ ଅବରୋଧ କରିଥିଲେ । ତାପରେ ଲାଞ୍ଜିଗଡ଼ ପୋଲିସ ଓ ଲାଞ୍ଜିଗଡ ତହସିଲଦାର ବନମାଳୀ ମେହେର, ଲାଞ୍ଜିଗଡ ଆଇ ଆଇ ସି ଯଶବନ୍ତ ହିଆଲ,ଏସ ଆଇ ଡୋଳାମଣୀ ବିଶି, ଏ ଏସ ଆଇ ବଳଭଦ୍ର ଗୌଡ଼,ଏ ଏସ ଆଇ ସଞ୍ଜୟ ବୈଠରୁ ଏବଂ ଆଇ ଆର ବି ବାହିନୀ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରୋକ କରିଥିବା ସମସ୍ତ ବ୍ୟକ୍ତିଙ୍କୁ ବୁଝାସୁଝା କରିଥିଲେ, କିନ୍ତୁ ବୁଝାସୁଝା କରିବା ପରେ ମଧ୍ୟ କୌଣସି ସମାଧାନର ବାଟ ବାହାରି ନଥିଲା I ଆମେ ଖବର ପ୍ରସାରଣ ପର୍ଯ୍ୟନ୍ତ କୌଣସି ସମାଧାନ ହୋଇ ନଥିବା ପୁଲିସ ପକ୍ଷରୁ ଜଣା ପଡିଛି I ଏବ ପର୍ଯ୍ୟନ୍ତ ଦୁର୍ଘଟଣା ହୋଇଥିବା ଜାଗାରେ କୌଣସି ଅପ୍ରିତିକର ଘଟଣା ଘଟି ନାହିଁ କିନ୍ତୁ ଜନସାଧାରଣ ଉତ୍ୟକ୍ତ ହୋଇ ମୁଖ୍ୟ ରାସ୍ତIକୁ ଅବରୋଧ କରି ରଖିଛନ୍ତି ଏବ ପର୍ଯ୍ୟନ୍ତ କୌଣସି ଗାଡି ଚଳାଚଳ କରୁନାହିଁ I ଦୃଘଟଣା ସ୍ଥଳରେ ମୃତ୍ୟୁ ଦେହ ପଡି ରହିଛି, ଯାହାଫଳରେ ମୁଖ୍ୟ ରାସ୍ତାର ଦୁଇ କଡରେ ସହ ଛୋଟ ବଡ଼ ବାହନ ଅଟିକି ରହିଛନ୍ତି I ଏବେ ବର୍ତ୍ତମାନ ଦୀର୍ଘ ଆଠ ଘଣ୍ଟା ବିତିଗଲା ପଛେ ଦୃଘଟଣାର କୌଣସି ନିର୍ଦ୍ଧାରିତ ସମାଧାନ ହୋଇ ପାରିଲା ନାହିଁ ଏବେ ବର୍ତ୍ତମାନ,ଏ ପର୍ଯ୍ୟନ୍ତ ସମାଧାନ ହେଇ ପାରିନାହିଁ ମୃତ୍ୟୁ ବାଳକଙ୍କ ମା ଆସିବେ ଓ ମରିଥିବା ବାଳକ ଙ୍କୁ ତାଙ୍କର କ୍ଷତି ପୂରଣ ନଦେଲା ପର୍ଯ୍ୟନ୍ତ ରାସ୍ତାରୋକ ହେବ ତାପରେ ଯାଇ ନିଷ୍ପତି ହେବ ବୋଲି ସେହି ବିଲେଟ ପଦର ଗ୍ରାମର କିଛି ଭଦ୍ର ଲୋକ ଆମ ଅIଘରେ ପରି ପ୍ରକାଶ କରିଛନ୍ତି I