ଚେନ୍ନାଇରୁ ଚିତ୍ତରଞ୍ଜନଙ୍କ ଶବ ଫେରାଇ ଆଣିବାକୁ ଜମି ବନ୍ଧକ ରଖିଲେ ବୃଦ୍ଧ ବାପା
ଚେନ୍ନାଇରୁ ଚିତ୍ତରଞ୍ଜନଙ୍କ ଶବ ଫେରାଇ ଆଣିବାକୁ ଜମି ବନ୍ଧକ ରଖିଲେ ବୃଦ୍ଧ ବାପା
ଚେନ୍ନାଇରୁ ଚିତ୍ତରଞ୍ଜନଙ୍କ ଶବ ଫେରାଇ ଆଣିବାକୁ ଜମି ବନ୍ଧକ ରଖିଲେ ବୃଦ୍ଧ ବାପା
ଘୁ.ଉଦୟଗିରି: ବିବାହ ପାଇଁ ନିର୍ବନ୍ଧ ସରିଥିଲା। ନୂଆ ଘର ତିଆରି କରି ଜୀବନସାଥୀଙ୍କ ସହ ସୁଖର ସଂସାର ଗଢ଼ିବାକୁ ଦେଖିଥିଲେ ଅନେକ ସ୍ୱପ୍ନ। ସେହି ସ୍ୱପ୍ନକୁ ସାକାର କରିବା ପାଇଁ ରୋଜଗାର ଆଶାରେ ଚେନ୍ନାଇ ଯାଇଥିଲେ। ହେଲେ ଭାଗ୍ୟର ବିଡ଼ମ୍ବନା ବିବାହ କରି ନୂଆ ଜୀବନ ଆରମ୍ଭ କରିବା ପୂର୍ବରୁ ହିଁ ଲିଭିଗଲା ତାଙ୍କ ଜୀବନଦୀପ। ଯେଉଁ ପୁଅକୁ ନେଇ ବୃଦ୍ଧ ବାପା ଅନେକ ସ୍ୱପ୍ନ ଦେଖିଥିଲେ, ସେହି ପୁଅର ମରଶରୀରକୁ ଗାଁକୁ ଫେରାଇ ଆଣିବା ପାଇଁ ଶେଷରେ ନିଜ ବିଲ ବନ୍ଧକ ରଖିବାକୁ ପଡ଼ିଛି।। ଏଭଳି ଏକ ଦୁଃଖଦ ଘଟଣା କନ୍ଧମାଳଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ରାଇକଲା ପଞ୍ଚାୟତର ମାଦିନାଜୁ ଗ୍ରାମରେ ଘଟିଛି। ମାଦିନାଜୁ ଗ୍ରାମର ଲିଙ୍ଗନାଥ ପ୍ରଧାନଙ୍କ ପୁଅ ଚିତ୍ତରଞ୍ଜନ ପ୍ରଧାନ (୪୦) ରୋଜଗାର ପାଇଁ ଚେନ୍ନାଇକୁ ଯାଇଥିଲେ। କିଛି ଦିନ ପୂର୍ବରୁ ସେ ଗାଁକୁ ଫେରି ବିବାହ ପାଇଁ ଝିଅ ଦେଖିଥିଲେ ଏବଂ ତାଙ୍କର ନିର୍ବନ୍ଧ ମଧ୍ୟ ସମ୍ପନ୍ନ ହୋଇଥିଲା। ଦଶହରା ପୂର୍ବରୁ ସେ ପୁଣିଥରେ ଚେନ୍ନାଇ ଫେରିଯାଇଥିଲେ। କିନ୍ତୁ ସେଠାରେ କାମ କରୁଥିବା ସମୟରେ ଅକ୍ଟୋବର ୨୪ ତାରିଖରେ କୌଣସି କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା।ଅପରପକ୍ଷରେ, ପୁଅର ମୃତଦେହ ଫେରାଇ ଆଣିବାକୁ ନିକଟରେ ଅର୍ଥର ଅଭାବ ଥିବାରୁ ବୃଦ୍ଧ ବାପା ନିଜର ଜମି ବନ୍ଧକ ରଖି ଟଙ୍କା ଯୋଗାଡ଼ କରିଥିଲେ। ଏହାପରେ ପୁଅର ମରଶରୀର ଗାଁକୁ ଆସିଥିଲା ଏବଂ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଏନେଇ ସୂଚନା ପାଇ ସୋସିଆଲ ୱାର୍କର୍ସ ଆସୋସିଏସନ୍ ଅଫ୍ କନ୍ଧମାଳ (ସ୍ଵାକ୍) ର ଏକ ପ୍ରତିନିଧି ଦଳ ଚିତ୍ତରଞ୍ଜନଙ୍କ ପରିବାରକୁ ଭେଟିଛନ୍ତି। ଆବଶ୍ୟକ ସହାୟତା ପ୍ରଦାନ ପାଇଁ ଜିଲ୍ଲାପାଳ ଓ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଲିଖିତ ଭାବେ ଅବଗତ କରାଯାଇଛି।

