ଦୀର୍ଘଦିନ ଅପେକ୍ଷା ପରେ ଜେଇଙ୍କ ଉଦ୍ୟମ ଯୋଗୁଁ ନୂଆ ଖୁଣ୍ଟ ପଡ଼ି ବିଦୁତ ସମସ୍ୟା ର ସମାଧାନ : OMMTV କଳିଙ୍ଗ ବିକାଶ
ଦୀର୍ଘଦିନ ଅପେକ୍ଷା ପରେ ଜେଇଙ୍କ ଉଦ୍ୟମ ଯୋଗୁଁ ନୂଆ ଖୁଣ୍ଟ ପଡ଼ି ବିଦୁତ ସମସ୍ୟା ର ସମାଧାନ : OMMTV କଳିଙ୍ଗ ବିକାଶ
ଦୀର୍ଘଦିନ ଅପେକ୍ଷା ପରେ ଜେଇଙ୍କ ଉଦ୍ୟମ ଯୋଗୁଁ ନୂଆ ଖୁଣ୍ଟ ପଡ଼ି ବିଦୁତ ସମସ୍ୟା ର ସମାଧାନ : OMMTV କଳିଙ୍ଗ ବିକାଶ

କଟକ ସଦର ଖବର (ବ୍ୟୁରୋ) :- କଟକ ଡାହାଳିଆବାଗ ରୁ (ଡ଼ନ ଙ୍କ ରିପୋର୍ଟ ) କଟକ ମହାନଗର ନିଗମ ୫୮ ନମ୍ବର ୱାର୍ଡ ଅନ୍ତର୍ଗତ ଡାହାଳିଆବାଗ ଗ୍ରାମ ମଧ୍ୟରେ ଥିବା ଏକ ଲୁହାଖୁଣ୍ଟ ଅତି ବିପଦ ଶଙ୍କୁଳ ଅବସ୍ଥାରେ ଥିଲା।ଖୁଣ୍ଟର ତଳ ଅଂଶ କଳଙ୍କି ଲାଗି ଖାଇ ନଷ୍ଟ ହୋଇ ଯାଇଥିଲା। ବିପଦ ସଂକୁଳ ଅବସ୍ଥାରେ ରହିଥିବା ବେଳେ କେତେବେଳେ କାହା ଉପରେ ପଡ଼ି ଯାଇ ଧନ ଜୀବନ ନଷ୍ଟ ହେଵା ନେଇ ଚିନ୍ତାରେ ଗ୍ରାମର ଲୋକ ମାନେ ଥିଲେ । ପୂର୍ବରୁ ବହୁବାର ଗୋପାଳପୁରସ୍ଥିତ ବିଦ୍ୟୁତ ବିଭାଗର ଅଧିକାରଙ୍କୁ ଲିଖିତ ଭାବରେ ଜଣା ଯାଇଥିଲେ ସୁଦ୍ଧା ବିଦ୍ୟୁତ ବିଭାଗର ଖାମ ଖିଆଲି ନୀତି ଯୋଗୁ କୌଣସି ସୁଫଳ ମିଳିପାରି ନଥିଲା।ବିଭିନ୍ନ ଆଳ ଦେଖାଇ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଆମ ପାଖରେ ଖୁଣ୍ଟ ନାହିଁ, ଖୁଣ୍ଟ ଆସିଲେ ପଡିବ କହି ସମସ୍ୟା ର ସମାଧାନ ନକରି ଘଟଣାରୁ ଏଡାଇ ଯାଉଥିଲେ।ଯାହାକୁ ନେଇ ଗ୍ରାମବାସୀ ଓ ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ଏମିତିକି କଥାଯାଇ ଥାନାରେ ପହଁଚି ଥିଲା।ଯଥା ପୂର୍ବମ ତଥା ପରମ ଉକ୍ତିରେ ସମସ୍ୟାର ସମାଧାନ ହେଇ ନଥିଲା କି ଖୁଣ୍ଟ ବଦଳା ଯାଇ ନଥିଲା। ଏହି ଘଟଣାକୁ ଦୀର୍ଘଦିନ ବିତି ଯାଇଥିଲେ ସୁଦ୍ଧା ବର୍ତ୍ତମାନ ଗୋପାଳପୁର ବିଦ୍ୟୁତ ବିଭାଗରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଅନିଲ କୁମାର ରାଜ ଙ୍କ ଦୁଷ୍ଟିକୁ ଆସିବା ପରେ ଘଟଣାକୁ ଗମ୍ଭୀତାର ସହ ନେଇ ନିଜେ ଘଟଣାସ୍ଥଳ ପରିଦର୍ଶନ କରିଵା ସହ ବିଭାଗର ଉପରିସ୍ଥ ଅଫିସରଙ୍କୁ ଜଣାଇବା ପରେ ତୁରନ୍ତ ସେଠାରେ ଏକ ନୂଆ ଖୁଣ୍ଟ ପକାଇ ତଳକୁ ଓହଳିଥିବା ତାରକୁ ନୂତନ ଖୁଣ୍ଟରେ ଲଗାଇ ବିଦ୍ୟୁତ ସଂଯୋଗ କରିଥିଲେ । ଏହି ସମସ୍ୟାର ସମାଧାନ ହୋଇ ଥିବା ହେତୁ ଡାହାଳିଆଵାଗ ଗ୍ରାମବାସୀ ମାନେ ଅନିଲ କୁମାର ରାଜଙ୍କୁ ପ୍ରସଂଶା କରିଛନ୍ତି।
