ସାବାଡ଼ କରିବେ ଖୁରାନିଆଁ… ଓଡ଼ିଶା ପୁଲିସ୍ ମୁହଁରେ କଳା ବୋଳିଲା ଭରତପୁର ଥାନା ପୁଲିସ୍ : Ommtv

ସାବାଡ଼ କରିବେ ଖୁରାନିଆଁ… ଓଡ଼ିଶା ପୁଲିସ୍ ମୁହଁରେ କଳା ବୋଳିଲା ଭରତପୁର ଥାନା ପୁଲିସ୍ : Ommtv

ସାବାଡ଼ କରିବେ ଖୁରାନିଆଁ… ଓଡ଼ିଶା ପୁଲିସ୍ ମୁହଁରେ କଳା ବୋଳିଲା ଭରତପୁର ଥାନା ପୁଲିସ୍ : Ommtv

ସାବାଡ଼ କରିବେ ଖୁରାନିଆଁ… ଓଡ଼ିଶା ପୁଲିସ୍ ମୁହଁରେ କଳା ବୋଳିଲା ଭରତପୁର ଥାନା ପୁଲିସ୍ : Ommtv

ଭୁବନେଶ୍ବର: (ଓମ- ରିପୋର୍ଟ: ପିନୁ ନାୟକ) ପୁଲିସ୍ ଲୋକସମ୍ପର୍କ ଚୁଲିକୁ ଯାଇଛି। ବିଜେଡ଼ି ସରକାରବେଳେ ଚାମଚାଗିରି କରି ଲୋକଙ୍କୁ ନାଲିଆଖି ଦେଖାଉଥିବା ଏବେ ଫେଲ ମାରିଛି। ସାଧାରଣଲୋକ ତାତିଲେ କଣ କରିପାରନ୍ତି ତାହା ଚିନ୍ତାକରୁନି ପୁଲିସ୍। ଏଠି ୱାଇବି ଖୁରାନିଆଁ ଡ଼ିଜି ଅଛନ୍ତି ବୋଲି ଭୁଲିଯାଇଥିବା ପୁଲିସ୍ ବର୍ତମାନ ପାନେ ନେଇଛି। ଭୁବନେଶ୍ବର କମିସନରେଟ୍ ପୁଲିସ୍ ଭରତପୁର ଥାନା ସାରା ଓଡ଼ିଶାରେ ଏକ କଳିଙ୍କିତ ଅଧ୍ୟାୟ ଲେଖିଛି। ଯାହାପାଇଁ ଓଡ଼ିଶା ପୁଲିସ୍ ଲଜ୍ଜିତହୋଇଛି। ସେନାର ଜବାନଙ୍କୁ ଥାନାରେ ପୁରାଇ ମାଡ଼ମାରିବା ଓ ଅଯଥାରେ ନିର୍ଯ୍ୟାତନାଦେବା ମହଙ୍ଗା ପଡ଼ିଛି ଥାନା ବାବୁଙ୍କୁ। ଯେଉଁ ଘଟଣାରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ସେନାବାହିନୀର ମେଜର୍ ଗୁରୁବନ୍ତ ସିଂଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନ। ସେ ଥାନା ଅଧିକାରୀ ଓ ଅନ୍ୟ ଷ୍ଟାଫ୍‌ଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସେ ଥାନା ଅଧିକାରୀ ଓ ଅନ୍ୟ ଷ୍ଟାଫ୍‌ଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଭରତପୁର ଥାନାରେ ତାଙ୍କ ସହ ହୋଇଥିଲା ଯୌନ ଶୋଷଣ ହୋଇଥିଲା। ଥାନାର ପୁରୁଷ କର୍ମଚାରୀ ଅନ୍ତ ବସ୍ତ୍ର ଖୋଲି ତାଙ୍କ ଉପରେ ଆକ୍ରମଣ କରିଥିଲେ ବୋଲି କହିଛନ୍ତି। ଗଣମାଧ୍ୟମ ଆଗରେ କାନ୍ଦିକାନ୍ଦି ଅଙ୍କିତା ଅଭିଯୋଗ କରି କହିଛନ୍ତି, ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ର ତାଙ୍କ ପ୍ୟାଣ୍ଟ ଖୋଲି ଅଶ୍ଳୀଳ କାମ କରିଥିଲେ। ଶନିବାର ରାତିର ଲୋମଟାଙ୍କୁରା ଘଟଣା ସମ୍ପର୍କରେ କାନ୍ଦି କାନ୍ଦି ପୁରା ଘଟଣାକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କହିଛନ୍ତି। ଜଣେ ଓକିଲ ହିସାବରେ ପୁଲିସ ସମ୍ମୁଖରେ ନିଜ ଉପରେ ହୋଇଥିବା ନିର୍ଯାତନାକୁ ଏଫଆଇଆର ରଖିବାକୁ ଦାବି କରୁଥିବା ବେଳେ ପୁଲିସ୍‌ର ତାଙ୍କ ପ୍ରତି ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କ ପ୍ରତି ହୋଇଥିବା ଅକଥନୀୟ ଅତ୍ୟାଚାର  କିପ୍ରକାର ଆଇନ ବୋଲି ପ୍ରଶ୍ନ କରିଛନ୍ତି। ଅଙ୍କିତା ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଥାନା ଅଧିକାରୀ ପ୍ରଥମେ ଅଙ୍କିତାଙ୍କୁ ଚୁଟି ଧରି ଘୋଷାଡ଼ି ନେଇଥିଲେ। ତା ପରେ ଜଣେ ମହିଳା କନେଷ୍ଟବଳ ତାଙ୍କ ବେକ ଧରିଥିବା ବେଳେ ଅନ୍ୟ ଜଣେ କନେଷ୍ଟବଳ ତାଙ୍କ ଜ୍ୟାକେଟରେ ତାଙ୍କ ହାତ ବାନ୍ଧିଦେଇଥିଲେ। ଅନ୍ୟ ଜଣେ ମହିଳା କନେଷ୍ଟବଳ ତାଙ୍କ ଗୋଡ଼ ବାନ୍ଧି ଦେଇ ରୁମ୍‌ରେ ବନ୍ଦ କରିଦେଇଥିଲେ। ନିଜର ପ୍ରତିରକ୍ଷା ପାଇଁ ଅଙ୍କିତା ଚିତ୍କାର କରିଥିଲେ ବୋଲି ପୁରୁଷ ଏବଂ ମହିଳା କନେଷ୍ଟବଳ ମିଶି ତାଙ୍କ ଅନ୍ତ ବସ୍ତ୍ର ଖୋଲି ମାଡ଼ ମାରିଥିଲେ। ପରେ ଭୋରରୁ ଆଇଆଇସି ଆସି ଅଙ୍କିତଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ମେଜର ଗୁରୁବନ୍ତ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ଥାନାରେ ମାଡ଼ମରାଯିବା ଘଟଣାରେ ପୁଲିସ କାର୍ଯ୍ୟାନୁଷ୍ଠାନ ହୋଇଛି। ଏହି ଘଟଣାରେ ୫ ଜଣ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ଜାତୀୟ ମହିଳା ଆୟୋଗ ନିଜ ତରଫରୁ ମାମଲା ରୁଜୁ କରି ଡିଜିପିଙ୍କୁ ନୋଟିସ ଜାରି କରିଛନ୍ତି। ଏହି ଘଟଣା ଓଡ଼ିଶା ପାଇଁ କିଛି ନୂଆ ନୁହେଁ। ଗରିବ  ଓ ବେସାହାରା ଦେଖି ଆମ ପୁଲିସ୍ ବାବୁ ଓ ବାବୁଆଣିମା‌ନେ ଏମିତି ବ୍ୟବହାର କରନ୍ତି ଯେମିତି କୁକୁର ବିଲେଇ ମାନଙ୍କୁ କରାଯାଏ। ତେବେ ସାଧାରଣଲୋକ ଭାବି ସେନା ଅଧିକାରୀଙ୍କୁ ଏପରି କହିବା ବେସ୍ ମହଙ୍ଗା ପଡ଼ିବ ବୋଲି ଭରତପୁର ଥାନାର ବଡ଼ବାବୁ ଓ ତଳତଳିଆମାନେ କେବେ ଚିନ୍ତାକରିନଥିଲେ। ଅନ୍ୟପକ୍ଷରେ ଆଜି ଏହି ଘଟଣାପରେ ସାଧାରଣଲୋକ ‌ପୁଲିସ କାର୍ଯ୍ୟକଳାପକୁ ଆହୁରି ନିନ୍ଦନିୟ କରି ଓଡ଼ିଶା ବ୍ୟାପି ବିଦ୍ରୋହକରିବେ ବୋଲି ସ୍ବର ଉଠାଇଲେଣି।