ଦଲାଲଙ୍କ ପାଇଁ ପୁଲିସ୍ ବିଭାଗ ବଦନାମ୍… ବିଦାହେଲେ ଦୁଇ ଦୁଇଟି ଆଇଆଇସି, ବଡ଼ବାବୁ ଚିନ୍ତାରେ : Ommtv.in

ଦଲାଲଙ୍କ ପାଇଁ ପୁଲିସ୍ ବିଭାଗ ବଦନାମ୍… ବିଦାହେଲେ ଦୁଇ ଦୁଇଟି ଆଇଆଇସି, ବଡ଼ବାବୁ ଚିନ୍ତାରେ : Ommtv.in

ଦଲାଲଙ୍କ ପାଇଁ ପୁଲିସ୍ ବିଭାଗ ବଦନାମ୍… ବିଦାହେଲେ ଦୁଇ ଦୁଇଟି ଆଇଆଇସି, ବଡ଼ବାବୁ ଚିନ୍ତାରେ : Ommtv.in

ଦଲାଲଙ୍କ ପାଇଁ ପୁଲିସ୍ ବିଭାଗ ବଦନାମ୍… ବିଦାହେଲେ ଦୁଇ ଦୁଇଟି ଆଇଆଇସି, ବଡ଼ବାବୁ ଚିନ୍ତାରେ : Ommtv.in

ଭୁବନେଶ୍ବର, ୨୪/୧୧ (ଓମ):  ବରିଷ୍ଠମାନେ ବାରମ୍ବାର ଥାନା ଆଇଆଇସିମାନଙ୍କୁ ବୁଝାଉଛନ୍ତି ସାଧାରଣ ଲୋକଙ୍କ ସହ ଭଲ ବ୍ୟବହାର କରିବ। ଜନତାଙ୍କ ସେବାକରିବ। ଆଇନ ଶୃଙ୍ଖଳା ରକ୍ଷାକରିବା ସହ ଅପରାଧ ନିୟନ୍ତ୍ରଣପାଇଁ ଯଥାସମ୍ଭବ ପାଟ୍ରୋଲିଂ କରିବ। ହେଲେ ବାବୁମାନଙ୍କର ସବୁକିଛି ଏକାନରେ ପୁରେଇ ସେ କାନରେ ବାହାରକରିଦେବା ଗୁଣ ଯାଉନାହିଁ। ବରିଷ୍ଠଙ୍କ ମିଟିଂରେ ସାହାବମାନଙ୍କୁ ହାଁଜି ହାଁଜି କହି ଥାନାକୁ ଆସି ସେଇ ବରିଷ୍ଠମାନଙ୍କ ବିରୋଧରେ ବିଷ ଓଗାଳୁଥିବା ଅନେକ ଉଦାହାଣ ରହିଛି। ଫଳରେ ମନମୁଖି ଥାନା ପରିଚାଳନାକରୁଥିବା ଆଇଆଇସିମାନେ ଚିଷ୍ଟିପାରୁ ନାହାଁନ୍ତି। ଦଲାଲମାନଙ୍କ ସହଯୋଗରେ ଥାନାକୁ ଦଲାଲଖାନା କରିଦେଉଥିବା ପୁଲିସମାନେ ଏମିତିକରି ଅଳ୍ପ ସମୟରେ ଭଲ କଲେକସନକରି ରାତିରେ ହାତିଏ ଠୁଳକରିବା ବାଟରେ ଚାଲୁଛନ୍ତି। ଭୁବନେଶ୍ବର କିମଶନରେଟ ପୁଲିସ୍ ସାରା ରାଜ୍ୟରେ ପ୍ରଶଂସା ସାଉଣ୍ଟୁଥିଲାବେଳେ ମଞ୍ଚେଶ୍ବର ଥାନା ନିକଟ କିଛି ବର୍ଷ ମଧ୍ୟରେ କମିଶନରେଟ୍ ବିଭାଗର ନାକ ନିଶ କାଟି ସାରିଛି। ଦଲାଲ ବିଲଡ଼ର, ଜମି ମାଫିଆ, ନକଲି ସାମ୍ବାଦିକ ଓ କୁଜିନେତାଙ୍କ ପାଇଁ ମଞ୍ଚେଶ୍ବରରୁ ଦୁଇ ଦୁଇଟି ଆଇଆଇସି ବିଦାହୋଇଛନ୍ତି। ପୂର୍ବତନ ଥାନା ଅଧିକାରୀ ସୁଧିର ସାହୁ ମଞ୍ଚେଶ୍ବର ଅଧିନରେ ଜମି ପଜେସନ୍ ଦେବାରେ ଉସ୍ଥାଦଥିଲେ। ଯେଉଁ କାରଣପାଇଁ ବାବୁଙ୍କର ଦରମାରେ ହାତ ମରାଯାଉ ନଥିଲା। ଦଲାଲମାନେ ସକାଳରୁ ସଧ୍ୟା ପର୍ଯ୍ୟନ୍ତ ସବୁକିଛି ବୁଝିଦେଉଥିଲେ। ଅନ୍ୟ ପକ୍ଷରେ ଥାନାର ସେକେଣ୍ଟ ଅଫିସର୍ ଭ‌ୋଗରୁ ଚଣ୍ଡପାଇ ବେସ୍ ନାଲାନାଲ ହୋଇଯାଉଥିଲେ। ଏମିତି ଅନେକ ଅଭିଯୋଗ ଆସିବାପରେ କୋଟିଏ ସମ୍ପତି ଠୁଳକରି ସୁଧିର ମଞ୍ଚେଶ୍ବର ଥାନାରୁ ବିଦାହେଲେ। ତାଙ୍କ ସ୍ଥାନରେ ଆସିଲେ ମାନସ ସ୍ବାଇଁ। ବାବୁଙ୍କ ରୁବାର କିଛି ବୁଝିହେଲାନାହିଁ। ଅଳ୍ପ ‌କିଛି ଦିନ ଥାନାରେ ରହିଲେ। ସେତିକି ସମୟରେ ତାଙ୍କୁ ସାମ୍ବାଦିକ କେହି ଭଲ ପାଇଲେ ନାହିଁ। ଯେତ‌େବେଳେ ଯୋଗାଯୋଗକଲେ ସ‌େ ଫୋନ୍ ଉଠାନ୍ତି ନାହିଁ। ଇଛାହେଲେ ସେଭ ଥିବା ନମ୍ବରକୁ କଲ କରନ୍ତି। ପାଲଟା କୁହନ୍ତି ଅଯଥା ଅନନୋନ୍ ନମ୍ବରରେ ସେ କଥା ହେବାକୁ ପସନନ୍ଦ କରନ୍ତି ନାହିଁ। ମାତ୍ର ଅଷ୍ଟମ ଶ୍ରେଣୀ ସୋସିଆଲ ମିଡ଼ିଆ ନକଲି ସାମ୍ବାଦିକ ତାଙ୍କୁ ବେସ ଟେକୁଥିଲେ। ସେଥିପାଇଁ ଥାନାର ସେକେଣ୍ଟ ଅଫିସ୍ ଗିରିକୁ କାମରେ ଲଗାଇ ପ୍ରତି ମାସରେ ନକଲିମାନଙ୍କ ଚର୍ଚ୍ଚା କରାଉଥିଲେ। କାଣର ସେଇମାନେ ଥାନାର କଲେକସନ୍ ଏଜେଣ୍ଟସାଜି ଗିରି ବାବୁଙ୍କୁ ନାଲି କରିଦେଉଥିଲେ। ଉଭୟ ସୁଧିର ଓ ମାନସଙ୍କ ସମୟରେ ମଞ୍ଚେଶ୍ବର ଥାନ ଅଞ୍ଚଳରେ ଚୋରି ରାହାଜାନି ହତ୍ୟା ଦୁଷ୍କର୍ମ ଟ୍ରାଫିକ୍ ସମସ୍ୟା ଆଇନଶୃଙ୍ଖଳା ସମସ୍ୟା ସଂଖ୍ୟା ବଢ଼ିଗଲା ଅନ୍ୟପକ୍ଷରେ ଥାନାକୁ ଆସୁଥିବା ଲୋକଙ୍କୁ କୁକୁର ଭଳି ବ୍ୟବହାର ଅତିଷ୍ଠକରିଥିଲା। ଯେଉଁସବୁ ଅଭିଯୋଗ ପୁଲିସ୍ ମୁଖ୍ୟ କାର୍ଯ୍ୟାଳ‌ୟରେ ଲିଖିତ ପହଞ୍ଚିବାପରେ ଏବେ ବାବୁ ଦୁଇ ଆଇଆଇସି ବିଦାହେଲେ। ଯେଉଁମାନଙ୍କ ସିଟକୁ ଫେରିଛନ୍ତି ନୂଆ ଆଇଆଇସି ମୃତ୍ୟୁଞ୍ଜୟ ସ୍ବାଇଁ। ବାବୁ ଉପରୋକ୍ତ ଦଲାଲମାନଙ୍କଠାରୁ ଦୂରେଇ ରହିଲେ ଶୂନାମ ଅର୍ଜନ କରିବେ ବୋଲି ସ୍ଥାନୀୟ ଲୋକଙ୍କ ଆଶାରହିଛି।