ଡ଼ମଣା ଟ୍ରାଫିକ୍ ଛକରେ ଯାତ୍ରୀ ହନ୍ତସନ୍ତ, ୧୦ ସେକେଣ୍ଡ କାହିଁକି..? : Ommtv

ଡ଼ମଣା ଟ୍ରାଫିକ୍ ଛକରେ ଯାତ୍ରୀ ହନ୍ତସନ୍ତ, ୧୦ ସେକେଣ୍ଡ କାହିଁକି..?

ଡ଼ମଣା ଟ୍ରାଫିକ୍ ଛକରେ ଯାତ୍ରୀ ହନ୍ତସନ୍ତ, ୧୦ ସେକେଣ୍ଡ କାହିଁକି..? : Ommtv

ଡ଼ମଣା ଟ୍ରାଫିକ୍ ଛକରେ ଯାତ୍ରୀ ହନ୍ତସନ୍ତ, ୧୦ ସେକେଣ୍ଡ କାହିଁକି..? : Ommtv

: ଟ୍ରାଫିକ୍ କଟକଣା ନେଇ କମିଶନରେଟ୍ ପୁଲିସ୍ ଯେତିକି ତତ୍ପର ହୋଇ ଉଠିଛି। ଏବେ ସେହିପରିମାଣର ଟ୍ରାଫିକ୍ ସମସ୍ୟା ମଧ୍ୟ ବଢ଼ିବାରେ ଲାଗିଛି। କିଛି ଦିନହେବ ଟ୍ରାଫିକ୍ କଟକଣାରେ ପ୍ରଭାବ ଦେଖାଯାଉଥିଲା ବେଳେ ଅନେକ ସ୍ଥାନରେ ନିୟମ ନମାନି ଗାଡ଼ି ଚଲାଉଥିବା ଲୋକଙ୍କପ୍ରତି ଚେକିଂ କିଛି ଦିନ ହେବ ଠପ୍ ହୋଇଯାଇଛି। ‌ଟ୍ରାଫିକ୍ ନିୟନ୍ତ୍ରଣ କରିବାନେଇ ବିଭିନ୍ନ ଛକରେ ପାରାଲାଲ୍ ସିଗ୍‌ନାଲ୍ ସିଷ୍ଟମ୍ କରାଯାଇଥିଲେ ମଧ୍ୟ ଏବେ ଡ଼ମଣା ଜନଗହଳି ଟ୍ରାଫିକ୍ ଛକରେ ଦେଖାଯାଇଛି ପାତର ଅନ୍ତର। ଓମଫେଡ଼୍ ଦିଗରୁ ଶୈଳଶ୍ରୀବିହାର କିମ୍ବା ପଟିଆ ଯାତାୟତ କରୁଥିବା ‌ଯାନବାହାନ, ପଟିଆ ଦିଗରୁ ଓମଫେଡ଼୍ ଯାତାୟତ କରୁଥିବା ଗାଡ଼ି, ଶୈଳଶ୍ରୀବିହାର ଦିଗରୁ ନ‌ାଲ‌କୋ ଯାତାୟତ କରୁଥିବା ଗାଡ଼ି ଗୁଡ଼ିକ ପାଇଁ ପାଖାପାଖି ୧ମିନିଟରୁ ୩୦ ସେକେ‌ଣ୍ଡ ସମୟ ସୀମା ନିର୍ଧାରଣ କରାଯାଇଥିବା ବେଳେ ଡ଼ମଣା ଦିଗରୁ ପଟିଆ ଶୈଳଶ୍ରୀବିହାର ଯାଉଥିବା ଗାଡ଼ି ଗୁଡ଼ିକୁ ମାତ୍ର ୧୦ ସେକେଣ୍ଡ ସମୟ ଦିଆଯାଉଛି। ଫଳରେ ୧୦ ସେକେଣ୍ଡରେ ମାତ୍ର ୧୦/୧୨ଟି ଗାଡ଼ି ଟ୍ରାଫିକ୍ ସିଗ୍‌ନାଲ୍ ଅତିକ୍ରମ କରିବାରେ ସଫଳ ହୋଇ ପାରୁଛି। ଯାହାନେଇ ଉକ୍ତ ଦିଗରେ ଗାଡ଼ି ଗୁଡ଼ିକ ଲମ୍ବା ଲାଇନ୍ ହୋଇ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଠିଆହେଉଥିବା ଦେଖିବାକୁ ମିଳୁଛି। ଅନ୍ୟ ପକ୍ଷରେ ଡ଼ମଣା ଗାଡ଼କଣ ଦୁଇ ଥାକିଆ ରାସ୍ତା ଏକ ପ୍ରକାର ଯାତାୟତପାଇଁ ଉପଯୋଗୀ ହୋଇଯାଇଥିବାରୁ ଉକ୍ତ ଦିଗଦେଇ ଶହଶହ ‌ଗାଡ଼ି ଆସୁଛି। ମ‌ାତ୍ର ଡ଼ମଣା ଛକରେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଅଟକିବା ନେଇ ବ୍ୟତିବ୍ୟସ୍ତ ହୋଇପଡ଼ୁଛନ୍ତି ଗାଡ଼ି ଚାଳକ। ସବୁ ଦିଗରୁ ସମାନ ସମୟ ଅର୍ଥାତ ୧ମିନିଟରୁ ଅଧିକ ସମୟ ଦିଆଗଲେ ଭଲ ହୁଅ‌ନ୍ତା ବୋଲି ଗାଡ଼ି ଚାଳକମାନେ ମତପ୍ରକାଶ କରୁଥିଲା ବେଳେ ଏନେଇ ସ୍ଥାନୀୟ ଅଞ୍ଚଳଲୋକ ଚନ୍ଦ୍ରଶେଖପୁର ଟ୍ରାଫିକ୍ ନିୟନ୍ତ୍ରଣ କାର୍ଯ୍ୟାଳୟରେ ନିବେଦନ ଲିଖିତ କରିଛନ୍ତି। ହେଲେ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଡ଼ମଣା ଟ୍ରାଫିକ୍ ଛକରେ ଗାଡ଼ି ଚାଳକ ହନ୍ତସନ୍ତ ହେଉଛନ୍ତି ଏବଂ ଟ୍ରାଫିକ୍ ସମସ୍ୟା ବଢ଼ୁଛି।