KIIT School of Law Repeats History, Wins 37th BCI Moot Court Competition : Ommtv

KIIT School of Law Repeats History, Wins 37th BCI Moot Court Competition : Ommtv

KIIT School of Law Repeats History, Wins 37th BCI Moot Court Competition : Ommtv

KIIT School of Law Repeats History, Wins 37th BCI Moot Court Competition : Ommtv

 

Bhubaneswar, Nov 20: KIIT School of Law has once again showcased its academic excellence by winning the prestigious 37th Bar Council of India National All India Inter-University Moot Court Competition, held from 15th to 17th November 2024 at Karnavati University in Gandhinagar, Gujarat. It won a cash prize of Rs. 2 lakh.

 

It holds the distinction of being the first private institution to clinch this coveted title. This achievement becomes even more remarkable as the school, established in 2007, has won this championship for the 3rd time—an extraordinary feat rarely accomplished by law schools in the country, marking a historic milestone.

 

This victory stands as a testament to the dedication, hard work and skill of the future legal eagles, as well as the unwavering guidance and support of the faculty.

 

Praising the students for the achievement, the Founder of KIIT and KISS Dr. Achyuta Samanta said that it was a matter of pride and glory for India and especially for Odisha to win the BCI Moot Court Competition three times. Dr. Samanta congratulated the students of KIIT law School for this success. He hoped the students would continue to strive for greater success and set new benchmarks in the years to come.

 

୩୭ତମ ବିସିଆଇ ନ୍ୟାସ୍‍ନାଲ୍‍ ମୁଟ୍‍ କୋର୍ଟ ପ୍ରତିଯୋଗିତା: ଇତିହାସ ସୃଷ୍ଟି କଲା କିଟ୍‍ ଲ’ ସ୍କୁଲ୍‍

ଭୁବନେଶ୍ୱର, ୨୦ ।୧୧ : କିଟ୍‍ ଲ’ ସ୍କୁଲ୍‍ର ଛାତ୍ରଛାତ୍ରୀମାନେ ସମ୍ମାନଜନକ ୩୭ତମ ବାର୍‍ କାଉନ୍‍ସିଲ୍‍ ଅଫ୍‍ ଇଣ୍ଡିଆ (ବିସିଆଇ) ରାଷ୍ଟ୍ରୀୟ ସର୍ବଭାରତୀୟ ଆନ୍ତଃ-ବିଶ୍ୱବିଦ୍ୟାଳୟ ମୁଟ୍‍ କୋର୍ଟ ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି । ନଭେମ୍ବର ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ଗୁଜୁରାଟର କର୍ଣ୍ଣାବତୀ ବିଶ୍ୱବିଦ୍ୟାଳୟରେ ଚାଲିଥିବା ଏହି ପ୍ରତିଯୋଗିତାରେ କିଟ୍‍ ଲ ସ୍କୁଲ୍‍ ଛାତ୍ରଛାତ୍ରୀମାନେ ପୁଣି ଥରେ ଶ୍ରେଷ୍ଠତ୍ୱ ବଜାୟ ରଖିବା ସହ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ହାସଲ୍‍ କରିଛନ୍ତି । ତିନିତିନି ଥର ଏହି ସମ୍ମାନଜନକ ପ୍ରତିଯୋଗିତାରେ ବିଜୟ ଲାଭ କରିବାରେ କିଟ୍‍ ପ୍ରଥମ ଘରୋଇ ବିଶ୍ୱବିଦ୍ୟାଳୟ ହେବାର ଗୌରବ ଅର୍ଜନ କରିଛି । ସୂଚନାଯୋଗ୍ୟ, ୨୦୦୭ରେ ପ୍ରତିଷ୍ଠିତ କିଟ୍‍ ଲ ସ୍କୁଲ୍‍ ଦେଶର ଏକ ଅଗ୍ରଣୀ ଲ’ସ୍କୁଲ ଭାବେ ଖ୍ୟାତି ଅର୍ଜନ କରିବା ସହ ଏଭଳି ଉପଲବ୍‍ଧି ଉଲ୍ଲେଖନୀୟ । ଏହା ପୂର୍ବରୁ କିଟ୍‍ ଲ’ ସ୍କୁଲ୍‍ ଦୁଇ ଥର ବାର୍‍ କାଉନ୍‍ସିଲ୍‍ ଅଫ୍‍ ଇଣ୍ଡିଆ ନ୍ୟାସ୍‍ନାଲ୍‍ ମୁଟ୍‍ କୋର୍ଟ ପ୍ରତିଯୋଗିତାରେ ବିଜୟୀ ହୋଇଥିବା ବେଳେ ଏବେ ତୃତୀୟ ଥର ପାଇଁ କିଟ୍‍ ଲ ସ୍କୁଲ୍‍ ଇତିହାସ ରଚିଛି । ଏହି ବିଜୟ  ଭବିଷ୍ୟତ ଆଇନଜୀବୀଙ୍କ ଉତ୍ସର୍ଗୀକୃତ ଓ କଠିନ ପରିଶ୍ରମ ତଥା ଦକ୍ଷତାର ପ୍ରମାଣ ଦେବା ସହ କିଟ୍‍ ଲ ସ୍କୁଲ୍‍ର ଗୁଣାତ୍ମକ ଶିକ୍ଷାଦାନ ଏବଂ ଅଧ୍ୟାପକ ଅଧ୍ୟାପିକାଙ୍କ ଉପଯୁକ୍ତ ମାର୍ଗଦର୍ଶନ ପ୍ରତିପାଦିତ କରୁଛି ।
ଏହି ସଫଳତାରେ ସନ୍ତୋଷ ବ୍ୟକ୍ତ କରି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି ତିନିତିନି ଥର ବିସିଆଇ ମୁଟ୍‍ କୋର୍ଟ ପ୍ରତିଯୋଗିତାରେ ଶ୍ରେଷ୍ଠତ୍ୱ ଅର୍ଜନ କରିବା ଭାରତବର୍ଷ ଓ ବିଶେଷ କରି ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ । ଏହି ସଫଳତା ପାଇଁ ସେ ବିଜୟୀ ହୋଇଥିବା କିଟ୍‍ ଲ ସ୍କୁଲ୍‍ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଛାତ୍ରଛାତ୍ରୀଙ୍କ ସଫଳତା ପରବର୍ତ୍ତୀ ବ୍ୟାଚ୍‍ର ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଓ ପ୍ରୋତ୍ସାହନ ଯୋଗାଇବ ବୋଲି ଶ୍ରୀ ସାମନ୍ତ କହିଛନ୍ତି ।
ସୂଚନାଯୋଗ୍ୟ, ବାର୍‍ କାଉନ୍‍ସିଲ୍‍ ଅଫ୍‍ ଇଣ୍ଡିଆ ପକ୍ଷରୁ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ଆନ୍ତଃବିଶ୍ୱବିଦ୍ୟାଳୟସ୍ତରୀୟ ସମ୍ମାନଜନକ ଜାତୀୟ ମୁଟ୍‍ କୋର୍ଟ ପ୍ରତିଯୋଗିତାରେ ବିଭିନ୍ନ ଜାତୀୟସ୍ତରର ଲ’ ସ୍କୁଲ୍‍ ସମେତ ଦେଶର ବହୁ ପ୍ରତିଷ୍ଠିତ ଲ’ ସ୍କୁଲ୍‍ର ପିଲାମାନେ ଅଂଶଗ୍ରହଣ କରିଥାନ୍ତି ।