କିସ୍ ବିଶ୍ୱବିଦ୍ୟାଳୟର ୪ର୍ଥ ସମାବର୍ତ୍ତନ . ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଲେ ଅତିଥି : Ommtv
କିସ୍ ବିଶ୍ୱବିଦ୍ୟାଳୟର ୪ର୍ଥ ସମାବର୍ତ୍ତନ . ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଲେ ଅତିଥି : Ommtv
କିସ୍ ବିଶ୍ୱବିଦ୍ୟାଳୟର ୪ର୍ଥ ସମାବର୍ତ୍ତନ . ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଲେ ଅତିଥି : Ommtv
ଭୁବନେଶ୍ୱର, ୨୩ ।୧୧: ସର୍ବବୃହତ ଜନଜାତି ବିଶ୍ୱବିଦ୍ୟାଳୟ କିସ୍ର ୪ର୍ଥ ସମାବର୍ତ୍ତନ ସମାରୋହ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ହରିକୃଷ୍ଣ ଏକ୍ସପୋର୍ଟସ ପ୍ରାଇଭେଟ୍ ଲିମିଟେଡର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ବିଶିଷ୍ଟ ଶିଳ୍ପପତି ଓ ସମାଜସେବୀ ପଦ୍ମଶ୍ରୀ ସାବଜୀ ଢ଼ୋଲକିଆ, ଡ. ବାତ୍ରା ଗ୍ରୁପ୍ ଅଫ୍ କମ୍ପାନୀସମୂହର ପ୍ରତିଷ୍ଠାତା ତଥା ବିଶିଷ୍ଟ ଶିଳ୍ପପତି ପଦ୍ମଶ୍ରୀ ଡା. ମୁକେଶ ବାତ୍ରା ଏବଂ ବିଶିଷ୍ଟ ଶିଳ୍ପପତି ଏସ୍ ଏନ୍ ଗ୍ରୁପ୍ ଅଫ୍ କମ୍ପାନୀର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ମହାନ୍ତିଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟୋରେଟ୍ ଡିଗ୍ରୀ ପ୍ରଦାନ କରାଯାଇଥିଲା। ଶ୍ରୀ ଢ଼ୋଲକିଆ ସମ୍ମାନସୂଚକ ଡକ୍ଟୋରେଟ୍ ଡିଗ୍ରୀ ଗ୍ରହଣ କରି ଛାତ୍ରଛାତ୍ରୀଙ୍କୁ ସଫଳତାର ୫ଟି ମନ୍ତ୍ର ପ୍ରଦାନ କରିଥିଲେ । ସବୁବେଳେ ନିଜକୁ ଶ୍ରେଷ୍ଠ ଭାବେ ବିବେଚନା କରିବା, ସବୁ କାର୍ଯ୍ୟ ମୋ ଦ୍ୱାରା ସମ୍ଭବ ହୋଇପାରିବ ବୋଲି ଭାବିବା, ଭଗବାନ ମୋ ସହ ସବୁବେଳେ ଅଛନ୍ତି, ମୁଁ ବିଜୟୀ ହୋଇପାରିବି ଓ ଆଜି ହେଉଛି ମୋ ପାଇଁ ନୂଆ ଦିନ- ଏହି ୫ଟି ମନ୍ତ୍ରକୁ ଛାତ୍ରଛାତ୍ରୀମାନେ ନିଷ୍ଠାର ସହ ପାଳନ କରିବାକୁ ସେ କହିଥିଲେ । ଆଗକୁ ଆହୁରି ଅଧିକ ସମାଜସେବା କରିବା ପାଇଁ ଏହି ସମ୍ମାନ ମୋତେ ପ୍ରେରଣା ଯୋଗାଇଛି ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରିଟେନ୍ର ପ୍ରାକ୍ତନ ସାଂସଦ ତଥା ପ୍ରାକ୍ତନ ମନ୍ତ୍ରୀ ନିକ ଗିବ୍ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରି କହିଲେ, ଶିକ୍ଷା ହିଁ ପରିବର୍ତ୍ତନର ମାଧ୍ୟମ । ପିଲାମାନଙ୍କ ଉଦ୍ଦେଶ୍ୟରେ ସେ କହିଲେ, ତୁମ ଇଚ୍ଛା ଅନୁସାରେ ତୁମେ ତୁମର ଲକ୍ଷ୍ୟପଥ ସ୍ଥିର କର। ତୁମ ପାଇଁ ବ୍ୟାପକ ସୁଯୋଗ ରହିଛି । କଣ ଭଲ ଓ କଣ ଖରାପ ନିଜେ ନିଷ୍ପତ୍ତି ନେଇ ସେହି ଅନୁସାରେ ଲକ୍ଷ୍ୟ ସ୍ଥିର କରିବାକୁ ସେ ପିଲାଙ୍କୁ ପରାମର୍ଶ ଦେଇଥିଲେ । କିସ୍ର ସଫଳତା ପ୍ରଶଂସନୀୟ ଓ ପ୍ରେରଣାଦାୟୀ । ସମାଜ ଉପରେ ସକରାତ୍ମକ ପ୍ରଭାବ ପକାଇବାରେ କିସର ଗୌରବମୟ ଯାତ୍ରା ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି ସେ କହିଥିଲେ । ସମ୍ମାନୀୟ ଅତିଥି ଭାବେ ବ୍ରିଟେନର ସାଂସଦ ଆଲାନ୍ ଗେମେଲ କହିଲେ, ଭାରତ ଓ ବ୍ରଟେନ୍ର ସମ୍ପର୍କ ଅତି ପୁରାତନ । ଶିକ୍ଷା ହେଉଛି ନିଜକୁ ସଶକ୍ତ କରିବାର ଉପଯୁକ୍ତ ମାଧ୍ୟମ । କିସ୍ରେ ଛାତ୍ରଛାତ୍ରୀଙ୍କ ପାଇଁ ନିଜର ଲକ୍ଷ୍ୟ ପୂରଣ ନିମନ୍ତେ ପର୍ଯ୍ୟାପ୍ତ ସୁଯୋଗ ରହିଛି । ଛାତ୍ରଛାତ୍ରୀମାନେ ଏହାର ବିନିଯୋଗ କରି ନିଜର ଲକ୍ଷ୍ୟ ପୂରଣ କରିପାରିବେ ବୋଲି ସେ କହିଥିଲେ । ଅନ୍ୟତମ ଅତିଥି ହାର୍ଭାର୍ଡ଼ କେନେଡ଼ି ସ୍କୁଲ୍ ପବ୍ଲିକ ପଲିସି ପ୍ରଫେସର ଡ. ଜେଫ୍ରେ ବି ଲାଏବମାନ କହିଲେ, ସାମଗ୍ରିକ ଶିକ୍ଷା କ୍ଷେତ୍ରରେ କିସ୍ ହେଉଛି ଏକ ଅନନ୍ୟ ପ୍ରୟାସ । ସମାଜର ଅବହେଳିତ ଜନଜାତି ଛାତ୍ରଛାତ୍ରୀଙ୍କୁ ସଶକ୍ତ କରାଇବାରେ କିସ୍ର ପ୍ରୟାସ ପ୍ରଶଂସନୀୟ ବୋଲି ସେ କହିଥିଲେ। ସମ୍ମାନସୂଚକ ଡକ୍ଟୋରେଟ୍ ଡିଗ୍ରୀ ଗ୍ରହଣ କରି ଡା. ବାତ୍ରା ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ କହିଲେ, ଦୁଇଟି ‘ଡି’ ଦ୍ୱାରା ଜୀବନରେ ସବୁକିଛି ହାସଲ କରିପାରିବ। ଗୋଟିଏ ହେଉଛି ଡିସିପ୍ଲିନ୍ ବା ଶୃଙ୍ଖଳା ଓ ଅନ୍ୟଟି ହେଉଛି ଡିଟରମିନେସନ୍ ବା ପ୍ରତିବଦ୍ଧତା । ଏହି ଦୁଇଟି ଥିଲେ ଜୀବନରେ ସଫଳତା ପାଇବାକୁ ସହଜ ହୋଇଥାଏ ବୋଲି କହିଥିଲେ । ଶ୍ରୀ ମହାନ୍ତି କହିଲେ, କିସ୍ରେ ସବୁ ବ୍ୟବସ୍ଥା ରହିଥିବାରୁ ଆଗକୁ ବଢ଼ିବା ପାଇଁ ତୁମମାନଙ୍କ ଲାଗି ପର୍ଯ୍ୟାପ୍ତ ସୁଯୋଗ ରହିଛି । ଏହି ସମ୍ମାନ ଆହୁରି ଅଧିକ କାର୍ଯ୍ୟ କରିବା ପାଇଁ ମୋତେ ପ୍ରୋତ୍ସାହିତ କରିବ ବୋଲି ସେ କହିଥିଲେ। ଏହି ଅବସରରେ କିସ୍ ବିଶ୍ୱବିଦ୍ୟାଳୟ ଛାତ୍ରୀ ରୋଜାଲିନ୍ ପ୍ରଧାନଙ୍କୁ ପ୍ରତିଷ୍ଠାତା ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିବା ବେଳେ ୭ଜଣଙ୍କୁ କୁଳାଧିପତି ସ୍ୱର୍ଣ୍ଣ ପଦକ ଏବଂ ୭ଜଣଙ୍କୁ କୁଳପତି ରୌପ୍ୟ ପଦକ ପ୍ରଦାନ କରାଯାଇଥିଲା। ୮ଜଣଙ୍କୁ ପିଏଚ୍ଡି ଡିଗ୍ରୀ ପ୍ରଦାନ କରାଯାଇଥିବା ବେଳେ ୪୨୬ଜଣଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍ ଓ କିସ୍ ଉପସଭାପତି ଉମାପଦ ବୋଷ, ସମ୍ପାଦକ ଆର ଏନ୍ ଦାସ, କୁଳାଧିପତି ସତ୍ୟ ଏସ୍ ତ୍ରିପାଠୀ, ଉପକୁଳାଧିପତି ପ୍ରଫେସର ଅମରେଶ୍ୱର ଗାଲା ଉପସ୍ଥିତ ଥିଲେ । କୁଳପତି ପ୍ରଫେସର ଦୀପକ ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ ଓ କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ।
4th Annual Convocation of KISS Deemed to be University : Ommtv
Bhubaneswar, Nov 23: The 4th Annual Convocation of the Kalinga Institute of Social Sciences (KISS-DU) was held here today, recognizing academic excellence and transformative contributions of well-known individuals to the society. The highlight of the day was the conferment of honorary D.Litt degrees upon three luminaries for their outstanding achievements and contributions. They are Padma Shri Dr. Mukesh Batra, Founder of Dr. Batra’s Group of Companies, a pioneer in homeopathy and healthcare and Padma Shri Mr. Savji Dholakia, Founder and Chairman of Hari Krishna Exports Pvt. Ltd., known for his leadership in the diamond industry and philanthropic initiatives. The other recipient was Dr. Pradipta Mohanty, Chairman of S.N. Mohanty Group of Companies, a stalwart in Odisha’s industrial and educational landscape. The convocation also saw the award of 8 PhDs and 426 master’s degrees. Also Founder’s Gold Medal, 7 numbers Chancellor’s Gold Medal, and 7 numbers of Vice Chancellor’s Silver medals were given to the students for their outstanding performance. In his convocation address, Former Minister of State for Schools and Former MP, UK Rt. Hon. Nick Gibb lauded KISS as "one of India’s top academic institutions" and emphasized the critical role of education in driving India’s economic growth. "Today, 43 million students are studying in Indian higher educational institutions," he remarked, urging graduates to cultivate a lifelong love for learning. Shri Dholakia, while receiving the honorary doctorate degree, gave the students 5 mantras for success. Always consider yourself the best, think that everything is possible for you, God is always with you, you can be victorious and today is a new day for you - he advised students to follow these 5 mantras with dedication. He said that this honor has inspired me to serve the society even more in the future. Guest of Eminence, Rt. Hon. Alan Gammel, MP, UK, hailed Dr. Achyuta Samanta, Founder of KISS and KIIT, as "a true visionary and social transformer" for his relentless dedication to empowering marginalized communities through education. Dr. Jeffrey B. Liebman, Robert W. Scrivner Professor of Public Policy at Harvard Kennedy School, USA, underscored KISS’s unique mission. "KISS stands out for educating all Indians, especially children from downtrodden sections of society," he said, commending the institute’s inclusive approach to learning. Apart of the Founder, KIIT & KISS Dr. Achyuta Samanta, the convocation was attended by the Vice President of KIIT & KISS Umapada Bose, Secretary R. N. Dash, Chancellor of KISS DU Satya Tripathi, Pro Chancellor Prof Amreswar Galla, VC Prof Deepak Kumar Behara, and Registrar Dr P K Routray.