OMM TV ଓସ୍ତପଡ଼ା ମା’ମଙ୍ଗଳା ପୀଠରେ ଝାମୁଯାତ୍ରା ଆରମ୍ଭ

Jhamu Jatra

OMM TV ଓସ୍ତପଡ଼ା ମା’ମଙ୍ଗଳା ପୀଠରେ ଝାମୁଯାତ୍ରା ଆରମ୍ଭ
OMM TV ଓସ୍ତପଡ଼ା ମା’ମଙ୍ଗଳା ପୀଠରେ ଝାମୁଯାତ୍ରା ଆରମ୍ଭ
: ରାଜଧାନୀ ଉପକଣ୍ଠ କଳାଝରୀ ଓସ୍ତପଡ଼ା ଗ୍ରାମର ଗ୍ରାମଦେବତୀ ମା’ମଙ୍ଗଳା ପୀଠରେ ଆଜିଠାରୁ ଆରମ୍ଭ ହୋଇଛି ଝାମୁଯାତ୍ରା। ଯାହାନେଇ ଆଜି ସକାଳୁ ୨୦ ଜଣିଆ ଏକ ପାଟୁଆ ଦଳ କାକଟପୁର ମା’ମଙ୍ଗଳାଙ୍କ ପୀଠରୁ ଆଜ୍ଞାମାଳନେଇ ‌ଗ୍ରାମରେ ପହଞ୍ଚିଛନ୍ତି। ୯ ଦିନ ଧରି ଯାତ୍ରା ଚାଲିବ ବ‌ୋଲି ଓସ୍ତପଡ଼ା ଝାମୁଯାତ୍ରା କମିଟିର ମୁଖ୍ୟ କାଳେଶୀ ରୋହିତ ସାମଲ ମତପ୍ରକାଶ କରିଛନ୍ତି। ଯାତ୍ରାରେ ଆଜି ରାତିସୁଦ୍ଧା ୩୦ ଜଣ ପାଟୁଆ ଓ ୫ ଜଣ କାଳେଶୀ ଯୋଗଦେଇଛନ୍ତି। ଆସନ୍ତା କାଲି ଠାରୁ ଏହି ସଂଖ୍ୟା ବଢ଼ିବା ସହିତ ଆଖାପାଖ ଅଞ୍ଚଳରେ ଏହି ଦଳ ବୁଲି ମାଗୁଣି କରିବ। ମାଗୁଣି ବେଳେ ଦୁଇଟି ଦଳ ବାଜା ଓ ଦଣ୍ଡ କାଳେଶୀ ଉପସ୍ଥିତରହି ମାସନିକଧାରିମାନଙ୍କ ଘରେ ପଣା ପ୍ରସାଦ ସେବନକରିବେ। ଆଜିଠାରୁ ୭ଦିନ ପୀଠରେ ଅଧିଆ ପଡ଼ିବାପରେ ସମସ୍ତେ ୮ମ ଦିନ ତତଲା ବାଲିରେ ଗଡ଼ି ଝୁଣାମାଡ଼ ଖାଇ ନିଜର ଭକ୍ତିର ପରୀକ୍ଷାଦେବେ। ଯାହାକୁ ମହାମେରୁ ଯାତ୍ରାବୋଲି କୁହାଯାଏ। ସେହିଭଳି ଝାମୁଯାତ୍ରା ଦିନ କମିଟି ପକ୍ଷରୁ କାଳେଶୀମାନଙ୍କ ପାଇଁ କ୍ଷୀରିହାଣ୍ଡି ପ୍ରସାଦ ସେବନ କାର୍ଯ୍ୟକ୍ରମ କରାଯାଇଛି। ଯେଉଁଥିରେ କାଳେଶୀମାନେ ଚୁଲିରେ ଫୁଟୁଥିବା ତତଲା କ୍ଷିରିକୁ ଖାଲି ହାତରେ ଆଣି ନିଜେ ପ୍ରସାଦଭାବରେ ପାଇବେ। ପରେ ଏକ ୪ ଫୁଟର ଗାତରେ ରଡ଼ ନିଆଁ କରାଯାଇ ସେଥିରେ ପାଟୁଆ ଓ ଅନ୍ୟ ସମସ୍ତ କାଳେଶୀ ଚାଲି ଝାମୁଯାତ୍ରା କରିବେ। ଏହି ସମୟରେ ମାନସୀକଧାରୀ ଶ୍ରଦ୍ଧାଳୁମାନେ କାଳେଶୀମାନଙ୍କୁ ନୂଆ ଲୁଗା ଓ ଅନ୍ୟାନ ଭୋଗ ମାର୍ଯ୍ୟନାକରିବା ସହ ପୀଠରେ ହୁକୁମନେବେ ବୋଲି ପରିଚାଳନା କମିଟି ପକ୍ଷରୁ ସୁସିଲ ଭୋଇ ପ୍ରକାଶକରିଛନ୍ତି।

OMM TV Jhamu Yatra begins at Ostapada Maa Mangala Pitha.
: Jhamu Yatra has started from today at the village goddess Maa Mangala Pitha of Kalajhari Ostapada village of capital. With this, a group of 4 members of a Patua group has reached Kakatpur Maa Mangala's shrine to Agyamalanei village. Chief Kalesh Rohit Samal of Ostapada Jhamujatra Committee has expressed his opinion that the fair will continue for 5 days. Till today night 6 Patua and 6 Kaleshi have joined the festival. As this number increases from tomorrow, the group will be asking for a visit in the surrounding areas. During Maguni, two parties Baja and Danda Kaleshi will be present and eat Pana Prasad in the houses of monthly holders. From today on, after going to the shrine for 5 days, everyone will test their devotion by rolling on the boiled sand and getting beaten. This is called Mahameru Jatra Boli. Similarly, on the day of Jhamu Yatra, the committee has organized a milk pot offering program for the people of Kalesh. In which the Kaleshis will get the boiled milk boiled in the stove empty handed and get it as an offering. Later Patua and all other Kalesh will go to Jhamujatra by burning a rod in a 5 feet hole. Sushil Bhoi, the Managing Committee has announced that the psychic devotees will order the Kaleshis to wear new clothes and other offerings at the shrine during this time.