ଚନ୍ଦ୍ରଶେଖରପୁର ବୋଇତ ବନ୍ଦାଣ ଉତ୍ସବ : Ommtv

 The arrest ceremony was held today by security agencies at Puskarni in Lumbinivihar, Chandrashekharpur. North Bhubaneswar MLA Sushant Kumar Raut attended the event as the chief guest and officially launched the event. Local corporator Monalisa Sahu, BJD general editor Subash Chandra Pan, social worker Jitendra Patnaik, Bipin Mishra and Sudshanshu Mohapatra joined as guests to sing to 10 talented local personalities.

ଚନ୍ଦ୍ରଶେଖରପୁର ବୋଇତ ବନ୍ଦାଣ ଉତ୍ସବ : Ommtv

ଚନ୍ଦ୍ରଶେଖରପୁର ବୋଇତ ବନ୍ଦାଣ ଉତ୍ସବ : Ommtv

ସୁରକ୍ଷା ଅନୁଷ୍ଠାନ ପକ୍ଷରୁ ଆଜି ବୋଇତ ବନ୍ଦାଣ ଉତ୍ସବ ଚନ୍ଦ୍ରଶେଖରପୁର ଲୁମ୍ବିନିବିହାର ପୁସ୍କରଣୀରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟଅତିଥିଭାବେ ଯୋଗଦେଇ ଏହି ଉତ୍ସବକୁ ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଛନ୍ତି। ସ୍ଥାନୀୟ କର୍ପୋରେଟର ମୋନାଲିସା ସାହୁ, ବିଜେଡ଼ି ସାଧାରଣ ସଂପାଦକ ସୁବାଷଚନ୍ଦ୍ର ପାତ୍ର, ସମାଜସେବୀ ଜିତେନ୍ଦ୍ର ପଟ୍ଟନାୟକ, ବିପିନ ମିଶ୍ର ଏବଂ ସୁଧାଂଶୁ ମହାପାତ୍ର ଅତିଥିଭାବେ ଯୋଗଦେଇ ସ୍ଥାନୀୟ ପ୍ରତିଭାବାନ ୧୦ ଜଣ ବ୍ୟକ୍ତିତ୍ବମାନଙ୍କୁ ସୁରକ୍ଷା ଗୌରବ ସମ୍ମାନରେ ସମ୍ମାନିତ କରିଛନ୍ତି। କମିଟିର ସାଧାରଣ ସଂପାଦକ କେଶବ ରଣା ଓ ମିଲିରଣା ଏହି କାର୍ଯ୍ୟକ୍ରମକୁ ପରିଚାଳନାକରିଥିଲେ। ଅନୁଷ୍ଠାନର କର୍ମକର୍ତ୍ତା ପିଏଲ ସାହୁ , ରାଜେନ୍ଦ୍ରକୁମାର ମଲ୍ଲିକ, ବିଚିତ୍ରାନନ୍ଦ ରାଉତରାୟ, ଅମ୍ବିକା ପ୍ରସାଦ ପରିଡ଼ା, ଦେବ ଚ‌ୌଧୁରୀ, ଲକ୍ଷ୍ମୀଧର ଭଦ୍ର, ପ୍ରଦୀପ ଦ୍ବିବେଦୀ, ପ୍ରଦୀପ କୁମାର ସାହୁ, ନିହାରରଂଜନ ପରିଡ଼ା, ସୁବାଷିଶ ପଟ୍ଟନାୟକ, ଲକ୍ଷ୍ମୀଧର ସାହୁ, ସୁକାନ୍ତ ଗିରି, ବାଳକୃଷ୍ଣ ରାଉତ, ରବିନ୍ଦ୍ରନାଥ ପଟ୍ଟନାୟକ, ସୋମବ୍ରତ ସାହୁ, ଚିତରଂଜନ ଦାସ ଓ କୈଳାସ ଜେନା ଇତ୍ୟାଦି ଉପସ୍ଥିତରହି କାର୍ଯ୍ୟକ୍ରମକୁ ସହଯୋଗକରିଥିଲେ।