ପୂରୁଣା ଜ଼ିଲ୍ଲାପାଲ ଙ୍କୁ ବିଦାୟ ସମ୍ଭର୍ଦ୍ଧନା ଓ ନୂତନ ଜ଼ିଲ୍ଲାପାଲ ଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା. : Ommtv

sonpur

ପୂରୁଣା ଜ଼ିଲ୍ଲାପାଲ ଙ୍କୁ ବିଦାୟ ସମ୍ଭର୍ଦ୍ଧନା ଓ ନୂତନ ଜ଼ିଲ୍ଲାପାଲ ଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା. : Ommtv
ପୂରୁଣା ଜ଼ିଲ୍ଲାପାଲ ଙ୍କୁ ବିଦାୟ ସମ୍ଭର୍ଦ୍ଧନା ଓ ନୂତନ ଜ଼ିଲ୍ଲାପାଲ ଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା. : Ommtv
(ରିପୋର୍ଟ - ରଞ୍ଜନ ହୋତା / ସୋନପୁର ) :
କେବଳ ଯେ ପ୍ରଶାସନିକ ଦକ୍ଷତା ନୁହେଁ, ପ୍ରତି ଲୋକଙ୍କ ହୃଦୟ କୁ ଜୟ କରିବା ହେଉଛି ଜଣେ ସଫଳ ପ୍ରଶାସକ ର ଲକ୍ଷଣ* ସୁବର୍ଣ୍ଣପୁର ଶ୍ରୀ ଗୋପାଳଜୀ ଯୋଗାଳୟ ଠାରେ ଜ଼ିଲ୍ଲା ପ୍ରଶାସନ ସହ ଅତୋପ୍ରତହଃ ଭାବେ ଜଡିତ ଥିବା 20 ରୁ ଉର୍ଧ୍ଵ ସ୍ବେଛାସେବୀ ଅନୁଷ୍ଠାନ ର ମିଳିତ ଆନୁକୂଲ୍ୟ ରେ ସୁବର୍ଣ୍ଣପୁର ର ପ୍ରାକ୍ତନ ଜ଼ିଲ୍ଲାପାଳ ତଥା ବର୍ତ୍ତମାନ ର ଝାରସୁଗୁଡା ଜ଼ିଲ୍ଲାପାଳ ଅବୋଲି ସୁନୀଲ ନର୍ଭଣେ ଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି l ତତ ସଙ୍ଗେ ନୂତନ ଭାବେ ଯୋଗ ଦେଇଥିବା ନୂତନ ଜ଼ିଲ୍ଲାପାଳ ତଥା ସଭାର ମୁଖ୍ୟ ଅତିଥି ଶ୍ରୀ ବିମଳେନ୍ଦୁ ରାୟ ଙ୍କୁ ସ୍ୱାଗତ କରାଯାଇଥିଲା l ମା ସୁରେଶ୍ୱରୀ ଙ୍କ ଠାରେ ପ୍ରଥମେ ଦୀପ ପ୍ରଜ୍ବଳନ କରି ସଭା ଆରମ୍ଭ କରାଯାଇଥଲା l ଏଥିରେ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଏଡିଏମ ସୂର୍ଯ୍ୟ ନାରାୟଣ ଦାଶ, ବରିଷ୍ଠ ନାଗରିକ ସଂଘ ସଭାପତି ଡଃ ଜ୍ୟୋତି ରଞ୍ଜନ ବହିଦାର, ଜ଼ିଲ୍ଲା କ୍ରୀଡା ଅଧିକାରୀ ଅଭିଳାଷ ପୁରୋହିତ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଯୋଗ ଦେଇ ଜ଼ିଲ୍ଲା ପ୍ରଶାସନ ଦ୍ୱାରା ଗଠିତ ଏହି ସାମାଜିକ ସଂଗଠନ ଗ୍ରୁପ ର ଏକତା ଓ ସାମାଜିକ କାର୍ଯ୍ୟ କୁ ପ୍ରଶଂସା କରିଥିଲେ l ଡଃ ଜ୍ୟୋତି ରଞ୍ଜନ ବହିଦାର ସଭାରେ ସଭାପତିତ୍ୱ କରିଥିବା ବେଳେ କ୍ରୀଡା ଅଧିକାରୀ ଶ୍ରୀ ପୁରୋହିତ ବିଭିନ୍ନ ସଂଗଠନ କୁ ନେଇ ଗଠିତ ଏହି ସୋସିଆଲ ଗ୍ରୁପ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ l ସଭା କୁ ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ ଓ ସୋନପୁର କଲେଜ ଏନ ସି ସି ଲେଫ୍ଟନେଣ୍ଟ ଆଶିଷ ଆଗ୍ରୱାଲ ସଂଯୋଜନା କରିଥିବା ବେଳେ ଶିକ୍ଷାବିଦ ପ୍ରଦୀପ ପୁରୋହିତ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ, ସୁବର୍ଣ୍ଣପୁର ର ପ୍ରାକ୍ତନ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟକାଳ ସ୍ୱଳ୍ପ ହେଲେ ମଧ୍ୟ ଜ଼ିଲ୍ଲାବାସୀ ଙ୍କ ପାଇଁ ସ୍ମରଣୀୟ ହୋଇ ରହିବ ଓ ସେ ଯେଉଁଠି ଯେଉଁ ପଦବୀ ରେ ଥିଲେ ମଧ୍ୟ ସୋନପୁର ପ୍ରତି ତାଙ୍କ ଅଙ୍ଗିକାର ବଦ୍ଧତା ଅକ୍ଷୁର୍ଣ ରଖିବା ପାଇଁ ଆଗ୍ରହ କରିଥିଲେ l ଏବଂ ଜ଼ିଲ୍ଲା ର ଗଠନ ମୂଳକ କାର୍ଯ୍ୟ ରେ ସମସ୍ତ ସାମାଜିକ ସଂଗଠନ ସହଯୋଗ କରିବାକୁ ପ୍ରଶାସନ କୁ ପ୍ରତିଶୁତି ଦେଇଥିଲେ l ସମ୍ବର୍ଦ୍ଧନା ର ପ୍ରତି ଉତ୍ତର ରେ ମାଡାମ ନର୍ଭଣେ ଭାବ ପ୍ରବଣ ହୋଇ ତାଙ୍କ ଜ଼ିଲ୍ଲାପାଳ କ୍ୟାରିଅର ଆରମ୍ଭ, ଝିଅ ର ବିଦ୍ୟାରମ୍ଭ ଓ ପ୍ରଥମ ଓଡ଼ିଆ ଶିଖିବା ସୋନପୁର ରେ ଆରମ୍ଭ କରିଥିବାରୁ ମା ସୁରେଶ୍ୱରୀ ଙ୍କ ଠାରେ କୃତଜ୍ଞତା ଜ୍ଞାପନ ପୂର୍ବକ ସୋନପୁର ମୋ ନିଜ ପରିବାର ବୋଲି ପ୍ରକାଶ କରିଥିଲେ l ଏବଂ ଏ ପବିତ୍ର ପୀଠ କୁ କେବେ ଭୁଲି ପାରିବେନି ବୋଲି କହି ସୋନପୁର ର ବିକାଶ ପାଇଁ ସମର୍ପିତ ଭାବେ କାମ କରିବାକୁ ନିର୍ଭର ପ୍ରତିଶୁତି ଦେଇଥିଲେ l ନୂତନ ଜ଼ିଲ୍ଲାପାଳ ଶ୍ରୀ ବିମଳେନ୍ଦୁ ରାୟ ସମସ୍ତ ଙ୍କ ସହଯୋଗ ରେ ଜ଼ିଲ୍ଲା ର ବିକାଶ ଓ ମାଡାମ ନର୍ଭଣେ ଙ୍କ ଅସମ୍ପୂର୍ଣ କାର୍ଯ୍ୟ କୁ ସଫଳ ରୂପାୟନ କରିବା କୁ କହିଥିଲେ l ଏବଂ ବ୍ୟକ୍ତି ଗତ ପାଇଁ ନୁହେଁ ଜ଼ିଲ୍ଲା ର ସାମଗ୍ରିଜ ବିକାଶ ପାଇଁ ଆପଣ ମାନଙ୍କ ଗଠନ ମୂଳକ ପରାମର୍ଶ ଏକାନ୍ତ କାମ୍ୟ ବୋଲି କହିଥିଲେ l ସଭାରେ ସମସ୍ତ ଅତିଥି ଙ୍କୁ ଫୁଲ ତୋଡ଼ା, ଉପ ଢୌକନ ଦେଇ ବିଭିନ୍ନ ସଂଗଠନ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା l ଗୋପାଳଜୀ ଯୋଗଳୟ, ସ୍ୱଚ୍ଛ ଭାରତ ସଂଗଠନ, ବରିଷ୍ଠ ନାଗରିକ ସଂଘ, ସୋନପୁର କଲେଜ ଏନସିସି, ଯଶୋଦା ଦେଵୀ ନର୍ସିଙ୍ଗ କଲେଜ, ବିଜୁ ପଟ୍ଟନାୟକ ମହିଳା ମହା ବିଦ୍ୟାଳୟ, ଓଡିଶା ସାମ୍ବାଦିକ ସଂଘ ସୋନପୁର ଶାଖା, ବୁଢାରଜା ୟୁଥ କ୍ଲବ, ପ୍ରଗତି କ୍ଲବ, ମାରୱାଡି ଯୁବମଞ୍ଚ, ବ୍ୟବସାୟୀ ସଂଘ, ଜ଼ିଲ୍ଲା ରକ୍ତ ଦାତା ସଂଘ, ପତଞ୍ଜଳି ଯୋଗ ସମିତି, ଜ଼ିଲ୍ଲା କେମିଷ୍ଟ ଡ୍ରଗିଷ୍ଟ ଏସୋସିଏସନ, ସୁବର୍ଣା ନା୍ରୀଜା ଗରଣ କେନ୍ଦ୍ର, ଜ଼ିଲ୍ଲା ସାମ୍ବାଦିକ ସଂଘ, ଭାରତୀୟ କିସାନ ସଂଘ, ଅବସର ପ୍ରାପ୍ତ ଉତ୍କଳ କର୍ମଚାରୀ ସଂଘ, ସ୍କୁଲ ପିଇଟି ସଂଘ, ସ୍ବିମିଙ୍ଗ ଏସୋସିଏସନ, ବ୍ୟାଡ଼ ମିଣ୍ଟନ ସଂଘ, ଇନଫିନିଟି କ୍ଲବ, ବସ ଟ୍ରକ ଏସୋସିଏସନ, ଜୁଡୁ କରାଟେ ପ୍ରମୁଖ ଅଗ୍ରଣୀ ସ୍ବେଛାସେବୀ ସଂଗଠନ ର ପ୍ରମୁଖ କର୍ମକର୍ତ୍ତା ଯୋଗ ଦେଇ ସୁ ଚିନ୍ତିତ ମତ ରଖିଥିଲେ l ଶେଷରେ ପଏଁରୀ ଅନୁଷ୍ଠାନ ସମ୍ପାଦକ ଚୌଧିରୀ ବିଭାର ଧନ୍ୟବାଦ ଅର୍ପଣ କରିଥିଲେ l ସ୍ୱଚ୍ଛ ଭାରତ, ରକ୍ତ ଦାତା, ଓଡିଶା ସାମ୍ବାଦିକ ସଂଘ, ଯୋଗଳୟ, ସେବା ଭାରତୀ ଓ ଜୁଡୋ କରାଟେ ସଂଘ ର କର୍ମକର୍ତ୍ତା କାର୍ଯ୍ୟକ୍ରମ ରେ ସମସ୍ତ ସହଯୋଗ କରିଥିଲେ l #sonpur #Ommtv #Omtv #Kalingacinearts #NBPC #Odishagovernment #trendingnews #trendingshorts #trend