ପ୍ରଶାନ୍ତି ହୋଟେଲରେ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ : ଓମଟିଭି

ଅନୁଗୋଳ ଜିଲ୍ଲା ର ସ୍ଥାନୀୟ ପ୍ରଶାନ୍ତି ହୋଟେଲ ଠାରେ ଆଜି ଅପରାହ୍ନ ୪ ଘଟିକା ସମୟରେ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଗତ ମଙ୍ଗଳବାର ୦୯.୦୮.୨୦୨୨ ତାରିଖ ଦିନ କନ୍ଧମାଳ ଠାରେ ବିଶ୍ଵ ଆଦିବାସୀ ଦିବସ ପାଳନ କରାଯାଉଥିବା ବେଳେ ସେହି କାର୍ଯ୍ୟକ୍ରମରେ ସନାତନ ହିନ୍ଦୁ ଧର୍ମ ର ସର୍ବୋଚ ସାର୍ବଭୌମ ଧର୍ମଗୁରୁ

ପ୍ରଶାନ୍ତି ହୋଟେଲରେ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ : ଓମଟିଭି

ସ୍ଥାନୀୟ ପ୍ରଶାନ୍ତି ହୋଟେଲ ଠାରେ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ : ଓମଟିଭି

(ରିପୋର୍ଟ: ଜିତେନ୍ ସାହୁ): ଅନୁଗୋଳ ଜିଲ୍ଲା ର ସ୍ଥାନୀୟ ପ୍ରଶାନ୍ତି ହୋଟେଲ ଠାରେ ଆଜି ଅପରାହ୍ନ ୪ ଘଟିକା ସମୟରେ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଗତ ମଙ୍ଗଳବାର ୦୯.୦୮.୨୦୨୨ ତାରିଖ ଦିନ କନ୍ଧମାଳ ଠାରେ ବିଶ୍ଵ ଆଦିବାସୀ ଦିବସ ପାଳନ କରାଯାଉଥିବା ବେଳେ ସେହି କାର୍ଯ୍ୟକ୍ରମରେ ସନାତନ ହିନ୍ଦୁ ଧର୍ମ ର ସର୍ବୋଚ ସାର୍ବଭୌମ ଧର୍ମଗୁରୁ ଗୋବର୍ଦ୍ଧନ ମଠ, ପୁରୀ ପିଠାଧୀଶ ପୂଜ୍ୟ ଜଗତ ଗୁରୁ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ଵତୀଜୀ ମହାରାଜ ଙ୍କ କୁଶପୁତ୍ତଳିକା ଦାହ କରିବା ସହିତ ହିନ୍ଦୁ ଧର୍ମ ସମ୍ବନ୍ଧ ରେ ବିଭିନ୍ନ ପ୍ରକାରର ଅରୁଚି କର ମନ୍ତବ୍ୟ ଦେବା ସହିତ ଅପଶବ୍ଦ ବ୍ୟବହାର କରିଥିଲେ। ଯାହା ସମଗ୍ର ହିନ୍ଦୁ ସମାଜ କୁ କଷ୍ଟ ଦେଇଛି।

ଏହି ଭଳି ମନ୍ତବ୍ୟ ଦେଇଥିବା ଦୋଷୀ ମାନଙ୍କୁ କନ୍ଧମାଳ ଜିଲ୍ଲା ପ୍ରଶାସନ ଗିରଫ କରି ଆଇନ୍ ଗତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଶ୍ଵ ହିନ୍ଦୁ ପରିଷଦ ଦାବି କରିଛି । ଯଥା ଶୀଘ୍ର ଦୋଷୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯାଏ। ତାହା ହେଲେ ଆଗାମୀ ଦିନରେ ବିଶ୍ଵ ହିନ୍ଦୁ ପରିଷଦ ଓଡିଶା ପକ୍ଷରୁ ଏହାର ଦୃଢ଼ ପ୍ରତିବାଦ କରିବା ପାଇଁ ଚେତାବନୀ ଦେଇଛନ୍ତି ।