ନର୍ସିଂ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା : ଓମଟିଭି

ବିକାଶ ଏଜୁକେଶନାଲ ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ସରକାରୀ ଓ ବେସରକାରୀ କଲେଜରେ ଅଧ୍ୟୟନରତ ୧୫୪ ଜଣ ନର୍ସିଂ ଛାତ୍ରଛାତ୍ରୀଙ୍କୁ ୨୫ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରେ ୯୩

ନର୍ସିଂ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା : ଓମଟିଭି

ନର୍ସିଂ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା : ଓମଟିଭି
ବିକାଶ ଏଜୁକେଶନାଲ୍ ଟ୍ରଷ୍ଟ ପକ୍ଷରୁ ଗରିବ ମେଧାବୀ

ଛାତ୍ରଛାତ୍ରୀଙ୍କୁ ଅର୍ଥରାଶି ପ୍ରଦାନ

ଭୁବନେଶ୍ୱର,୨୦ା୯- ବିକାଶ ଏଜୁକେଶନାଲ ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ସରକାରୀ ଓ ବେସରକାରୀ କଲେଜରେ ଅଧ୍ୟୟନରତ ୧୫୪ ଜଣ ନର୍ସିଂ ଛାତ୍ରଛାତ୍ରୀଙ୍କୁ ୨୫ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରେ ୯୩ ଜଣ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ନର୍ସିଂ କଲେଜ, ବ୍ରହ୍ମପୁର ଏମକେସିଜି, ବୁର୍ଲା ବୀର ସୁରେନ୍ଦ୍ରସାଏ, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ ଓ ସୁନ୍ଦରଗଡ କଲେଜରୁ ହୋଇଥିବା ବେଳେ ୬୧ ଜଣ କଳିଙ୍ଗ ନର୍ସିଂ କଲେଜ ଛାତ୍ରଛାତ୍ରୀ ଓ ବିଶାଖାପାଟଣାରୁ ଜଣେ ରହିଛନ୍ତି । ସେହିପରି ଇଞ୍ଜିନିୟରିଂ, ଡାକ୍ତରୀ ଓ ଅନ୍ୟାନ ପାଠ୍ୟକ୍ରମ ପାଇଁ ୩୨୫ ଜଣଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଟ୍ରଷ୍ଟ ପକ୍ଷରୁ ସାଧାରଣ ପରିଚାଳକ ସର୍ବେଶ୍ୱର ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଉକ୍ତ କଲେଜ ମାନଙ୍କୁ ଯାଇ ଏହି ମେଧାବୀ ଛାତ୍ରଛାତ୍ରୀଙ୍କୁ ଚଳିତ ବର୍ଷ ପାଇଁ
ଅର୍ଥିକ ରାଶି ପ୍ରଦାନ କରିଥିଲେ ଏବଂ ପଢା ଶେଷ ପର୍ଯ୍ୟନ୍ତ ଏହି ରାଶି ପ୍ରଦାନ କରାଯିବ ବୋଲି ପ୍ରତିସୃତି ଦେଇଥିଲେ । ପ୍ରକାଶ ଥାଉକି ଟ୍ରଷ୍ଟର ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ଚୌଧୁରୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ୨୮ ବର୍ଷ ଧରି ଗରିବ, ଅସହାୟ ମେଧାବୀ ନର୍ସିଂ, ଇଞ୍ଜିନିୟରିଂ, ଡାକ୍ତରୀ ଓ ଅନ୍ୟାନ ଛାତ୍ରଛାତ୍ରୀ ମାନଙ୍କୁ ବିକାଶ ଏଜୁକେଶନାଲ ଟ୍ରଷ୍ଟ ପକ୍ଷରୁ ପଢା ଖର୍ଚ ପାଇଁ ଆର୍ଥିକ ରାଶି ପ୍ରଦାନ କରାଯାଉଛି । ଏବଂ ଆଗାମୀ ବର୍ଷ ପାଇଁ ନିର୍ଦ୍ଧିଷ୍ଟ ସମୟରେ ଆବେଦନର ତାରିଖ ଘୋଷଣା କରାଯିବ ବୋଲି ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଚୌଧୁରୀ କହିଛନ୍ତି ।