ହିନ୍ଦୋଳ ବ୍ଲକର ସୁନା ଝିଅ ରୋଶନୀ ରାଜଶ୍ରୀ : ଓମଟିଭି
ଢ଼େଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ୍ ସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦୁଦୁରକୋଟ ଜନତା ରାଜ ହାଇସ୍କୁଲ ଦଶମ ଶ୍ରେଣୀର ଛାତ୍ରୀ ରୋଶନୀ ରାଜଶ୍ରୀ ସାମଲ ବ୍ଲକରେ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରଛନ୍ତି। ବିଦ୍ୟାଳୟକୁ ଗୌରବାନ୍ୱିତ କରିଥିବାରୁ ବର୍ତମାନ ଢ଼େଙ୍କାନାଳ ତଥା ବାହାର ଜିଲାର ଅନେକ ଶୁଭେଚ୍ଛୁ ତାଙ୍କୁ ବଧାଇ ଜଣାଇବାରେ ଲାଗିଛନ୍ତି।
ହିନ୍ଦୋଳ ବ୍ଲକର ସୁନା ଝିଅ ରୋଶନୀ ରଜଶ୍ରୀ : ଓମଟିଭି
(ରିପୋର୍ଟ : ଶଶିକାନ୍ତ କଡ଼ନାୟକ) : ଢ଼େଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ୍ ସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦୁଦୁରକୋଟ ଜନତା ରାଜ ହାଇସ୍କୁଲ ଦଶମ ଶ୍ରେଣୀର ଛାତ୍ରୀ ରୋଶନୀ ରାଜଶ୍ରୀ ସାମଲ ବ୍ଲକରେ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରଛନ୍ତି। ବିଦ୍ୟାଳୟକୁ ଗୌରବାନ୍ୱିତ କରିଥିବାରୁ ବର୍ତମାନ ଢ଼େଙ୍କାନାଳ ତଥା ବାହାର ଜିଲାର ଅନେକ ଶୁଭେଚ୍ଛୁ ତାଙ୍କୁ ବଧାଇ ଜଣାଇବାରେ ଲାଗିଛନ୍ତି। ଏବେ ପୁରା ବ୍ଲକରେ ରୋଶନୀଙ୍କୁ ସୁନା ଝିଅ ବୋଲି ସମ୍ବର୍ଦ୍ଧନା ଜଣାଉଛନ୍ତି। ସେ ଦୁଦୁରକୋଟ ବରସାହି ନିବାସୀ ସ୍ଵେଚ୍ଛାସେବୀ ପ୍ରଦ୍ୟୁମ୍ନ ସାମଲଙ୍କ ଏକମାତ୍ର କନ୍ୟା। ଅତ୍ୟନ୍ତ ଗରିବ ପରିବାରରେ ଜନ୍ମନେଇ ଶିକ୍ଷା ଓ ବିଜ୍ଞାପ୍ରତି ତାଙ୍କର ରୁଚି ଆଜି ସଫଳତାରେ ପହଞ୍ଚାଇ ଆଗକୁ ଗତିଶିଳ କରୁଛିବୋଲି ସମସ୍ତଙ୍କର ମତାମତ ରହିଛି। ଏହି ସଫଳତା ପାଇଁ ବିଜ୍ଞାନ ଶିକ୍ଷକ ହରିହର ନାଥ ଓ ଶିକ୍ଷୟତ୍ରୀ ବେଲେରିକା ଧିରଙ୍କୁ ଶ୍ରେୟ ଦିଆ ଯାଇଛି। ଆଜି ସ୍କୁଲ୍ ପ୍ରଧାନ ଶିକ୍ଷୟତ୍ରୀ ଝୁନୁ ପଣ୍ଡା ରୋଶନୀ କୁ ବିଦ୍ୟାଳୟ ପରିସରରେ ପୁରସ୍କୃତ କରିଛନ୍ତି। ନିରାଡ଼ମ୍ବର ଭାବରେ ଅନୁଷ୍ଠିତ ଏହି ଉତ୍ସବରେ ସୁନା ଝିଅକୁ ଉଦାହରଣ କରି ଶିକ୍ଷକ ଶିକ୍ଷୟତ୍ରୀମାନେ ଅନ୍ୟ ପିଲାମାନଙ୍କୁ ଭଲ ପାଠ ପଢ଼ିବାନେଇ ଉତ୍ସାହିତ କରିଛନ୍ତି। ମୋ ସ୍କୁଲ୍ ଅଭିଯାନ ସଭାପତି ରତିକାନ୍ତ ଗଡ଼ନାୟକ ଏହି ସୂଚନା ପାଇବାପରେ ସୁନା ଝିଅ ରୋଶ୍ନୀଙ୍ଅକୁ ମଧ୍ୟ ଅନେକ ଅନେକ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ରାଜ୍ୟର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କଳିଙ୍ଗ ସିନେ ଆର୍ଟସ୍ ଫାଉଣ୍ଡେସନ୍ ପକ୍ଷରୁ ମଧ୍ୟ ମେଧାବି ଛାତ୍ରୀ ରୋଶନୀ ଶୁଭେଚ୍ଛା ଜଣା ଯାିଛି।