ହିନ୍ଦୋଳରେ ପୁରାତନ ଛାତ୍ର ସଂଗଠନ ବୈଠକ : ଓମଟିଭି 

ହିନ୍ଦୋଳ ଉପଖଣ୍ଡର ସାତ ମାଇଲ ସ୍ଥିତ ଜନତା କଲେଜ ପୂରାତନ ଛାତ୍ର ସଂଗଠନର ଜରୁରୀ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। କଲେଜ ସଭା ଗୃହରେ ଅନୁଷ୍ଠିତ ଏହି ବୈଠକରେ ସଭାପତି ରତିକାନ୍ତ ଗଡନାୟକଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ‌ହୋଇଥିଲା। କଲେଜ ଅଧ୍ୟକ୍ଷ ଶ୍ରୀ ସୁଧାଂଶୁ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ଦାସ ଓ

ହିନ୍ଦୋଳରେ ପୁରାତନ ଛାତ୍ର ସଂଗଠନ ବୈଠକ : ଓମଟିଭି 

ହିନ୍ଦୋଳରେ ପୁରାତନ ଛାତ୍ର ସଂଗଠନ ବୈଠକ : ଓମଟିଭି 

(ରିପୋର୍ଟ : ଶଶିକାନ୍ତ ଗଡନାୟକ): ହିନ୍ଦୋଳ ଉପଖଣ୍ଡର ସାତ ମାଇଲ ସ୍ଥିତ ଜନତା କଲେଜ ପୂରାତନ ଛାତ୍ର ସଂଗଠନର ଜରୁରୀ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। କଲେଜ ସଭା ଗୃହରେ ଅନୁଷ୍ଠିତ ଏହି ବୈଠକରେ ସଭାପତି ରତିକାନ୍ତ ଗଡନାୟକଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ‌ହୋଇଥିଲା। କଲେଜ ଅଧ୍ୟକ୍ଷ ଶ୍ରୀ ସୁଧାଂଶୁ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ଦାସ ଓ ବୋଟାନି ବିଭାଗ ଅଧ୍ୟାପକ ଅଜୟ କୁମାର ସୁବୁଦ୍ଧି ପ୍ରମୁଖ ମଞ୍ଚାସୀନ ଥିଲେ। ସଂଗଠନ କର୍ମକର୍ତ୍ତା ମାନେ ଉପସ୍ଥିତ ରହି କଲେଜ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଆଗାମୀ ୨୪ ତାରିଖ ଶନିବାର ପୂର୍ବାହ୍ନ ୧୦ ଟା ସମୟରେ ସଂଗଠନର ସାଧାରଣ ସଭା ଅନୁଷ୍ଠିତ ହେବାକୁ ବୈଠକ ରେ ସ୍ଥିର କରାଯାଇଛି। ଏହି କାର୍ଯ୍ୟକ୍ରମକୁ ସଫଳ କରିବାନେଇ ସମସ୍ତଙ୍କର ପରାମର୍ଶ ଓ ସହଯୋଗ ରହିବ ବୋଲି ଚିନ୍ତନ ମନ୍ଥନ କରାଯାଇଛି।