ଆଜି ରିଲିଜହେବ.. କିସ୍ ଗିନିଜ୍ ବୁକ୍ ଅଫ୍ ‌ୱାଲର୍ଡ଼ ରେକର୍ଡ଼ ଜାତୀୟ ସଂଗୀତ : Ommtv Round The Clock

: କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ ସୋସିଆଲ୍‍ ସାଇନ୍‍ସେସ୍‍ (କିସ୍‍) ୫ମ ଗିନିଜ୍‍ ବୁକ୍‍ ଅଫ୍‍ ୱାର୍ଲ୍ଡ ରେକର୍ଡ଼ ସ୍ଥାପନ କରିଥିବା ଜାତୀୟ ସଙ୍ଗୀତ ଗାନ ଆଜି ବିଶ୍ବବ୍ୟାପି ରିଲିଜ୍ ହେବ। କିସ୍‍ର ୧୩,୯୪୪ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏହି ‘ଲାର୍ଜେଷ୍ଟ ମ୍ୟୁଜିକ୍‍ ଲେସନ୍‍’ ଜାତୀୟ ସଙ୍ଗୀତ ଗାନ ହୋଇଥିଲା। ଏହା ଗିନିଜ୍‍ ବୁକ୍‍ ଅଫ୍‍ ୱାର୍ଲ୍ଡ ରେକର୍ଡ଼ରେ ସ୍ଥାନ ପାଇବା ସହ ଆଜି ଏହାର ଭିଡ଼ିଓ ଫୁଟେଜକୁ ବିଭିନ୍ନ ସାମାଜିକ ଗଣମାଧ୍ୟମ ଓ ଜାତୀୟ ଏବଂ ଅନ୍ତର୍ଜାତୀୟ ଚ୍ୟାନେଲରେ ପ୍ରସାରଣ କରାଯିବ। ଗିନିଜ୍‍ ବୁକ୍‍ ଅଫ୍‍ ୱାଲର୍ଡ଼ ରେକର୍ଡ କର୍ତ୍ତୃପକ୍ଷ ୮ତାରିଖ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରି ଅନୁଷ୍ଠାନର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏହାପରେ ଭୁବନେଶ୍ବର ଆସି ଆନୁଷ୍ଟାନିକଭାବେ କିସ୍‌କୁ କୃତଜ୍ଞତା ଜଣାଇଥିଲେ। ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସଙ୍ଗୀତଜ୍ଞ, ପରିବେଶବିତ୍‍ ତଥା ତିନି ତିନି ଥର ସମ୍ମାନଜନକ ଗ୍ରାମୀ ପୁରସ୍କାର ବିଜେତା ରିକି କେଜ୍‍ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏହି ସମୂହ ଜାତୀୟ ସଙ୍ଗୀତ ଗାନକୁ ରେକର୍ଡ କରାଯାଇଛି । ଏଥିରେ ପ୍ରଖ୍ୟାତ ବଂଶୀ ବାଦକ ହରି ପ୍ରସାଦ ଚୌରାସିଆ, ବିଶିଷ୍ଟ ସରୋଦ ବାଦକ ଅମନ୍‍ ଓ ଆୟାନ ଅଲ୍ଲୀ ଖାନ୍‍, ବିଶିଷ୍ଟି ସନ୍ତୁର ବାଦକ ରାହୁଳ ଶର୍ମାଙ୍କ ଭଳି ଭାରତର ବହୁ ପ୍ରତିଷ୍ଠିତ ତଥା ସୁନାମଧନ୍ୟ ବାଦ୍ୟଯନ୍ତ୍ର ଶିଳ୍ପୀ ବାଦ୍ୟଯନ୍ତ୍ର ପରିବେଷଣ କରିଛନ୍ତି ।