ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ଏକ ପ୍ରସ୍ତୁତି ବୈଠକ: Ommtv

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ଏକ ପ୍ରସ୍ତୁତି ବୈଠକ

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ଏକ ପ୍ରସ୍ତୁତି ବୈଠକ: Ommtv

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ଏକ ପ୍ରସ୍ତୁତି ବୈଠକ: Ommtv

(ଢେଙ୍କାନାଳ ଶଶିକାନ୍ତ ଗଡନାୟକ) ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ଏକ ପ୍ରସ୍ତୁତି ବୈଠକ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ଙ୍କ ଅଧ୍ୟକ୍ଷତାରେ ଗତ କାଲି ୭ ତାରିଖ ପୂର୍ବାହ୍ନରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ଓସୱାନ୍ ହଲ୍ ରେ ଅନୁଷ୍ଠିତ ହୋଇଯାଇଛି। ଜୁନ ମାସରୁ ଅକ୍ଟୋବର ମାସ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଦୃଢ଼ ମୁକାବିଲା ପାଇଁ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ମାନେ ପ୍ରସ୍ତୁତ ରହିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।ନିରାଶ୍ରୟ ଅସହାୟ ମାନଙ୍କ ପାଇଁ ଅସ୍ଥାୟୀ ଆଶ୍ରୟସ୍ଥଳ, ଶୁଖିଲା ଖାଦ୍ୟ,ଆହତ ମାନଙ୍କ ପାଇଁ ଗୋରୁ ଗାଈ ମାନଙ୍କ ପାଇଁ ଆବଶ୍ୟକୀୟ ଔଷଧ ସମାଗ୍ରୀ, ଆବଶ୍ୟକୀୟ ଜନ୍ତ୍ରପାତି, ରାସ୍ତା ଘାଟ ମରାମତି ପାଇଁ ସବୁ ବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସାହାଯ୍ଯ ପାଇଁ ଆବଶ୍ୟକ ହେଲେ ଜୁନିୟର ରେଡ୍ କ୍ରସ୍ ,ଏନ୍ ,ସି, ସି ମାନଙ୍କର ମଧ୍ଯ ସହଯୋଗ ଲୋଡ଼ା ଯିବ।ଓସମାଡ ର ଡି. ଆର ଆର ସଙ୍ଗୀତା ଦାଶ ଜନ ସଚେତନତା ପାଇଁ ଆସନ୍ତା ୧୮ ରେ ଟେବଲ କପ୍ ଏକସରସାଇଜ ୧୯ ରେ ମକ୍ ଡ୍ରିଲ କରାଯିବ ବୋଲି ସୂଚନା ଦେଇଥିଲେ। ସର୍ବଶେଷରେ ଆପାତ କାଳୀନ ଅଧିକାରୀ ଲୋପାମୁଦ୍ରା ରଥ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ସଦର ଉପ ଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧାରାଣୀ ଧଳ, କାମାକ୍ଷା ନଗର ଉପ ଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ, ସମସ୍ତ ବ୍ଲକ୍ ବିଡିଓ, ତହସିଲଦାର, ଏନ୍,ଜି, ଓ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। #Dhenkanal #Odisha #Ommtv #Omtv